ମୋବାଇଲ ଫୋନ ରପ୍ତାନି;ଭାରତ ୨୧ ସ୍ଥାନ ଉପରକୁ ଉଠିଲା

ନୂଆଦିଲ୍ଲୀ,୨୦ -୮: ମୋବାଇଲ ଫୋନ ରପ୍ତାନି କ୍ଷେତ୍ରରେ ଭାରତ ଗତବର୍ଷ ବେଶ ଅଭିବୃଦ୍ଧି ହାସଲ କରିଛି। ଫଳରେ ଏହା ୨୧ ସ୍ଥାନ ଉପରକୁ ଉଠି ରପ୍ତାନିକାରୀ ଦେଶଙ୍କ ତାଲିକାର ୧୭ତମ ସ୍ଥାନରେ ପହଞ୍ଚତ୍ଛି। ଗତବର୍ଷ ଭାରତୀୟ କମ୍ପାନୀମାନେ ୧.୦୭ ବିଲିୟନ ଡଲାର ମୂଲ୍ୟର ମୋବାଇଲ ଫୋନ୍‌ ରପ୍ତାନି କରିଛନ୍ତି ବୋଲି ଫେଡେରେଶନ ଅଫ୍‌ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେଶନ୍ସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ,ଗତ ୫ ବର୍ଷ ଭିତରେ ଭାରତର ମୋବାଇଲ ଫୋନ ରପ୍ତାନି କ୍ଷେତ୍ରରେ ୧୭ ପ୍ରତିଶତ ବୃଦ୍ଧି ହୋଇଛି। ଦେଶ ରପ୍ତାନି କରୁଥିବା ସାମଗ୍ରୀଗୁଡ଼ିକ ଭିତରେ ମୋବାଇଲ ଫୋନ ୨୩ତମ ସ୍ଥାନରେ ରହିଛି। ତେବେ ମୋବାଇଲ ଫୋନ ରପ୍ତାନି କ୍ଷେତ୍ରରେ ଚାଇନା, ଭିଏତନାମ ଓ ହଂକଂ ଶୀର୍ଷ ୩ ଦେଶ ମଧ୍ୟରେ ରହିଛି। ବିଶ୍ୱରେ ଚାଇନା ସର୍ବାଧିକ ୪୯ ପ୍ରତିଶତ, ଭିଏତନାମ ୧୩ ପ୍ରତିଶତ ଏବଂ ହଂକଂ ୧୦.୯ ପ୍ରତିଶତ ମୋବାଇଲ ଫୋନ ରପ୍ତାନି କରିଛି। ତେବେ ଭାରତ ବିଶ୍ୱରେ ରପ୍ତାନି ହେଉଥିବା ମୋଟ ମୋବାଇଲ ଫୋନର ମାତ୍ର ୦.୪% ରପ୍ତାନି କରୁଛି।


All Right Reserved By

ବିଗ୍‌ବଜାର ପକ୍ଷରୁ ପ୍ଲାଷ୍ଟିକ ସଚେତନତା

ଭୁବନେଶ୍ୱର, ୧୨-୯(ବ୍ୟୁରୋ): ଫ୍ୟୁଚର ଗ୍ରୁପର ରିଟେଲ ଚେନ୍‌ ବିଗ୍‌ବଜାର ପକ୍ଷରୁ ଭୁବନେଶ୍ୱରରେ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ ‘ପ୍ଲାଷ୍ଟିକ ଭରୋ-ରିସାଇକେଲ କରୋ’ଆରମ୍ଭ ହୋଇଛି। ୟୁନାଇଟେଡ ନେଶନ୍ସ ଡେଭଲପମେଣ୍ଟ...

ଦୀପାବଳି ସୁଦ୍ଧା ସୁନା ୪୦ ହଜାର ଛୁଇଁବ

ନୂଆଦିଲ୍ଲୀ,୧୮ -୮: ବିଶ୍ୱରେ ଭୂ-ରାଜନୈତିକ ଓ ବାଣିଜ୍ୟ ଯୁଦ୍ଧ କାରଣରୁ ସୁନା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ଦୀପାବଳି ସୁଦ୍ଧା ସୁନା ଦର ପ୍ରତି...

ଇଏସ୍‌ଆଇ ଅଂଶଦାନ ୪%କୁ ହ୍ରାସ

ନୂଆଦିଲ୍ଲୀ,୧୪-୬: କେନ୍ଦ୍ର ସରକାର କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇ)ର ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ମୋଟ ଅଂଶଦାନକୁ ୬.୫%ରୁ ୪%କୁ ହ୍ରାସ କରିଛନ୍ତି।...

ଆସିବ ନୂଆ ଯୋଜନା: ସୁପର ମାର୍କେଟରେ ମିଳିବ ତେଲ

ନୂଆଦିଲ୍ଲୀ,୧୯-୬- କେନ୍ଦ୍ରର ମୋଦି ସରକାର ନିଜର ଦ୍ୱିତୀୟ କାର୍ଯ୍ୟକାଳରେ ଦ୍ରୁତଗତିରେ ବଡ଼ ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ଏହିକ୍ରମରେ ଗାଡ଼ିରେ ପେଟ୍ରୋଲ ଓ ଡିଜେଲ ଭର୍ତ୍ତି...

ଡବ୍ଲ୍ୟୁସିଓ ନିର୍ଦ୍ଦେଶକ ନିର୍ବାଚିତ ହେଲେ ପ୍ରଣବ ଦାସ

ଭୁବନେଶ୍ୱର,୧-୭: ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ପ୍ରଣବ ଦାସ ବ୍ରୁସେଲସ୍ଥିତ ବିଶ୍ୱ ସୀମା ଶୁଳ୍କ ପ୍ରତିଷ୍ଠାନ (ଡବ୍ଲ୍ୟୁସିଓ)ର ନିର୍ଦ୍ଦେଶକ ନିର୍ବାଚିତ ହୋଇଛନ୍ତି। ଜଣେ ଓଡ଼ିଆ ତଥା...

ମ୍ୟାକ୍ସ ପକ୍ଷରୁ ଲିଟିଲ ଆଇକନ୍‌ ୨୦୧୯

ଭୁବନେଶ୍ୱର,୨-୬: ପ୍ରମୁଖ ଫ୍ୟାଶନ ବ୍ରାଣ୍ଡ ମ୍ୟାକ୍ସ ଫ୍ୟାଶନ ପକ୍ଷରୁ ଲିଟିଲ ଆଇକନ୍‌ ୨୦୧୯ କାର୍ଯ୍ୟକ୍ରମ ସ୍ଥାନୀୟ ଏସ୍‌ପ୍ଲାନେଡ ଓ୍ବାନ ମଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର...

ଚାଷୀଙ୍କ ପାଇଁ ଆସିବ ପେନସନ ବ୍ୟବସ୍ଥା

ନୂଆଦିଲ୍ଲୀ,୩୦-୫: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସ୍କିମ୍‌ ଜରିଆରେ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୧୨ କୋଟି ଚାଷୀ ପରିବାରଙ୍କୁ ସହାୟତା ପ୍ରଦାନ କରିବା ପରେ...

୨୦୧୭ ତୁଳନାରେ କମ୍‌ ହୋଇଛି ୫୯୭ ଏଟିଏମ୍‌

ମୁମ୍ବାଇ,୯-୬: ଦେଶରେ ଏଟିଏମ୍‌ ସଂଖ୍ୟା ୨୦୧୭ ତୁଳନାରେ ୨୦୧୯ରେ କମିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ରିପୋର୍ଟରେ ପ୍ରକାଶ କରାଯାଇଛି। ୨୦୧୯ରେ ଏହି ସଂଖ୍ୟା ୫୯୭...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *