Posted inUncategorized

୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବାଲିଆପାଳ/ବସ୍ତା,୧୯।୮(ସ୍ବ.ପ୍ର.)-ଶିଶୁକନ୍ୟାମାନଙ୍କ ପ୍ରତି ଅସଦାଚରଣ, ବଳାତ୍କାର ରୋକିବା ଲାଗି କଠୋର ଦଣ୍ଡ ପ୍ରଣୟନ କରାଯାଇଛି। ଏସବୁ ସତ୍ତ୍ୱେ ସେମାନଙ୍କ ପ୍ରତି ଅତ୍ୟାଚାର କମିବାର ନଁା ନେଉନି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ବସ୍ତା ବ୍ଲକ ସିଂଲା ଥାନା ଅଞ୍ଚଳରେ। ଏହି ଅଞ୍ଚଳର ଏକ ୪ବର୍ଷର ଶିଶୁକନ୍ୟାକୁ ତାଙ୍କ ସମ୍ପର୍କୀୟ ଭାଇ ବଳାତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଛି। ଏନେଇ ଥାନାରେ ମାମଲା (ନଂ. ୧୨୦/୧୯) ରୁଜୁ କରାଯାଇଛି। ଅଭିଯୁକ୍ତ ସଞ୍ଜୟ ଦାସ(୩୪)ଙ୍କୁ ଗିରଫ କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି ଏସ୍‌ପି ବି.ଯୁଗଳ କିଶୋର କୁମାର ସୂଚନା ଦେଇଛନ୍ତି।
ଗତ ୧୭ତାରିଖରେ ଜଣେ ୪ବର୍ଷର ଶିଶୁକନ୍ୟା ଘର ଅଗଣାରେ ଖେଳୁଥିଲେ। ଏହି ସମୟରେ ପଡ଼ୋଶୀ ଘର ସମ୍ପର୍କୀୟ ଭାଇ ସଞ୍ଜୟ ତାଙ୍କୁ ଘରୁ ପାଣି ଆଣିବାକୁ କହିଥିଲେ। ଶିଶୁକନ୍ୟା ଏ ନେଇ ତାଙ୍କ ମାଙ୍କୁ ଜଣାଇଥିଲେ। ତାଙ୍କ ମା’ ନଳକୂପରୁ ପାଣି ଆଣି ଭାଇଙ୍କୁ ଦେଇ ଆସିବାକୁ କହିଥିଲେ। ସମ୍ପୃକ୍ତ ଶିଶୁକନ୍ୟା ପାଣି ନେଇଯିବାରୁ ସଞ୍ଜୟ ତାଙ୍କୁ ଘର ଭିତରକୁ ଡାକି ନେଇ ଅତି ନିର୍ମମ ଭାବେ ବଳାତ୍କାର କରିବା ସହ ଶରୀରର ବିଭିନ୍ନ ସ୍ଥାନକୁ କ୍ଷତାକ୍ତ କରି ପକାଇ ଦେଇଥିଲେ। ଝିଅ ଆସିବା ବିଳମ୍ବ ହେବାରୁ ମା’ ଖୋଜିବାକୁ ଯାଇଥିଲେ। ଝିଅଟି କାନ୍ଦି କାନ୍ଦି ଆସି ମା’ଙ୍କୁ ସବୁ କଥା କହିଥିଲେ। ପରେ ଏନେଇ ଗ୍ରାମରେ ବିଚାର ହୋଇଥିଲା। ହେଲେ ସଞ୍ଜୟ ସେଠାରୁ ପଳାଇ ଯାଇଥିଲେ। ପରିବାର ଲୋକ ତୁରନ୍ତ ଶିଶୁକନ୍ୟାକୁ ଚିକିତ୍ସା ପାଇଁ ବସ୍ତା ଡାକ୍ତରଖାନାକୁ ନେଇ ଆଣିଥିଲେ। ଶିଶୁକନ୍ୟାଙ୍କ ପରିବାର ଲୋକେ ପ୍ରଥମେ ଚାଇଲ୍ଡଲାଇନର ବାଲିଆପାଳ ମୁଖ୍ୟ ପ୍ରଶାନ୍ତ ରାଉତଙ୍କୁ ଜଣାଇଥିଲେ। ଶିଶୁକନ୍ୟାଙ୍କ ଜେଜେବାପା ସୋମବାର ସିଂଲା ଥାନାରେ ଅଭିଯୋଗ କରିଛନ୍ତି।


All Right Reserved By Dharitri.Com

Posted inUncategorized View All

ପ୍ରତିଭା ଥାଇ ମିଳୁନି ସୁଯୋଗ

କପ୍ତିପଦା, ୨୮।୯ (ଡି଼.ଏନ୍‌.ଏ.)-ଜଣେ ଯୁବ ମାରାଥନ ଦୌଡାଳି ଭାବେ ବେଶ୍‌ ପରିଚିତ ସତ୍ୟଜିତ ମହାନ୍ତି। ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ଅଞ୍ଚଳ ସମେତ ଜିଲା, ରାଜ୍ୟ...

ଶହୀଦ ମନୋଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ନିଆଳି, ୧୫।୨ (ଡି.ଏନ୍‌.ଏ.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାର ଲେଥ୍‌ପୋରାରେ ୨୦୧୯ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ...

ଭାରତ ସୀମାରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି ପାକ୍‌ ଆତଙ୍କବାଦୀ

ନୂଆଦିଲ୍ଲୀ,୧୯।୯: ଜମ୍ମୁ-କଶ୍ମୀରରେ ଭାରତ କରିଥିବା ପରିବର୍ତ୍ତନ ପରେ ପାକିସ୍ତାନ ହଡବଡେଇ ଯାଇଛି। ଏଥିପାଇଁ ସେ ନିୟମିତ ଭାବେ ଭାରତ ବିରୋଧରେ କିଛି ନା କିଛି ଉଦ୍ୟମ...

ଦୀପିକାଙ୍କୁ ‘ଧୀମେ ଧୀମେ’ ଗୀତର ଷ୍ଟେପ୍‌ ଶିଖାଇଲେ କାର୍ତ୍ତିକ

କାର୍ତ୍ତିକ ଆର୍ୟନଙ୍କ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’୬ ଡିସେମ୍ବରରେ ରିଲିଜ୍‌ ହେବ। ଏହା ସହିତ ଫିଲ୍ମର ଗୀତ ‘ଧୀମେ ଧୀମେ’ ଲୋକପ୍ରିୟ ହେବାରେ ଲାଗିଛି।...

ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୩.୬୨ ଲକ୍ଷ

ତାଳଚେର, ୩ା୨(ନି.ପ୍ର.) ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠରେ ଥିବା ହୁଣ୍ଡିଗୁଡିକୁ ଶନିବାର ଖୋଲା ଯାଇଥିଲା। ଟ୍ରଷ୍ଟବୋର୍ଡ ସଦସ୍ୟ ମୁରଲୀଧର ସାହୁ, ସନ୍ତୋଷ କୁମାର...

Leave a comment

Your email address will not be published. Required fields are marked *