Posted inବରଗଡ଼

ସରକାରୀ ପୋରଛାହନ୍‌ ଅଭାବ୍‌: ବୁଡ଼ବାର ଉପରେ ଲୋକ୍‌କଳା ସଂଚାର

 

ଜାମଟିକ୍ରା, ୨୦।୮ (ଡି.ଏନ୍‌.ଏ.):
ଭାରତୀୟ କଳା, ସଂସ୍କୃତି, ପରବ୍‌ ପରବାନୀ ବିଶ୍ୱରେ ଗୁଟେ ଅଲଗ୍‌ ପରିଚଏ ସୁରୁଷ୍‌ଟି କରିଛେ। ହେଲେ ଆଏଜ୍‌କାଲି ବିଦେଶୀ ସଂସ୍କୃତି ପରଭାବରେ ଆମର ଦେଶୀ କଳା, ସଂସ୍କୃତି ଖପି ଗଲାନ। ଆଘ ଗଁାଗଁଲିରୁ ସହର ତକ୍‌ ପାଲା, ଦାସକାଠିଆ, ସଂଚାର ଲେଖେଁ ଲୋକ୍‌ କଳା ଦେଖ୍‌ବାକେ ମିଲୁଥିଲା। ହେଲେ ବିଦେଶୀ ସଂସ୍କୃତିର ବଡ଼ଭାରି ପରଚଲନ ଲାଗି ଦେଶୀ ଲୋକ୍‌କଳା ସମାଜରୁ ମେଟି ଯିବାକେ ବସଲାନ। କଁା ଭଁା ଗଁାଗଁଡ଼ାରେ ପାଲା, ଦାସକାଠିଆ ହେଉଥିଲାବେଲେ ସଂଚାର ଗୁଟେ ପରକାର ଲୋକ୍‌ଲୋଚନ୍‌ରୁ ଉଭି ଗଲାନ। ଇ ସବୁ ଲୋକ୍‌କଳାକେ ପେସା କରି ଝନେ କଳାକାର ଆଏଜ୍‌କାଲି କୁଟୁମ୍‌ ପୁଷ୍‌ବାର ସମ୍‌ଭବ ନୁହେ। ଯେନ୍‌ଥିରଲାଗି ଆଏଜ୍‌କାଲିର ଯୁବକ୍‌ମାନେ ଇ ସବୁ କଳା ଉପରେ ଧିଆନ୍‌ ନାଇଁ ଦେବାର।
ଦିନ୍‌ ଥିଲା ବରଗଡ଼ ଜିଲାରେ ଲୁକ୍‌କର ମନୋରଂଜନର ଜରିଆ ପାଲଟିଥିଲା ସଂଚାର। ଇଥ୍‌ରେ ବେଭାର ହେଉଥିବାର ବାଦ୍ୟଯନ୍ତ୍ର ସତେ ଯେନ୍‌ତା ଏହେଦେ ଅଦରକାରୀ ପାଲଟିଯାଇଛେ। ୩ ଝନ୍‌ କଳାକାରକୁଁ ନେଇ ଗୁଟେ ସଂଚାର ଦଲ୍‌ ହେଉଥିଲା। ସେଥ୍‌ରେ ଝନେ ମୁରଦୁଂଗିଆ ଆର ଦୁଇ ଝନ୍‌ ସହଯୋଗୀ ରହୁଥିଲେ। ସେନ୍‌ତା କଳାକାରମାନକର ପିଁଧନ୍‌ ଉଢ଼ନ୍‌ ବି ଥିଲା ଅଲଗ୍‌ ପରକାର। ପିଁଧନ୍‌ ଉଢ଼ନ୍‌ରେ ରଂଗୀନ୍‌ କପଡ଼ାଲତା ବେଭାର ହେଉଥିଲାବେଲେ କାନେ କୁଣ୍ଡଳ, ବେଁକେ ସୁନାର ହାର, ମୁଡେ ଚୁଲିପଗଡ଼ି ଆର ପାଦେ ଘୁଲଘୁଲା ବଁାଧି କଳାକାରମାନେ ନାଚ୍‌ଗୀତ ପରିବେଷନ୍‌ କରୁଥିଲେ। ଦରକାରବେଲେ ବିଷେବସ୍ତୁକେ ଅଧ୍‌କା ସରସ୍‌ କରବାର ଲାଗି କଳାକାରମାନେ ଭିନେ ଭିନେ ଚରିତ୍‌ରରେ ଅଭିନଏ କରି, ଦେଖନ୍‌ହାରିକର ମନ୍‌ ମୁହୁଥିଲେ। ମଝିରେ ମଝିରେ ଆଂଚଲିକ୍‌ ଢ଼ଗ କହି ଲୁକ୍‌କୁ ହଁସଉଥିଲେ। ସଂଚାର କଳାକାରମାନକର ବିଶାସ୍‌ ଯେ, ସବୁ କଳାରେ ସ୍ବୟଂ ଭଗବାନ ରହିଛନ୍‌। ସେଥିରଲାଗି କାଯ୍‌କରମ ଆରମ୍‌ରୁ ଗୁଟେ ଖାସ୍‌ ତାଲ୍‌ରୁ ବାଜ୍‌ନା ଆରମ୍‌ ହେଇ ସେ ତାଲ୍‌ରେ ଶେଷ୍‌ ହେବାର ନିୟମ ରହିଛେ। ହେଲେ ଆଧୁନିକତାର ଛାପ୍‌ରେ ଦିନୁଦିନ୍‌କେ ଇ ଲୋକ୍‌କଳା ଲୋପ୍‌ ପାଏବାକେ ବସୁଛେ। ଦୁଖର କଥା ଆଧୁନିକ ଯୁଗ୍‌ ସଂଗେ ତାଲ୍‌ ଦେଇ ଚାଲୁଥିବାର ବଡ଼ଭାଗି ଯୁବକ୍‌ ଇ କଳା ବାବ୍‌ଦେ ନାଇଁ ଜାନି। ଇଥିରଲାଗି ଅନେକ ସଂଚାର କଳାକାର ସରକାରକୁଁ ଦାଇ କରିଛନ୍‌। ଦିନ୍‌ଥିଲା ପାରମ୍ପରିକ ଲୋକ୍‌କଳା ସଂଚାରର ପଶ୍ଚିମ ଓଡ଼ିଶାରେ ଗୁଟେ ଖାସ୍‌ ପରିଚଏ ଥିଲା। ହେଲେ ସରକାରୀ ପୋରଛାହନ୍‌ ଅଭାବୁ ଏହେଦେ ଇ ଲୋକ୍‌କଳା ସମାଜରୁ ଉଭି ଯିବାକେ ବସ୍‌ଲାନ। ବରଗଡ଼ ଜିଲାର ସ୍ବର୍ଗତ ମନବୋଧ ଭାଟ, ବିଶାଖା ରଣା, ମାୟାଧର ଧୋବା, ଦୁର୍ଲଭ ଦାସ ପରମୁଖ ଇ ଲୋକ୍‌କଳାକେ ଲୋକ୍‌ଲୋଚନକେ ଆନିଥିଲେ। ଏହେଦେ ତାକର ଶିଷ୍ୟମାନେ ତାଳମେଣ୍ଡାର କ୍ଷମାନିଧି ସାହୁ, ରୂପାପାଲିର ପାର୍ବତୀ ଦାଶ, ଚିନାମାଳି ଦାଶ ଇ କଳାକେ ବଁଚେଇ ରଖ୍‌ବାର ଲାଗି ଚେଷ୍‌ଟା ଚଲେଇଛନ୍‌। ଧନୁଯାତ୍‌ରା, ବାଲିଯାତ୍‌ରାରେ ଇ କଳା ଦେଖ୍‌ବାକେ ମିଲୁଛେ। ହେଲେ ଇ କଳାକେ ବଁଚେଇ ରଖ୍‌ବାର ଲାଗି ହେଲେ ସରକାରୀ ପୋରଛାହନ୍‌ର ନିହାତି ଦରକାର ରହିଛେ। ଇ କଳାକାରମାନକର ଲାଗି ଗୁଟେ ଖାସ୍‌ ତାଲିମ କେନ୍ଦ୍ର ଥାପନା କରାଯିବାର କଥା। ଏନ୍‌ତା ହେଲେ ଅନେକ କଳାକାର ବାହାରବାର ସଂଗେ ଇ ଲୋକ୍‌କଳା ବଁଚି ରହିବା ବଲି ଅତାବିରା ବ୍ଲକ ପରମାନପୁର ଗଁାର ସଂଚାର କଳାକାର ଅଷ୍ଟମୀ ଦୀପ ମତ ଦେଇଛନ୍‌।


All Right Reserved By Dharitri.Com

ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ନ ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ବରଗଡ଼ ଜିଲାପାଳ

ବରଗଡ଼ ଅଫିସ୍‌,୮।୪: କରୋନା(କୋଭିଡ୍‌-୧୯) ସଂକ୍ରମଣ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି । ଅତ୍ୟାବଶୀୟ...

ଭିଜିଲାନ୍ସ ଜାଲରେ ଭେଡେନ ତହସିଲ ଅମିନ

ବରଗଡ଼ ଅଫିସ, ୧୮।୨- ବରଗଡ଼ ଜିଲା ଭେଡେନ ତହସିଲ ଅଫିସରେ କାର୍ଯ୍ୟରତ ଅମିନ ଲଲିତ ମେହେର ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ଜମି ଚିହ୍ନଟ(ଡିମାରକେଶନ)...

ବରଗଡ଼ ନୂତନ ଜିଲାପାଳଙ୍କ ଯୋଗଦାନ

ବରଗଡ଼ ଅଫିସ,୨୫।୮: ବରଗଡ଼ ଜିଲାର ନୂତନ ଜିଲାପାଳ ଭାବେ ରବିବାର ଜ୍ୟୋତିରଞ୍ଜନ ପ୍ରଧାନ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଝାରସୁଗୁଡ଼ା ଜିଲାପାଳ ଭାବେ କାର୍ଯ୍ୟ...

ଯମ ଅଭିନୟରେ କରୋନା ସଚେତନତା କଲେ କଂସ ଅଭିନେତା ଭୁବନେଶ୍ବର

ବରଗଡ଼ ଅଫିସ,୧୬।୫: କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣକୁ ପ୍ରତିହତ କରିବା...

ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ୨୦୨ ପ୍ରବାସୀ ଶ୍ରମିକ: ୭ ଦିନ ମଧ୍ୟରେ ଫେରିବେ ଓଡ଼ିଶା

ବରଗଡ଼ ଅଫିସ,୭ା୫: ଭୂତାଣୁ ସଂକ୍ରମଣକୁ ନେଇ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଏହି କଟକଣା ପରେ ପ୍ରବାସୀ ଶ୍ରମିକଙ୍କ ଦୁଃଖଦୁର୍ଦ୍ଦଶା ବଢ଼ିଯାଇଛି । ଏଭଳି ଭାବେ...

ନିମ୍ନମାନର ଚାଉଳ ଦେଇ ଫସିଲା ଯୋଗାଣକାରୀ ସଂସ୍ଥା

ବରଗଡ଼ ଅଫିସ୍‌,୨୨।୪: ମହାମାରୀ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ନେଇ ସଂକ୍ରମିତ, ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳରେ ଏହାକୁ ପ୍ରତିହତ କରିବା ପାଇଁ ସାରାଦେଶରେ...

ଧାନବିକ୍ରି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ

ବରଗଡ଼ ଅଫିସ୍‌,୧୩।୫: ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ବୁଧବାର ୫ଦିନ ବିତିଛି। ମାତ୍ର ଧାନ ସଂଗ୍ରହ ଆରମ୍ଭରୁ ଚାଷୀମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ...

ଟୁଇଟ୍‌ ପରେ ପ୍ରବାସୀ ଶ୍ରମିକଙ୍କୁ ମିଳିଲା ଆଶ୍ରୟ

ବରଗଡ଼ ଅଫିସ,୬ା୫: ଝାଡ଼ଖଣ୍ଡରୁ ଅତାବିରାରେ ମଙ୍ଗଳବାର ପହଞ୍ଚିଥିବା ଏକ ପ୍ରବାସୀ ଶ୍ରମିକ ପରିବାର ଆଶ୍ରୟ ଟିକିଏ ପାଇଁ ବାରଓଳି ଶୁଣ୍ଢିପିଣ୍ଡା ହୋଇଥିଲେ। ସେମାନେ ପୂର୍ବରୁ ଏକ...

Leave a comment

Your email address will not be published. Required fields are marked *