ମାର୍ଥାପୁରରେ ଦଳିତ ପରିବାରଙ୍କୁ ଆକ୍ରମଣ ଘଟଣା: ଏସଡିପିଓ, ତହସିଲଦାରଙ୍କ ଯୁଗ୍ମ ତଦନ୍ତ ,୬ ଲକ୍ଷ ଟଙ୍କା କ୍ଷତିପୁରଣ ସୁପାରିଶ

ଯାଜପୁର ଅଫିସ,୨୦।୮- ଯାଜପୁରରୋଡ ଥାନା ମାର୍ଥାପୁର ଗ୍ରାମରେ ଏକ ଦଳିତ ପରିବାରଙ୍କୁ ମରଣାନ୍ତକ ଆକ୍ରମଣ ଓ ଘରପୋଡି ଅଭିଯୋଗ ଘଟଣା ଏବେ ଭିନ୍ନ ମୋଡ ନେଇଛି। ଯାଜପୁରରୋଡ ଥାନାରେ ୧୪୭/ ୧୪୮/ ୩୨୩/ ୨୯୪/ ୩୨୪/ ୩୫୪/ ୧୪୯, ଆଇପିସି ଏବଂ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ(ଆଟ୍ରୋସିଟି ଆକ୍ଟ) ଉପରେ ଏକ ଯୁଗ୍ମ ତଦନ୍ତ କରି ସରକାରଙ୍କୁ କ୍ଷତିପୂରଣ ଦେବାକୁ ସୁପାରିଶ କରାଯାଇଛି ା ଏହି ଘଟଣା ଉପରେ ଦାନଗଦି ତହସିଲଦାର ବୁଲବୁଲ ବେହେରା ଓ ଯାଜପୁରରୋଡ ଏସଡିପିଓ କେଦାରନାଥ ସାହୁ ୩୦ା୪ା୨୦୧୯ରେ ଯୁଗ୍ମ ତଦନ୍ତ କରିଥିଲେ ା ତଦନ୍ତ ସମୟରେ ମାର୍ଥାପୁର ଗ୍ରାମର ମାନସକୁମାର ସେଠୀ, ହରିହର ସେଠୀ ଓ ହେମଲତା ସେଠୀଙ୍କ ଉପରେ ଆକ୍ରମଣ କରାଯାଇ ଅତ୍ୟାଚାର ହୋଇଥିଲା। ସେମାନଙ୍କୁ ନିର୍ଦ୍ଦିଷ୍ଟ ଜାତିର ଆଖ୍ୟା ଦେଇ ଗାଳିଗୁଲଜ କରିବା ସହିତ ତାଙ୍କ ଘର ପୋଡି ଦିଆଯାଇଥିଲା। ଏହି ଘଟଣାରେ ସେହି ଗ୍ରାମର ୯ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ୧୭ା୫ା୨୦୧୯ରେ ଜିଲାପାଳଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଛି ା ରିପୋର୍ଟରେ ଆଟ୍ରୋସିଟିର ଶିକାର ହୋଇଥିବା ୩ଜଣଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୬ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସୁପାରିଶ ହୋଇଛି। ଏଫ୍‌ଆଇଆର ସ୍ଥିତି ସମୟରେ ୧ଲକ୍ଷ ଟଙ୍କା, ଚାର୍ଜସିଟ ଦାଖଲ ପରେ ୫୦ ହଜାର ଓ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେବା ପରେ ୫୦ହଜାର ଟଙ୍କା ଲେଖାଏ ପାଇବେ ବୋଲି ରିପୋର୍ଟରେ ସୁପାରିଶ କରାଯାଇଛି। ଆଇନ ଅନୁସାରେ ଏଟ୍ରୋସିଟି ଆକ୍ଟରେ ଶିକାର ହୋଇଥିବା ବ୍ୟକ୍ତି ଏହି କ୍ଷତିପୁରଣ ପାଇବେ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ, ୧୬ା୬ା୨୦୧୮ରେ ଯାଜପୁର ଜିଲା ଦାନଗଦୀ ଫାଣ୍ଡି ଅନ୍ତର୍ଗତ ମାର୍ଥାପୁର ଗ୍ରାମରେ ଏକ ଦଳିତ ପରିବାରର ୫ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏଥିରେ ଜଣେ ଗୁରୁତର ଆହତ ହୋଇଥିବାବେଳେ ଜଣେ ନାବାଳିକାଙ୍କୁ ମଧ୍ୟ ମାଡ଼ ମାରି ଟଣାଓଟଣା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୯ଜଣଙ୍କୁ ଅଭିଯୁକ୍ତ କରାଯାଇଥିବାବେଳେ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ବାକି ୮ଜଣ ଅଭିଯୁକ୍ତ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ମଞ୍ଜୁର ହୋଇ ନ ଥିଲା। ଏହାପରେ ଉପଯୁକ୍ତ ତଦନ୍ତ ହେଉ ନ ଥିବା ଦର୍ଶାଇ ଅଭିଯୋଗକାରୀମାନେ ତଦନ୍ତକାରୀ ଅଧିକାରୀ ଏସ୍‌ଡିପିଓଙ୍କ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲା ଉପରେ ସ୍ବତନ୍ତ୍ର କୋର୍ଟରେ ଉପସ୍ଥାପନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛି।


All Right Reserved By Dharitri.Com

ଗଙ୍ଗାଜଳ ଆଣି ଆରଡ଼ି ପୀଠରେ ପହଞ୍ଚିଲେ ହରିହର

ଆରଡ଼ି,୧୨।୮ (ଡି.ଏନ.ଏ.) – ଶ୍ରାବଣ ମାସର ପ୍ରତି ସୋମବାର ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ବହୁ ଦୂରଦୂରାନ୍ତରୁ କାଉଡ଼ିଆମାନେ...

ଜମିରେ ଏନ୍‌ଟିପିସି ପାଉଁଶ ପାଣି

କଣିହାଁ, ୧୩ା୯(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ଆଶପଣ୍ଡ ପାଉଁଶ ପାଣି ଯୋଗୁ ଅଞ୍ଚଳବାସୀ ନାନା ସମସ୍ୟା ଭୋଗୁଛନ୍ତି। ମଙ୍ଗଳବାର ରାତିରେ ଆଶପଣ୍ଡରୁ...

ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କ ଭିଡ଼

ପୁରୀ ଅଫିସ,୧୪।୧୦: ସୋମବାରଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ପ୍ରତ୍ୟୁଷରେ ହବିଷିଆଳିମାନେ ପଞ୍ଚତୀର୍ଥରେ ସ୍ନାନକରି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହାପରେ ତୁଳସୀ ଚଉରାମୂଳେ...

କାର୍‌-ଅଟୋ ଧକ୍କା: ଜଣେ ମୃତ, ୩ ଗୁରୁତର

ଭଣ୍ଡାରିପୋଖରୀ,୨୭।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ. ଜାତୀୟ ରାଜପଥର ଆଖୁଆପଦାଠାରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏକ କାର ଅଟୋକୁ ଧକ୍କା ଦେବାରୁ ଜଣଙ୍କର...

୪ ତାରିଖରୁ ନିଖୋଜ ଥିଲେ ଯୁବକ : ରାସ୍ତା ପାର୍ଶ୍ୱରୁ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ, ୯।୧୧ – ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ଜଣେ ଯୁବକ ଗତ ୪ ତାରିଖରୁ ନିଖୋଜ ଥିବାବେଳେ ଶୁକ୍ରବାର ତାଙ୍କ...

ବାୟୋମେଟ୍ରିକ୍‌ ଉପସ୍ଥାନ, ପରିଚୟପତ୍ର ବାଧ୍ୟତାମୂଳକ

ଛତ୍ରପୁର, ୮।୭(ଡି.ଏନ.ଏ)-ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟକୁ ଠିକ୍‌ ସମୟରେ ଆସିବା ଓ ପରିଚୟପତ୍ର ରଖିବା ବାଧ୍ୟତାମୂଳକ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ...

ପ୍ରେମ, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ୨ ଗିରଫ

ଗଞ୍ଜାମ,୫ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟ ଡେମୋନଷ୍ଟ୍ରେଟର ଅଶ୍ୱିନି ମିଶ୍ର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମଧୁରଚୁଅଁା ଗ୍ରାମର...

ହାତୀକୁ ସୁରକ୍ଷା ଦେବା ଲାଗି ଖଣିକମ୍ପାନୀକୁ ତାଗିଦ: ଜୁରୁଡ଼ି ଅଞ୍ଚଳରେ ବୁଲୁଛନ୍ତି ୧୭ ହାତୀ

ଯୋଡ଼ା, ୩୦।୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ବନପାଳଙ୍କ ଅଞ୍ଚଳରେ ୧୭ଟି ହାତୀ ଘୁରିବୁଲୁଥିବା ଖବର ହସ୍ତଗତ ହୋଇଛି। ଯୋଡ଼ା ବନପାଳ ପିଅନ ନାଏକଙ୍କ ସୂଚନା ମୁତାବିକ...

Leave a comment

Your email address will not be published. Required fields are marked *