ଦନ୍ତା ଉପଦ୍ରବ ନେଇ ଡିହଡୋଳ ରେଞ୍ଜରେ ଆତଙ୍କ:ଯୁବକଙ୍କୁ ଘୋଷାଡ଼ି ଦଳିଦେଲା

ପରଜଙ୍ଗ,୨୦।୮(ଡି.ଏନ.ଏ.)ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ େଅଧୀନ ଡମୋଳ ଶନି ମନ୍ଦିର ନିକଟରେ ସୋମବାର ଏକ ଦନ୍ତା ହାତୀ ଆକ୍ରମଣରେ ଡମୋଳ ଗ୍ରାମର ଶାନ୍ତନୁ ସାମଲ (୨୬)ଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସେମାନେ ହାତୀସ୍କ୍ବାଡ୍‌କୁ ଅଟକ ରଖିବା ସହ ବନ ବିଭାଗ ଗାଡ଼ି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।
ଘଟଣାରୁ ପ୍ରକାଶ, ଶାନ୍ତନୁ ସନ୍ଧ୍ୟାରେ ସାଙ୍ଗମାନଙ୍କ ସହ ଶନିଶ୍ଚର ମନ୍ଦିର ନିକଟରେ ବସିଥିଲେ। ଏହି ସମୟରେ ଉକ୍ତ ଦନ୍ତା ହାତୀ ନିକଟସ୍ଥ ଜଙ୍ଗଲରୁ ବାହାରିଆସି ସେମାନଙ୍କୁ ଆକ୍ରମଣ କରିଥିଲା। ଅନ୍ୟମାନେ ଦୌଡି ପଳାଇ ଯାଇଥିବାବେଳେ ଶାନ୍ତନୁ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଧରି ପ୍ରାୟ ଶହେ ମିଟର ଘୋଷାଡ଼ି ନେଇ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ପ୍ରାୟ ୧୫ ମିନିଟ ଧରି ଦନ୍ତାଟି ସେଠାରେ ଛିଡ଼ା ହୋଇରହିଥିଲା। ଖବରପାଇ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ହାତୀ ସ୍କ୍ବାଡକୁ ସେଠାକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବନ ବିଭାଗ ଗାଡ଼ି ସହିତ ୬ ଜଣ କର୍ମଚାରୀ ସେଠାରେ ପହଞ୍ଚିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା। ହାତୀଟି ସପ୍ତାହେ ଧରି ଗାଁ ଭିତରେ ପଶି କମର, ଲୋଧଣି, କନ୍ଦରସିଂହା, ମଝିକା, ଜଟିଆ, ସରାଙ୍ଗ ଅଞ୍ଚଳରେ ପ୍ରାୟ ୩୦ ପରିବାରଙ୍କ ଘର ଭାଙ୍ଗି ତାଣ୍ଡବ ରଚାଇବା ସହ ଏ ପର୍ଯ୍ୟନ୍ତ ୧୦ରୁ ଊର୍ଦ୍ଧ୍ୱଙ୍କ ଜୀବନ ନେଇସାରିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ କ୍ଷତିପୂରଣ ସହିତ ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ପଠାଯିବାକୁ ଦାବି କରି ଗ୍ରାମବାସୀ ହାତୀସ୍କ୍ବାଡ୍‌କୁ ଅଟକ ରଖିଛନ୍ତି। ଏଥିସହ ବିଭାଗର ଏକ ଗାଡି କାଚ ଓ କର୍ମଚାରୀଙ୍କ ମୋବଇଲ ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡିଛି। କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ମୃତଦେହ ଛଡାଯିବ ନାହିଁ ବୋଲି ଅଞ୍ଚଳବାସୀ ଜିଦ୍‌ ଧରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ କରିଛନ୍ତି, ଡିହାଡୋଳ ସେକ୍ସନରେ ଥିବା ବନ କର୍ମଚାରୀ ଓ ହାତୀ ସ୍କ୍ବାଡ୍‌ ଠିକ ଭାବେ ଡ୍ୟୁଟି କରୁ ନାହାନ୍ତି। ତେଣୁ ତୁରନ୍ତ ଫରେଷ୍ଟର ରାମଚନ୍ଦ୍ର ରାଉତ, ଗାର୍ଡ କ୍ରିଷ୍ଣାପ୍ରିୟା ସାହୁଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିଛନ୍ତି। ଖବରଲେଖା ହେବା ସୁଦ୍ଧା କୌଣସି ସମାଧାନ ବାହାରିପାରିନାହିଁ। ଏ ନେଇ ରେଞ୍ଜର ହରମୋହନ ନାୟକ କୁହନ୍ତି, ଘଟଣାସ୍ଥଳରେ ହାତୀସ୍କ୍ବାଡ ପହଞ୍ଚିଥିବାବେଳେ ସେଠାରେ ଉତ୍ତେଜନା ଦେଖାଦେଇଛି। ବୁଝାଶୁଝା ପାଇଁ ଉଦ୍ୟମ ଜାରିରହିଛି। ପରଜଙ୍ଗ ଥାନା ଅଧିକାରୀ ଆନନ୍ଦ ଡୁଙ୍ଗୁଡୁଙ୍ଗୁ, ଏଏସ୍‌ଆଇ ସରୋଜ କୁମାର ସେଠୀ, ରେଞ୍ଜର ହରମୋହନ ନାୟକ, ଫରେଷ୍ଟର ରାମଚନ୍ଦ୍ର ରାଉତ ପ୍ରମୁଖ ପହଞ୍ଚିଛନ୍ତି।


All Right Reserved By Dharitri.Com

ଘୁଞ୍ଚିଲା ଯୁକ୍ତ୨ ନାମଲେଖା ଅବଧି

ଭୁବନେଶ୍ୱର,୨୧।୬(ବ୍ୟୁରୋ) : ଯୁକ୍ତ୨ ନାମଲେଖା ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଅବଧି...

କପିଳାସ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ: ଅଭିଜ୍ଞତାର ବନ୍ଧନ କଥା ‘ଚରନ୍‌ ଏ ସୋମୋୟେ’

ଢେଙ୍କାନାଳ ଅଫିସ,୩୦ା୧୨ – ଢେଙ୍କାନାଳ କଳାପରିଷଦ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମସ୍ଥିତ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ୫ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଜାତୀୟ ବହୁଭାଷୀ କପିଳାସ...

ଆଜି କାର୍ତ୍ତିକ ପୂର୍ଣ୍ଣିମା

ପୁରୀ ଅଫିସ, ୧୨ା୧୧: ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ ଓ ବୋଇତ ବନ୍ଦାଣ...

ଆମ୍ବଡାଳ ପଡ଼ି ଛାତ୍ର ମୃତ

ନିରାକାରପୁର,୧୮-୧୦(ଡି.ଏନ.ଏ.):ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ଏକାଡେମୀ ସ୍କୁଲରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପରିସର ମଧ୍ୟରେ ଥିବା ଏକ ଆମ୍ବଗଛର ବିରାଟ...

ବ୍ୟାଙ୍କ କାରବାର ଠପ୍‌

ଭୁବନେଶ୍ୱର,୧।୨: ବେତନ ସଂଶୋଧନ ଦାବିରେ ବ୍ୟାଙ୍କ ସଂଘଗୁଡିକ ଦେଇଥିବା ୨ ଦିନିଆ ଧର୍ମଘଟ ଡାକରା ଯୋଗୁ ସାରା ଦେଶରେ ବ୍ୟାଙ୍କ କାରବାର ଠପ୍‌ ହୋଇଯାଇଛି। ୟୁନାଇଟେଡ...

ମପାଯିବ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା

ଭୁବନେଶ୍ୱର, ୧୯ା୧୦ (ବ୍ୟୁରୋ): ମୋ ସରକାର ଏବଂ ୫-ଟି କାର୍ଯ୍ୟକାରୀ କ୍ଷେତ୍ରରେ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ମପାଯିବ। ଏ ନେଇ କର୍ମଚାରୀମାନଙ୍କର ବାର୍ଷିକ...

ଶ୍ରାବଣରେ ବି ବର୍ଷା ନାହିଁ: ଆଗେଇ ପାରୁନି ଚାଷ

ଦେଓଗାଁ, ୨୧ା୭(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଅସ୍ବାଭାବିକ ବର୍ଷା ଯୋଗୁ ବୁଣାଧାନ...

ବିଜେପୁର ଉପନିର୍ବାଚନ: ୩ଟା ସୁଦ୍ଧା ୫୬.୫% ମତଦାନ

ବରଗଡ଼ ଅଫିସ/ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି । ନିର୍ବାଚନମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ...

Leave a comment

Your email address will not be published. Required fields are marked *