Posted inଜାତୀୟ

୯୬ ବର୍ଷ ତଳେ ଆରମ୍ଭ ହୋଇଥିବା ରେଡ଼ିଓ ପ୍ରସାରଣରେ ମୋଦି ଆଣିଛନ୍ତି ନୂଆ କ୍ରାନ୍ତି

ନୂଆଦିଲ୍ଲୀ, ୨୦।୮: ପ୍ରତିବର୍ଷ ଅଗଷ୍ଟ ୨୦ରେ ଭାରତରେ ଜାତୀୟ ଦିବସ ପାଳିତ ହୋଇଥାଏ। ୯୬ ବର୍ଷ ତଳେ ୧୯୨୩ରେ ଦେଶରେ ପ୍ରଥମ ରେଡ଼ିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଏହାକୁ ଇଣ୍ଡିଆନ୍‌ ବ୍ରୋଡ୍‌କାଷ୍ଟ କମ୍ପାନୀ ଦ୍ୱାରା କରାଯାଇଥିଲା। ୧୯୩୦ରେ ଏହି କମ୍ପାନୀର ଅଥିକ ସ୍ଥିତି ଖରାପ ହୋଇଯାଇଥିଲା। ଏହାକୁ ଇଣ୍ଡିଆନ ଷ୍ଟେଟ୍‌ ବ୍ରୋଡ୍‌କାଷ୍ଟିଂ ସର୍ଭିସ୍‌ ଭାବେ ନାମିତ କରାଯାଇଥିଲା। ୧୯୩୬ରେ ଭାରତରେ ଇମ୍ପୋରିୟଲ ରେଡ଼ିଓ ଅଫ୍‌ ଇଣ୍ଡିଆ ସେବା ଆରମ୍ଭ ହୋଇଥିଲା। ସ୍ବାଧୀନତା ପରେ ଏହାକୁ ଆକାଶବାଣୀ ଭାବେ ନାମିତ କରାଯାଇଥିଲା। ଇତିମଧ୍ୟରେ ମନୋରଞ୍ଜନର ଅନେକ ମାଧ୍ୟମ ଆସିଛି। ତେବେ ରେଡ଼ିଓ ଶୁଣିବାର ମଜା ଲୋକଙ୍କ ମଧ୍ୟରେ ଏବେ ବି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଭାରତୀୟ ରେଡ଼ିଓ ପ୍ରସାରଣ ସେବାକୁ ପୁଣି ବିକଶିତ କରିପାରିଛି। ସୂଚନାଯୋଗ୍ୟ, ଦେଶରେ ଆକାଶବାଣୀର ୪୨୦ ଷ୍ଟେଶନ୍‌ ରହିଛି। ଏହା ଦେଶର ୯୯.୧୯ ପ୍ରତିଶତ ଅଞ୍ଚଳରେ ପ୍ରସାରଣ କାର୍ଯ୍ୟ ଜାରି ରଖିଛି। ଏହା ୨୩ ଭାଷାରେ କାର୍ଯ୍ୟକ୍ରମ ପ୍ରସାରିତ କରୁଛି। ଏହା ସହିତ ସୁବିଧା ପାଇଁ ଦେଶରେ ୨୧୪ଟି କମ୍ୟୁନିଟି ରେଡ଼ିଓ ପ୍ରସାରଣ କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଛି।


All Right Reserved By Dharitri.Com

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦଙ୍କ ପରଲୋକ

ଲକ୍ଷ୍ନୌ,୨୭।୩: ପୁର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦ ବର୍ମାଙ୍କର ଶୁକ୍ରବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ। ସମାଜବାଦୀ ପାର୍ଟିର...

ସାମ୍ବା ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ: ପାକିସ୍ତାନ ଅନୁପ୍ରବେଶକାରୀ ନିହତ

ଶ୍ରୀନଗର,୧୩।୧୨: ଜମ୍ମୁ-କଶ୍ମୀରର ସାମ୍ବା ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ହତ୍ୟା କରାଯାଇଛି। ଶୁକ୍ରବାର ଭାରତର ସୀମା ଲାଇନ୍‌ ଅଫ୍‌ କଣ୍ଟ୍ରୋଲ(ଏଲ୍‌ଓସି)ରେ ପାକିସ୍ତାନର...

ବ୍ୟବଚ୍ଛେଦ ପୂର୍ବରୁ ଜୀବିତ ହେଲେ ମୃତବ୍ୟକ୍ତି: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରାଞ୍ଚି,୨୭।୫: ଝାଡ଼ଖଣ୍ଡରେ ଚିକିତ୍ସା ଲାଗି ଆସିଥିବା ଜଣେ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ବ୍ୟବଚ୍ଛେଦ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଜୀବିତ ଥିବା ଜଣାପଡ଼ିଥିଲା।...

ଭିଜିଟର୍ସ ବୁକ୍‌ରେ ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଜରାଟର ଅହମଦାବାଦ ବିମାନ ବନ୍ଦରରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ ଜଣାଇଥିଲେ। ଏହାପରେ...

ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ, ୧୦ା୯: ଦକ୍ଷିଣ ଭାରତରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ସତର୍କତା ଅବଲମ୍ବନ କରାଯିବା ସହ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି।...

ଭାରତ-ଫ୍ରାନ୍ସ ଯୁଦ୍ଧାଭ୍ୟାସରେ ସାମିଲ ହେବ ୪ ଏସ୍‌ୟୁ-୩୦ଏମ୍‌କେଆଇ ଜେଟ୍‌

ନୂଆଦିଲ୍ଲୀ,୨୯।୬: ଆସନ୍ତା ଜୁଲାଇ ୧ରୁ ୧୪ ମଧ୍ୟରେ ଫ୍ରାନ୍ସର ମଣ୍ଟ-ଡି-ମାର୍ସନ ଏୟାରବେସ୍‌ରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଫ୍ରାନ୍ସ ଯୁଦ୍ଧାଭ୍ୟାସରେ ୪ ଏସ୍‌ୟୁ-୩୦ଏମ୍‌କେଆଇ ଜେଟ୍‌, ଗୋଟିଏ ଆଇଏଲ୍‌-୭୮...

ଦିଲ୍ଲୀ ଦଙ୍ଗା: ଅଙ୍କିତ ଶର୍ମାଙ୍କୁ ଧାରୁଆ ଅସ୍ତ୍ରରେ କରାଯାଇଥିଲା ଆକ୍ରମଣ

ନୂଆଦିଲ୍ଲୀ,୧୪।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଗତ ମାସରେ ଉତ୍ତର ପୂର୍ବ ଦିଲ୍ଲୀରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଇଣ୍ଟଲିଜେନ୍ସ ବ୍ୟୁରୋର ଅଧିକାରୀ ଅଙ୍କତି...

ଅକ୍ଟୋବର ୨୯ରୁ ଦିଲ୍ଲୀରେ ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା: କେଜରିଓ୍ବାଲ

ନୂଆଦିଲ୍ଲୀ,୧୫।୮: ରାଖୀ ପୂର୍ଣ୍ଣିମା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମହିଳାମାନଙ୍କୁ ଏକ ବଡ ଉପହାର ଦେଇଥିବା କଥା କହିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀରେ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *