ଉଦ୍‌ଘାଟନ ପରଠାରୁ ପ୍ରକଳ୍ପ ଅଚଳ: ଗଣା ଚାଲିଛି ବିଦ୍ୟୁତ୍‌ ବିଲ୍‌

ଭଦ୍ରକ ଅଫିସ, ୨୦।୮- ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଓଲଙ୍ଗ ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପାର୍ଶ୍ୱରେ ଥିବା ଏକ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ ପରଠାରୁ ବନ୍ଦ ରହିଛି। ଉକ୍ତ ପ୍ରକଳ୍ପ ଉଦ୍‌ଘାଟନର ମାତ୍ର ୧୦ ଦିନ ମଧ୍ୟରେ ଅଚଳ ହୋଇପଡ଼ିଥିଲା। ସେବେଠାରୁ ତାହା ଅକାମୀ ହୋଇ ରହିଛି। କାମରେ ଆସୁନି। ହେଲେ ଏହି ପ୍ରକଳ୍ପ ପାଇଁ ପ୍ରତିବର୍ଷ ବିଦ୍ୟୁତ ଦେୟ ପଞ୍ଚାୟତ ପାଣ୍ଠିରୁ ଗଣା ଚାଲିଥିବା ସୂଚନା ମିଳିଛି।
୨୦୧୧ରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟବରାଦରେ ଏଠାରେ ୪୦ ହଜାର ଲିଟର କ୍ଷମତା ବିଶିଷ୍ଟ ଓଭରହେଡ୍‌ ଟାଙ୍କି କରାଯାଇ ଗାଁକୁ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କୌଣସି ଘରକୁ ପାଇପ୍‌ କନେକ୍ସନ ଦିଆଯାଇ ନ ଥିଲା। କିନ୍ତୁ ଗାଁରେ ୩୯ଟି ଷ୍ଟାଣ୍ଡପୋଷ୍ଟ କରାଯାଇଥିଲା। ୨୦୧୧ ଅକ୍ଟୋବର ୫ ରେ ତତ୍କାଳୀନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ତତ୍କାଳୀନ ଜିଲାପାଳ ଅକ୍ଷୟ ପାଣି ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। ନିମ୍ନମାନର କାମ ଯୋଗୁ ଗାଁରେ ବିଛାଯାଇଥିବା ପାଇପଗୁଡ଼ିକ ଫାଟି ଯାଇଥିଲା। ସେବେଠାରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ବିଭାଗୀୟ ଅଧିକାରୀ କିମ୍ବା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନ ଥିବା କୁହାଯାଇଛି। ଗ୍ରାମବାସୀ ଏ ନେଇ ବାରମ୍ବାର ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବିଡିଓ ଉମେଶ ମଲ୍ଲିକଙ୍କୁ ପଚାରିବାରୁ ତାଙ୍କ ପାଖରେ କୌଣସି ଖବର ନାହିଁ, ତଥାପି ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ କହି କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।


All Right Reserved By

ପୁରୁଣା ଦିନର ସ୍ମୃତି ମନାପକାଇଲେ ଛାତ୍ରୀଛାତ୍ର

ବିଞ୍ଝାରପୁର,୧୯ା୬(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସୟଦପୁରସ୍ଥିତ ବ୍ରଜସୁନ୍ଦର ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ୧୯୮୬ ମାଟ୍ରିକ୍‌ ବ୍ୟାଚ୍‌ ଛାତ୍ରୀଛାତ୍ରଙ୍କ ବାର୍ଷିକ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା...

ଜୁନ୍‌ ୨୫ରୁ ବିଧାନସଭା, ୨୮ରେ ବଜେଟ

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ୨୫ରୁ ଆରମ୍ଭ ହେବ। ଏ ନେଇ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ...

ଘର ଦେବାରେ ଖିଲାପ କଲେ ବିଲ୍‌ଡରଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ

ଭୁବନେଶ୍ୱର,୬-୯(ବ୍ୟୁରୋ):ଘର ଖଣ୍ଡେ ପାଇଁ ବ୍ୟକ୍ତି ନିଜର ସମସ୍ତ ଆୟକୁ ଲଗାଇ ଦେଇଥାଏ। ଟଙ୍କା ପଇଠ କରି ଯଦି ଘର ନ ମିଳିବ ତେବେ କଥା ସରିଲା।...

ବଦଳିଲା ନିଷ୍ପତ୍ତି, ଶୁକ୍ରବାର ଖୋଲିବ ସ୍କୁଲ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଶୁକ୍ରବାର ଖୋଲିବ ରାଜ୍ୟର ସମସ୍ତ ସ୍କୁଲ। ପାଗରେ ପରିବର୍ତ୍ତନ ତଥା ଖରା କମିଯିବାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।...

ବାଉରୀଯୋର ପୋଲ ଉପରେ ୭ଫୁଟ ପାଣି: ବୀରମହାରାଜପୁରରୁ ରେଢ଼ାଖୋଲ, ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୧୩।୮(ଡି.ଏନ.ଏ.): ବୀରମହାରାଜପୁର-ରେଢ଼ାଖୋଲ ରାସ୍ତାର ପିତାମହୁଲ ନିକଟ ବାଉରୀଯୋର ପୋଲ ଉପରେ ପ୍ରାୟ ୭ଫୁଟ ପାଣି ଜମି ପ୍ରବାହିତ ହେଉଥିବାରୁ ଉକ୍ତ ବାଟ ଦେଇ ଯାତାୟତ...

ଅଖ ହଣା ସରିଲା, ଦଣ୍ଡା କାମ ଆରମ୍ଭ

ପୁରୀ ଅଫିସ, ୮ା୬: ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ତିନିରଥ ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ଚାଲିଛି ରଥ କାମ। ଅକ୍ଷୟତୃତୀୟ ଠାରୁ...

ନନ୍ଦିଘୋଷ ରଥରେ ଚଢ଼ିଲେ ଅଣସେବକ

ପୁରୀ ଅଫିସ, ୧୬।୭: ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ଲାଗି କେତେକ କଟକଣା ଜାରି କରିଥିଲା। ହେଲେ ଏହାକୁ ଅନେକେ ମାନି...

ଆରମ୍ଭ ହେଲା ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ

ଭୁବନେଶ୍ୱର,୨ା୯(ବ୍ୟୁରୋ) : ଓଡ଼ିଶାରେ ଆରମ୍ଭ ହୋଇଛି ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ’ ବ୍ୟବସ୍ଥା। ପ୍ରଥମ ପାଇଲଟ୍‌ ପ୍ରକଳ୍ପ ଭାବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *