ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଏମିତି: ଶିକ୍ଷକ କରୁଛନ୍ତି କିରାଣି କାମ

ଅନୁଗୋଳ ଅଫିସ, ୨୦।୮- ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ଅନୁଗୋଳ ଜିଲାରେ ୩ ବର୍ଷ ହେଲା ଶିକ୍ଷକ ନିଯୁକ୍ତି ଦେଇନାହାନ୍ତି। ଏପରି କି ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରେ ୮୩ ଶିକ୍ଷକଙ୍କ ନିଯୁକ୍ତିକୁ ମଧ୍ୟ ବନ୍ଦ କରିଛନ୍ତି। ପ୍ରତିବର୍ଷ ବହୁ ଶିକ୍ଷକ, କର୍ମଚାରୀ ଅବସର ନେଉଥିବା ବେଳେ ନୂଆ ନିଯୁକ୍ତି ଦିଆ ନ ଯିବା ଜିଲାର ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ଗଭୀର ପ୍ରଭାବିତ କରିଛି। ଜିଲାର ୧୩୧ ସରକାରୀ ହାଇସ୍କୁଲ ମଧ୍ୟରୁ କେବଳ ୨୨ଟିରେ ପ୍ରଧାନ ଶିକ୍ଷକ ଥିବା ବେଳେ ୪୨୧ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସେହିପରି ବହୁ ସ୍କୁଲରେ କିରାଣି, ପିଅନ ନ ଥିବାରୁ ସେଠାରେ ଥିବା ଶିକ୍ଷକଙ୍କୁ ସେହି କାମ କରିବାକୁ ପଡ଼ୁଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ଜିଲାରେ ଗଣଶିକ୍ଷା ବିଭାଗ ଅଧୀନରେ ମୋଟ ୨୪୩ଟି ହାଇସ୍କୁଲ ରହିଛି। ସେଥିମଧ୍ୟରୁ ୧୫ଟି ପୁରାତନ ହୋଇଥିବା ବେଳେ ୯୫ଟି ନୂତନ ଓ ୨୧ଟି ଉନ୍ନୀତ ହାଇସ୍କୁଲକୁ ମିଶାଇ ମୋଟ୍‌ ୧୩୧ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି। ସେହିପରି ବ୍ଲକ ଗ୍ରାଣ୍ଟ ସ୍କୁଲ ଓ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ସଂଖ୍ୟା ୯୮ ଏବଂ ଅନୁଦାନ ପ୍ରାପ୍ତ ୧୪ଟି ହାଇସ୍କୁଲ ଅଛି। ତେବେ ଏସବୁ ମଧ୍ୟରୁ ବହୁ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡ଼ିଛି। କିଶୋରନଗର ବ୍ଲକରେ ଥିବା ସରକାରୀ ହାଇସ୍କୁଲଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏରେ ବି ପ୍ରଧାନ ଶିକ୍ଷକ ନାହାନ୍ତି। ସେହିପରି ଆଠମଲ୍ଲିକ ବ୍ଲକରେ ଥିବା ହାଇସ୍କୁଲ ମଧ୍ୟରୁ ମାତ୍ର ଗୋଟିଏରେ ଜଣେ ପ୍ରଧାନ ଶିକ୍ଷକ ଥିବାବେଳେ ବଅଁରପାଳ ବ୍ଲକରେ ୩ ଜଣ, ଛେଣ୍ଡିପଦାରେ ୩, ଅନୁଗୋଳ ବ୍ଲକରେ ୪, ତାଳଚେରରେ ୨, ପାଲଲହଡ଼ାରେ ୪ ଓ କଣିହଁା ବ୍ଲକରେ ଥିବା ହାଇସ୍କୁଲଗୁଡ଼ିକ ମଧ୍ୟରୁ ୫ଟିରେ ପ୍ରଧାନ ଶିକ୍ଷକ କାର୍ଯ୍ୟ କରୁଛନ୍ତି। କେବଳ ପ୍ରଧାନଶିକ୍ଷକ ନୁହନ୍ତି, ଜିଲାରେ ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ କମ୍‌ ରହିଛି। ବିଷୟଭିତ୍ତିକ ଶିକ୍ଷକ ଓ ପିଇଟି ଆଦିରେ ପ୍ରାୟ ୧୮୬୭ ଶିକ୍ଷକଙ୍କ ଆବଶ୍ୟକତା ରହିଛି। କିନ୍ତୁ ବର୍ତ୍ତମାନ ମାତ୍ର ୧୪୪୬ ଜଣ ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ସେହିଭଳି ୧୨୯ ଜଣ କିରାଣିଙ୍କ ସ୍ଥାନରେ ୮୫ ଜଣ ଓ ୨୫୯ ପିଅନଙ୍କ ସ୍ଥାନରେ ୧୬୨ ଜଣ ଅଛନ୍ତି। ୧୦୧ ଜଣ ରାତି ଜଗୁଆଳି ପଦବୀ ଥିଲେ ବି ମାତ୍ର ୬୬ ଜଣ କାର୍ଯ୍ୟରତ ଅଛନ୍ତି। ଏପରି କି ୮ଟି ବ୍ଲକ ମଧ୍ୟରୁ ଗୋଟିଏରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏଯାଏ ନିଯୁକ୍ତି ଦିଆଯାଇ ନାହିଁ। ଜିଲାରେ ଦ୍ୱିତୀୟ ଶ୍ରେଣୀ ଓଡ଼ିଶା ଶିକ୍ଷା ସେବା(ଓଇଏସ୍‌) ପଦବୀ ୧୦ ଥିବା ବେଳେ ବର୍ତ୍ତମାନ ମାତ୍ର ୩ ଜଣ ଏହି ପଦବୀରେ ରହିଛନ୍ତି। ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ପୂରଣ ହେଉ ନ ଥିବାରୁ ସେଠାରେ ସହକାରୀ ଶିକ୍ଷକ ଦାୟିତ୍ୱ ସମ୍ଭାଳୁଛନ୍ତି। ଫଳରେ ଦୁଇଟିଯାକ କାର୍ଯ୍ୟକୁ ସେମାନେ ଠିକ୍‌ ଭାବେ କରିପାରୁ ନ ଥିବା ବେଳେ ଅନେକ କ୍ଷେତ୍ରରେ ସହକର୍ମୀମାନେ ମଧ୍ୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଆବଶ୍ୟକ ସହଯୋଗ କରୁ ନ ଥିବା ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହେଉଛି। ଏହାର ପ୍ରଭାବ ସିଧାସଳଖ ଶିକ୍ଷାଦାନ ଉପରେ ପଡ଼ୁଛି।


All Right Reserved By Dharitri.Com

ବିଦ୍ୟାଳୟ ମିଶ୍ରଣକୁ ୨ ମାସ ବିତିଲା: ଶିକ୍ଷକ ଅଭାବ, ନିଯୁକ୍ତି ନାହିଁ

ଛେଣ୍ଡିପଦା, ୯।୮(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୁଶକିଳା ଗ୍ରାମରେ ଥିବା ପାନ୍ଥେଶ୍ବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ କୁଶକିଳା ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ୨ ମାସ ବିତିଲାଣି।...

ଶକ୍ତିମନ୍ତ୍ରୀଙ୍କ ଅଚାନକ କେସିଙ୍ଗା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

କେସିଙ୍ଗା,୧୭।୮(ଡି.ଏନ.ଏ.) କେସିଙ୍ଗାସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଚାନକ ଭାବେ ଗତ ଗୁରୁବାର ସନ୍ଧ୍ୟା ୭ଟାରେ ପରିଦର୍ଶନ କରିଥିଲେ। ଏଠାରେ ଥିବା ବିଭିନ୍ନ ସମସ୍ୟା...

ଡିସେମ୍ବର ୧ରୁ ଦୁଇଦିନିଆ ସବୁଜ ସମାରୋହ : ଯୋଗଦେବେ ୫୦ ଦେଶର ପ୍ରତିନିଧି

ଭୁବନେଶ୍ୱର,୩୦।୮(ବ୍ୟୁରୋ) : ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି, ଅତିବୃଷ୍ଟି, ଅନାବୃଷ୍ଟି ଆଦି ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା ଡିସେମ୍ବର ୧ରୁ...

ପୋଲିସର କାର୍ଯ୍ୟକୁ ନେଇ ସନ୍ଦେହରେ ସାହିବାସୀ:ଯୁବକଙ୍କ ସହ ୨ ଏସ୍‌ଆଇ ରାତି ସାରା ଅଟକ

ପରଜଙ୍ଗ,୧୩ା୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଖାଲପାଳ ଡାଇ ସାହିରେ ଚୋରି ବଢୁଥିବାବେଳେ ପୋଲିସର କାର୍ଯ୍ୟକଳାପକୁ ନେଇ ସନ୍ଦେହରେ ପଡିଛନ୍ତି ଲୋକେ। ରବିବାର...

କୂଳ ଛାଡ଼ିଲା ମାଲେସିଆ ଜାହାଜ

ବ୍ରହ୍ମଗିରି,୧୬ା୯(ଡି.ଏନ୍‌.ଏ.) : ବହୁ ପରିଶ୍ରମ ପରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାଜହଂସ କୂଳରେ ଲାଗିଥିବା ମାଲେସିଆ ଜାହାଜ ଜିନ୍‌ ହ୍ବା କୂଳ ଛାଡ଼ିଛି। ଏହାକୁ...

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ମିଳିଲା ପରିଚୟ, ଅଭିଯୁକ୍ତ ସ୍ବାମୀ ଫେରାର

ହାଟଡ଼ିହୀ, ୧୦।୮ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ଗ୍ରାମର ପ୍ରଦୀପ ମଲ୍ଲିକଙ୍କ ଘର ପଛପଟ ବାଡ଼ିର ମାଟିତଳୁ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ...

ବାତ୍ୟା ମୁକାବିଲା ପାଇଁ ଓଡ଼ିଶାର ପରାମର୍ଶ ନେଲା ଗୁଜୁରାଟ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ସାମୁଦ୍ରିକ ଝଡ଼ (ବାୟୁ) ଗୁଜୁରାଟଆଡ଼କୁ ମୁହାଁଇଛି। ଗୁରୁବାର ପୂର୍ବାହ୍ନ ସୁଧା ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।...

ଧର୍ମଶାଳା ତହସିଲର ଚଢାଉ: ୫ କଳାପଥର , ୧ ବାଲିଖାଦାନରେ ୧୪୪ ଧାରା ଜାରି

ଧର୍ମଶାଳା/ଜେନାପୁର/ଚଢେଇଧରା,୧୨।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ ତହସିଲ ଅଧୀନସ୍ତ ୫ କଳାପଥର ଓ ଗୋଟିଏ ବାଲି ଖାଦାନ ଉପରେ ବୁଧବାର ୧୪୪ ଧାରା ଜାରି...

Leave a comment

Your email address will not be published. Required fields are marked *