୨୦୨୦ରେ ମାଡି ଆସୁଛି ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨୦-୮: ଆସନ୍ତା ଏକ ବର୍ଷ ମଧ୍ୟରେ ୮ବର୍ଷରେ ସବୁଠାରୁ ଭୟଙ୍କର ମାନ୍ଦାବସ୍ଥା ମାଡିଆସୁଛି। ଏକ ତୃତୀୟାଂଶ ଗ୍ଲୋବାଲ ଫଣ୍ଡ ମ୍ୟାନେଜର ଏ ସମ୍ପର୍କରେ ଅନୁମାନ ଦର୍ଶାଇଛନ୍ତି। ବ୍ୟାଙ୍କ ଅଫ୍‌ ମେରିଲ ଲିଞ୍ଚର ସର୍ଭେ ରିପୋର୍ଟ ମୁତାବକ ୨୦୨୦ରେ ବିଶ୍ୱରେ ସବୁଠାରୁ ବଡ଼ ମାନ୍ଦାବସ୍ଥା ଦେଖିବାକୁ ମିଳିବ। ଏହି ମାନ୍ଦାବସ୍ଥା ଆମେରିକାରେ ପ୍ରଥମେ ଦେଖାଦେବ ବୋଲି ରିପୋର୍ଟରେ କୁହାଯାଇଛି। ସର୍ଭେରେ ସାମିଲ ୩୪ ପ୍ରତିଶତ ଫଣ୍ଡ ମ୍ୟାନେଜରଙ୍କ ମତକୁ ନେଇ ଏହି ଭବିଷ୍ୟବାଣୀ କରାଯାଇଛି। ଏହା ୨୦୧୧ ଅକ୍ଟୋବର ପରେ ସବୁଠାରୁ ଖରାପ ସମୟ ହେବ। ଅଗଷ୍ଟ ୨ରୁ ୮ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ବିଶ୍ୱରେ ୫୫୩ ବିଲିୟନ ଡଲାର ଫଣ୍ଡ ମ୍ୟାନେଜମେଣ୍ଟ କରୁଥିବା ମୋଟ ୨୨୪ ଶୀର୍ଷ ଫଣ୍ଡ ମ୍ୟାନେଜର ଏଥିରେ ସାମିଲ ହୋଇଥିଲେ। ଅଧାରୁ ଅଧିକ ମ୍ୟାନେଜରଙ୍କ କହିବାନୁଯାୟୀ କର୍ପୋରେଟ ଗ୍ରୁପ୍‌ ଅତ୍ୟନ୍ତ ଚାପ ମଧ୍ୟରେ ରହିଛନ୍ତି। ବାଲାନ୍ସ ସିଟ୍‌ ସୁଧାରିବା ଲାଗି ସେମାନଙ୍କୁ ପଦକ୍ଷେପ ନେବାକୁ ହେବ। କର୍ପୋରେଟ ଜଗତ ନିଜର ବାଲାନ୍ସ ସିଟ୍‌ ସୁଧାରିବା ପାଇଁ ବାଏବ୍ୟାକ୍‌ ଏବଂ ଅନ୍ୟ ବିକଳ୍ପ ଉପରେ କାମ ନ କରି ବରଂ ନଗଦ ବ୍ୟବହାର କରିବା ଉଚିତ। ବାଣିଜ୍ୟ ଯୁଦ୍ଧ ଆଗାମୀ ଦିନରେ ମାନ୍ଦାବସ୍ଥାର ଆଉ ଏକ କାରଣ ହୋଇପାରେ ବୋଲି ଫଣ୍ଡ ମ୍ୟାନେଜର ମାନେ ମତପ୍ରକାଶ କରିଛନ୍ତି।


All Right Reserved By Dharitri.Com

ଅର୍ଥ ବ୍ୟବସ୍ଥା ଲାଗି ଆଂଶିକ ଲକ୍‌ଡାଉନ ଯୋଜନା

ନୂଆଦିଲ୍ଲୀ,୧୬ା୪: ଲକ୍‌ଡାଉନ ପାଇଁ ବନ୍ଦ ପଡିଥିବା ଅର୍ଥ ବ୍ୟବସ୍ଥାକୁୁ ଗତିଶୀଳ କରାଇବା ଲାଗି ସରକାର ଆଶିଂକ ଲକ୍‌ଡାଉନ ନେଇ ଯୋଜନା ରଖିଛନ୍ତି। ବର୍ତ୍ତମାନ ସୂଚନା ଏବଂ...

ନୂଆବର୍ଷର ପହିଲି ଦିନରେ ରୋଷେଇ ଘରେ ମହଙ୍ଗା ମାଡ଼: ବଢ଼ିଲା ରନ୍ଧନ ଗ୍ୟାସ୍‌ ଦାମ୍‌

ନୂଆଦିଲ୍ଲୀ,୧।୧: ନୂଆବର୍ଷର ପହିଲି ଦିନରେ ରୋଷେଇ ଘରେ ମହଙ୍ଗା ମାଡ଼ ହୋଇଛି। ବୁଧବାରଠାରୁ ରନ୍ଧନ ଗ୍ୟାସ୍‌ ଦାମ୍‌ ୧୯ ଟଙ୍କା ବଢ଼ିଛି। ଫଳରେ ଦିଲ୍ଲୀରେ ଅଣ-ସବସିଡ୍‌...

ବିକାଶ ବୃଦ୍ଧିରେ ବାଧା ହଟିବ: ଖୁବ୍‌ଶୀଘ୍ର ଘୋଷଣା

ନୂଆଦିଲ୍ଲୀ,୧୨-୮: କେନ୍ଦ୍ର ସରକାର ବିକାଶ ଅଭିବୃଦ୍ଧି ଲାଗି ବିଭିନ୍ନ ଉପାୟ ଚିନ୍ତା କରୁଛନ୍ତି। ଆର୍ଥିକ ବିକାଶ ଆଗେଇବାରେ ଥିବା ସମସ୍ତ ବାଧାକୁ ଚିହ୍ନଟ କରି ଦୂର...

କର୍ମଚାରୀ ଭବିଷ୍ୟନିଧି ଯୋଗଦାନ ଦେବେ ସରକାର

ନୂଆଦିଲ୍ଲୀ,୨୭। ୩: ବର୍ତ୍ତମାନ ସମୟରେ ସରକାର କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିରେ ଆଗୀମୀ ୩ ମାସ ଲାଗି ଦେୟର ଯୋଗଦାନ ଦେବେ। ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ...

ଜିଏସ୍‌ଟି ପରିସରକୁ ଶୀଘ୍ର ଆସିପାରେ ଗ୍ୟାସ,ଏଟିଏଫ୍‌

ନୂଆଦିଲ୍ଲୀ,୩୦-୧୦: ପ୍ରାକୃତିକ ବାଷ୍ପ, ବିମାନ ଇନ୍ଧନ ବା ଆଭିଏଶନ ଟର୍ବାଇନ ଫୁଏଲ(ଏଟିଏଫ୍‌) ଶୀଘ୍ର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିସରକୁ ଆସିବା ନେଇ ସମ୍ଭାବନା ରହିଛି।...

ଡିଡିଟି, କ୍ୟାପିଟାଲ ଗେନ୍ସ ଟାକ୍ସ କମିବନି

ନୂଆଦିଲ୍ଲୀ,୧-୧୧: ସରକାର ପୁଞ୍ଜିବଜାର ନିବେଶକଙ୍କୁ ଖୁସି କରାଇବା ଲାଗି ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ସ ଏବଂ ଡିଜିଡେଣ୍ଡ ଡିଷ୍ଟ୍ରିବ୍ୟୁଶନ ଟାକ୍ସ(ଡିଡ଼ିଟି)ରେ କିଛିଟା କୋହଳ ବ୍ୟବସ୍ଥା କରିବା ନେଇ...

୨୦୨୧ରେ ଜନଗଣନା;ମୋବାଇଲ ଫୋନ, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନିଆଯିବ

ନୂଆଦିଲ୍ଲୀ,୪-୮: ଭାରତ ସରକାର ଜନଗଣନା କରିବାକୁ ଯାଉଛନ୍ତି। ୨୦୨୧ରେ ଦେଶରେ ଜଣଗଣନା ହେବ। ଏହି ପ୍ରକ୍ରିୟାରେ ସରକାରୀ କର୍ମଚାରୀ ଘରକୁ ଘର ବୁଲି ପରିବାରଠାରୁ ସମ୍ପୂର୍ଣ୍ଣ...

୨୧,୭୦୦ କୋଟିର ସମ୍ପତ୍ତି ବିକିବେ ଅନିଲ ଅମ୍ବାନୀ

ମୁମ୍ବାଇ,୧୨।୭ : ଏକ ସମୟରେ ଦେଶର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଗଣା ହେଉଥିବା ରିଲାଏନ୍ସ ଏଡିଏଜି ଗ୍ରୁପ୍‌ ମାଲିକ ଅନିଲ ଅମ୍ବାନୀ ଏବେ ଋଣ ପରିଶୋଧ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *