Posted inଖେଳ

ଜାତୀୟ ଜୁନିୟର ମହିଳା ହକି କ୍ୟାମ୍ପ୍‌ରେ ଓଡ଼ିଶାରୁ ୩

ନୂଆଦିଲ୍ଲୀ, ୨୦।୮ (ପି.ଟି.)- ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ତ୍ରି-ରାଷ୍ଟ୍ରୀୟ ଜୁନିୟର ମହିଳା ହକି ପ୍ରତିଯୋଗିତା ପାଇଁ ସୋମବାର ୩୩ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷଣା କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଥିବା ଏହି ୩୩ ଜଣିଆ ଜୁନିୟର ମହିଳା ହକି ଦଳରେ ଓଡ଼ିଶାରୁ ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ମିଡ୍‌ଫିଲ୍ଡର ମାରିଆନା କୁଜୁର ଓ ଆଜମିନ କୁଜୁର ଏବଂ ଫର୍‌ଓ୍ବାର୍ଡ ଜୀବନ କିଶୋରୀ ଟପ୍ନୋ। ମୁଖ୍ୟ କୋଚ୍‌ ବଲ୍‌ଜିତ୍‌ ସିଂ ସଇନି ତତ୍ତ୍ୱାବଧାନରେ ଏ ସମସ୍ତ ଖେଳାଳିଙ୍କୁ ନେଇ ଏକ ଜାତୀୟ କ୍ୟାମ୍ପ୍‌ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି କ୍ୟାମ୍ପ୍‌ରେ ଫିଟ୍‌ନେଶ ଓ ରିଦିମ୍‌ ଉପରେ ଫୋକସ୍‌ କରାଯିବା ସହ ତ୍ରି-ରାଷ୍ଟ୍ରୀୟ ପ୍ରତିଯୋଗିତା ପାଇଁ ଚୂଡ଼ାନ୍ତ ଖେଳାଳି ମନୋନୀତ କରାଯିବ ବୋଲି ଜଣାପଡ଼ିଛି। ଏହି ତ୍ରି-ରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାରତ ସମେତ ଆୟୋଜକ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଜୁନିୟର ମହିଳା ହକି ଦଳ ଅଂଶଗ୍ରହଣ କରିବେ।


All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ଗସ୍ତ ପୂର୍ବରୁ ଶ୍ରୀଲଙ୍କା ଦଳକୁ ଆତଙ୍କବାଦୀ ଆକ୍ରମଣ ଧମକ

କଲମ୍ବୋ, ୧୨।୯ (ଏଏଫ୍‌ପି)- ଆଗାମୀ ପାକିସ୍ତାନ ଗସ୍ତ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍‌ ଦଳକୁ ଆତଙ୍କବାଦୀ ଆକ୍ରମଣ ଧମକ ମିଳିଛି। ଶ୍ରୀଲଙ୍କା କ୍ରିକେଟ୍‌ (ଏସ୍‌ଏଲ୍‌) ପକ୍ଷରୁ ବୁଧବାର...

ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ୫ ବର୍ଷ ଜେଲ୍‌

ଜୋହାନ୍ସବର୍ଗ, ୧୮ା୧୦ (ଏଏଫ୍‌ପି)-ଦୁର୍ନୀତି ଅଭିଯୋଗରେ ଦକ୍ଷିଣ ଆଫ୍ରିକାର ଜଣେ ପୂର୍ବତନ ବ୍ୟାଟ୍ସମ୍ୟାନ ଗୁଲାମ ବୋଦିଙ୍କୁ ୫ବର୍ଷ ଜେଲ୍‌ ଦଣ୍ଡ ହୋଇଛି। ବୋଦି ନିଜ ଦେଶ ତରଫରୁ...

ବଦଳିବ ପାକିସ୍ତାନ ଦଳର କୋଚିଂ ସେଟ୍‌ଅପ

କରାଚୀ,୭।୮- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦଳର କୋଚ୍‌ ମିକି ଆର୍ଥରଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯିବ ନାହିଁ ବୋଲି ବୁଧବାର ଘୋଷଣା କରିଛି। ଫଳରେ ପାକିସ୍ତାନ...

ଡବ୍ଲ୍ୟୁବିବିଏଲରେ ନ ଖେଳି ପାରନ୍ତି ହରମନପ୍ରୀତ, ମନ୍ଧାନା, ରୋଡ୍ରିଗୁଏଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ବ୍ୟାଟ୍ସଓମ୍ୟାନ ହରମନପ୍ରୀତ କୌର, ସ୍ମ୍ରିତି ମନ୍ଧାନା ଓ ଜେମିମା ରୋଡ୍ରିଗୁଏଜ ଆସନ୍ତା ୧୮ରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମହିଳା...

ସୁଦିରମାନ କପ୍‌ରେ ପଦକ ଲକ୍ଷ୍ୟରେ ଭାରତ

ନାନ୍ନିଙ୍ଗ (ଚାଇନା), ୧୮।୫(ପି.ଟି.)- ଚାଇନାର ନାନ୍ନିଙ୍ଗଠାରେ ରବିବାରଠାରୁ ସୁଦିରମାନ କପ୍‌ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତର ପି.ଭି. ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ...

ଇଷ୍ଟ ଜୋନ୍‌ ସ୍ନୁକର: କ୍ୱାର୍ଟରରେ ସୁବ୍ରତ

ଭୁବନେଶ୍ୱର,୧୧।୯(ସ୍ପୋଟର୍‌ସ ବ୍ୟୁରୋ)-ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ମଙ୍ଗଳବାର ଷଷ୍ଠ ଦିବସରେ ପହଞ୍ଚିଛି। ଓଡ଼ିଆର ସୁବ୍ରତ୍‌ ଦାସ କ୍ୱାର୍ଟର ଫାଇନାଲରେ...

ସୁସ୍ଥ ଜୀବନ ପାଇଁ ବ୍ୟାୟାମ ଜରୁରୀ: ୬ କ୍ରୀଡ଼ା ଖବରଦାତା ସମ୍ମାନିତ

ଭୁବନେଶ୍ୱର, ୩୦।୮(କ୍ରୀଡ଼ା ପ୍ରତିନିଧି)-ସ୍ବାସ୍ଥ୍ୟ ହିଁ ସମ୍ପଦ। ଜଣେ ସୁସ୍ଥ ରହିଲେ ଯାଇ ସତେଜ ମାନସିକତାରେ କାର୍ଯ୍ୟ କରିପାରିବ। ତେଣୁ ସାମ୍ପ୍ରତିକ ବ୍ୟସ୍ତ ବହୁଳ ଜୀବନରେ ପ୍ରତ୍ୟେକ...

ଅଶ୍ୱିନ୍‌ ରଚିଲେ ଇତିହାସ

ବିଶାଖାପାଟଣା,୬।୧୦: ପାଖାପାଖି ବର୍ଷେ ପରେ ଟେଷ୍ଟ କ୍ରିକେଟକୁ ଫେରିଥିବା ରବିଚନ୍ଦ୍ରନ ଅଶ୍ୱିନ ଇତିହାସ ରଚିଛନ୍ତି। ବିଶାଖାପାଟଣାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଶେଷ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *