ସଂସାର ଉଜାଡ଼ିଲା ସ୍ବାମୀ:ମେଡିକାଲ ଯିବା ପୂର୍ବରୁ ସ୍ତ୍ରୀଙ୍କୁ ହତ୍ୟା

ରାସୋଳ,୨୦ା୮(ଡି.ଏନ.ଏ.)କିଡ୍‌ନୀ ରୋଗରେ ପୀଡ଼ିତ ସ୍ବାମୀଙ୍କୁ ବଞ୍ଚାଇବାକୁ ଟଙ୍କା ଯୋଗାଡ଼ କରୁଥିବା ସ୍ତ୍ରୀକୁ ହାଣି ହତ୍ୟା କରିଛି ସ୍ବାମୀ। ଢେଙ୍କାନାଳ ଜିଲା ରାସୋଳ ଥାନା ଅଞ୍ଚଳରେ ସୋମବାର ଘଟିଛି ଏପରି ଏକ ଅଭାବନୀୟ ଘଟଣା। ମାନସିକ ଭାରସାମ୍ୟ ହରାଇ ଭୋର୍‌ ସମୟରେ ରୋଗଗ୍ରସ୍ତ ସ୍ବାମୀ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସୂଚନା ଦେଇଛି। ତେବେ ଆକ୍ରମଣରୁ ବର୍ତ୍ତିଯାଇଛନ୍ତି ୯ ବର୍ଷର ଝିଅ ଓ ୫ ବର୍ଷର ପୁଅ। ଉଭୟ ଏବେ ଜେଜେମା’ଙ୍କ ନିକଟରେ ଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।
ଘଟଣାରୁ ଜଣାପଡିଛି, ରାସୋଳ ଥାନା କାରନ୍ଦା ପଞ୍ଚାୟତ ମାନିଆନାଳି ଗ୍ରାମର ପ୍ରଦୀପ ରାଉତ ୩ ବର୍ଷ ହେଲା କିଡନୀ ରୋଗରେ ପୀଡିତ ଥିଲେ। ତାଙ୍କର ୨ଟି କିଡ୍‌ନୀ ଖରାପ ହୋଇଯାଇଥିବାରୁ ସେ କଟକ ଯାଇ ଚିକିତ୍ସିତ ହେଉଥିଲେ। ଶ୍ରମିକ ଭାବେ କାମ କରୁଥିବା ପ୍ରଦୀପ ରୋଗଗ୍ରସ୍ତ ହେବା ପରେ ସ୍ତ୍ରୀ ଭାରତୀ କଷ୍ଟେମଷ୍ଟେ ପରିବାର ଚଳାଇବା ସହ ସ୍ବାମୀଙ୍କୁ ଭଲ କରିବାକୁ ଅର୍ଥ ଯୋଗାଡ କରୁଥିଲେ। ତେବେ ଅର୍ଥାଭାବ, ପିଲାଙ୍କ ପାଠପଢ଼ା ଓ ବିଧବା ମା’ଙ୍କ ଭରଣପୋଷଣ ଚିନ୍ତା ଯୋଗୁ ୪/୫ ଦିନ ହେବ ପ୍ରଦୀପଙ୍କ ମାନସିକ ଅବସ୍ଥା ବିଗିଡ଼ି ଯାଇଥିଲା। ସୋମବାର କଟକ ମେଡିକାଲ ଯିବାକୁ ଭାରତୀ ଟଙ୍କା ଯୋଗାଡ଼ରେ ଥିବା ବେଳେ ଭୋର୍‌ ସମୟରେ ହଠାତ୍‌ ପ୍ରଦୀପ ଏକ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ଦେଖି ଝିଅ ଚିତ୍କାର କରିବା ସହ ଗାଁ ଲୋକଙ୍କୁ ଡାକି ଆଣିବାରୁ ପ୍ରଦୀପଙ୍କୁ କାବୁ କରାଯାଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ପୋଲିସ ପ୍ରଦୀପଙ୍କୁ ଗିରଫ କରିବା ସହ ମୃତଦେହ ଓ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି। ଢେଙ୍କାନାଳ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଛି। ଏ ସଂକ୍ରାନ୍ତରେ ଭାରତୀଙ୍କ ଭାଇ ଗୋବିନ୍ଦ ସାହୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୯୬/୧୯ରେ ଏକ ମାମଲା ରୁଜୁ କରିଛି। ପାରିବାରିକ ସମସ୍ୟା, ଅର୍ଥାଭାବ ଆଦି ଯୋଗୁ ପ୍ରଦୀପ ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ପାରିପାର୍ଶ୍ୱିକ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଆଇଆଇସି ଜ୍ଞାନ ରଞ୍ଜନ ସାମଲ କହିଛନ୍ତି।


All Right Reserved By Dharitri.Com

ଭୀମ୍‌ସାରରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ଅସ୍ତ୍ରୋପଚାର ପ୍ରସଙ୍ଗ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ପୁରୀ ଅଫିସ, ୩୦ା୧୦:ସମ୍ବଲପୁର ଜିଲାର ବୁର୍ଲାସ୍ଥିତ ଭୀମ୍‌ସାରରେ ଗତ ସୋମବାର ଜଣେ ଏଚ୍‌ଆଇଭି ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା। ଦନ୍ତ ବିଭାଗରେ ଏହି ଅସ୍ତ୍ରୋପଚାର ହୋଇଥିଲା।...

ବଢ଼ିବ ଚୁକ୍ତିଭିତ୍ତିକ ଡାକ୍ତରଙ୍କ କାର୍ଯ୍ୟକାଳ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦୁଇ ଦିନିଆ ସିଡିଏମ୍‌ଓ ସମ୍ମିଳନୀ ଚାଲିଛି। ଏହି ସମ୍ମିଳନୀର ଦ୍ୱିତୀୟ ଦିନରେ ଚୁକ୍ତିଭିତ୍ତିକ ଡାକ୍ତରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ନେଇ ଘୋଷଣା...

୧୧ ଜିଲାରେ ସ୍ବଳ୍ପ ବୃଷ୍ଟିପାତ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ଚଳିତବର୍ଷ ରାଜ୍ୟରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି। ସାରା ଦେଶରେ ୧୫ ସ୍ଥାନରେ ସ୍ବାଭାବିକ ବର୍ଷା ହୋଇଥିବାବେଳେ ୨୧ ସ୍ଥାନରେ ବର୍ଷାର ପରିମାଣ...

ରାଜ୍ୟର ଅଧା ଜିଲା ମାଓବାଦୀ ପ୍ରଭାବିତ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟର ଅଧା ଜିଲା ମାଓବାଦୀ କାର୍ଯ୍ୟକଳାପ ଦ୍ୱାରା ପ୍ରଭାବିତ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଶ୍ରେଣୀ ବିଭାଗ ଅନୁଯାୟୀ କୋରାପୁଟ ଏବଂ ମାଲକାନଗିରି ଅତ୍ୟନ୍ତ ବାମପନ୍ଥୀ ଉଗ୍ରବାଦ...

ଓଡ଼ିଶାକୁ ୩ କାୟାକଳ୍ପ ପୁରସ୍କାର

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଓଡ଼ିଶାକୁ ୩ଟି କାୟାକଳ୍ପ ପୁରସ୍କାର ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ବର୍ଗରେ ରାୟଗଡ଼ା ପ୍ରଥମ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଦ୍ୱିତୀୟ ପୁରସ୍କାର...

ବାଇକ୍‌ ଡିକି ଭାଙ୍ଗି ୬୯ ହଜାର ଲୁଟ୍‌

ଯୋଡ଼ା, ୨୭।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ସହରରେ ଥିବା ସୁଜୁକି ବାଇକ୍‌ ସୋରୁମ୍‌ ସମୁଖରୁ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ୬୯ ହଜାର ଟଙ୍କା...

ଅସ୍ତ୍ରୋପଚାର ସମୟରେ ପ୍ରସୂତି ମୃତ, ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର

ବରଗଡ଼ ଅଫିସ, ୧୮।୧- ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଶନିବାର କନ୍ୟା ସନ୍ତାନ ଜନ୍ମ ଦେବା ପରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଛି। ମୃତା ମହିଳା...

୩ଥର ଇସ୍ତଫା ଗ୍ରହଣ କରିବାକୁ କହିଲିଣି: ନିରଞ୍ଜନ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ରାଜ୍ୟରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଛି। ଅନ୍ୟପଟେ ବିଳମ୍ବରେ ହୋଇଥିବା ପାଟକୁରା ନିର୍ବାଚନରେ ମଧ୍ୟ...

Leave a comment

Your email address will not be published. Required fields are marked *