Posted inଫୁରସତ

ବିବାହ ସମୟରେ ବର୍ଷା ହେଲେ, କେମିତି ବିତିବ ଦମ୍ପତିଙ୍କ ସାଂସାରିକ ଜୀବନ

ବିବାହ ଉତ୍ସବକୁ ନେଇ ବନ୍ଧୁ ପରିଜନ ଖୁସିରେ ନାଚି ଉଠନ୍ତି। କିନ୍ତୁ ବିବାହ ଦିନ ଯଦି ବର୍ଷା ହେଲା ତେବେ ପରିବାର ଲୋକେ ଚିନ୍ତାରେ ପଡ଼ିଯାନ୍ତି। ସମସ୍ତ ଆୟୋଜନ ସତେ ଯେମିତି ପାଣି ଫାଟିଯାଏ। ବର୍ଷା ହେଲେ ବିଚରା ପୁଅ ଝିଅଙ୍କୁ ନାନା କଥା କହି ଲୋକେ ଥଟ୍ଟା ପରିହାସ କରିଥାନ୍ତି। ଅନେକ ଲୋକ ଏହାକୁ ଅଶୁଭ କହୁଥିବାବେଳେ କେହି କେହି ଶୁଭ ମାନିଥାନ୍ତି। ସେ ଯାହା ବି ହେଉ ବିବାହ ଦିନ ବର୍ଷା ହେଲେ ନୂଆକରି ସଂସାର ଗଢ଼ିବାକୁ ଯାଉଥିବା ଦମ୍ପତି କେମିତି କାଟିଥାନ୍ତି ସାଂସାରିକ ଜୀବନ ଜାଣନ୍ତୁ।

ବିବାହ ଦିନ ବର୍ଷା ହେଲେ ଭଗବାନଙ୍କ ଆଶୀର୍ବାଦ କୁହାଯାଏ। ଏହା ପ୍ରକୃତିର ଶୁଭ ସଂକେତ। ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲେ ହେଁ ଦମ୍ପତିଙ୍କ ପାଇଁ ବର୍ଷା ସୁଖର ସମ୍ଭାର ଆଣି ଆସିଥାଏ। ଉତ୍ତମ ଭାଗ୍ୟର ମଧ୍ୟ ସୂଚନା ଦେଇଥାଏ।

ଏହି ବିବାହ ସଫଳ ହେବାର ପ୍ରତୀକ ସ୍ବରୁପ। ପ୍ରକୃତି ପକ୍ଷରୁ ଏହା ବର କନ୍ୟାଙ୍କୁ ଆଶୀର୍ବାଦ ସଦୃଶ। ପ୍ରକୃତି ସୂଚାଇ ଦେଇଥାଏ ଯେ, ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ସୁଦୃଢ଼ ହେବ।

ଜୀବନ ସୁଖଶାନ୍ତିରେ ଭରିଯିବ। ଆଉ ଏକ ବିଶ୍ୱାସ ମଧ୍ୟ ରହିଛି ବିବାହ ଦିନ ବର୍ଷା ହେଲେ ଦମ୍ପତି ଖୁବଶୀଘ୍ର ମାତାପିତା ହେବାର ସୌଭାଗ୍ୟ ଲାଭ କରିଥାନ୍ତି।


All Right Reserved By Dharitri.Com

ପୁରୁଣା ବସ୍‌ରେ ସୁଇମିଂ ପୁଲ୍‌, ମଜା ଉଠାଉଛନ୍ତି ଲୋକେ

ଫ୍ରାନ୍ସର ବେଟୁନ୍‌ ସହରର ବିଭିନ୍ନ ସ୍ଥାନରେ ପୁରୁଣା ବସଗୁଡ଼ିକରେ ସୁଇମିଂ ପୁଲ୍‌ କରାଯାଇଛି। ଏଥିରେ ଲୋକେ ସ୍ନାନ କରିବା ସହ ବେଶ୍‌ ମଜା ଉଠାଉଛନ୍ତି। ଏକ...

ବିମାନରେ ଘଟିଲା ଯାତ୍ରୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ରିପୋର୍ଟ ପରେ ଆଶ୍ଚର୍ଯ୍ୟ ହେଲେ ଡାକ୍ତର

କଲମ୍ବିଆରୁ ଜାପାନ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଜାପାନରେ ବିମାନ ପହଞ୍ଚିବା ପରେ ଯେତେବେଳେ ଉକ୍ତ ଯାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଗଲା...

୨ବର୍ଷ ପୂର୍ବରୁ ବିକ୍ରି ହୋଇଥିବା କାର୍‌ର ଚାଲାଣ ପହଞ୍ଚିଲା ଘରେ: ଯାଞ୍ଚ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ

ଗ୍ରେଟର ନୋଏଡା, ୬।୧୨: ଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିଛି। ଇତିମଧ୍ୟରେ ଚାଲାଣ...

ସବୁଠାରୁ ଦାମୀ ଜୋତା, ମୂଲ୍ୟ ୧୨୩ କୋଟି ଟଙ୍କା

ଗହଣା ଏବଂ ପୋଷାକ ଭଳି ଜୋତା ମଧ୍ୟ ଆଭିଜାତ୍ୟର ଏକ ଅଂଶ ବିଶେଷ। ତେଣୁକରି ତ କୁହାଯାଏ ଜଣେ ବ୍ୟକ୍ତିଙ୍କ ପ୍ରକୃତ ବ୍ୟକ୍ତିତ୍ୱ ସେ ପିନ୍ଧିଥିବା...

ଏମିତି ମନ୍ଦିର, ଯେଉଁଠି ମାନବମୁଖରେ ପୂଜାପାନ୍ତି ଭଗବାନ ଶ୍ରୀଗଣେଶ

ସାଧାରଣତଃ ପ୍ରତ୍ୟେକ ମନ୍ଦିରରେ ଭଗବାନ ଶ୍ରୀଗଣେଶଙ୍କ ଗଜମୁଖ ସ୍ବରୂପ ପ୍ରତିମା ସ୍ଥାପିତ ହୋଇଥାଏ। କିନ୍ତୁ ଦକ୍ଷିଣ ଭାରତସ୍ଥିତ ଏକ ମନ୍ଦିରରେ ଏହାର ପରିବର୍ତ୍ତନ ଦେଖିବାକୁ ମିଳିଛି।...

ପଞ୍ଜାବୀ ଭାଷାର ପ୍ରଥମ ନାରୀକବି ଅମୃତାଙ୍କ ୧୦୦ତମ ଜନ୍ମବାର୍ଷିକୀ: ଡୁଡଲ୍‌ କରି ମନେ ପକାଇଲା ଗୁଗଲ୍‌

ଲୋକପ୍ରିୟ ପଞ୍ଜାବୀ ଲେଖିକା ଅମୃତା ପ୍ରୀତମଙ୍କ ଶନିବାର ୧୦୦ତମ ଜନ୍ମବାର୍ଷିକୀ। ଏହି ଅବସରରେ ତାଙ୍କୁ ଡୁଡଲ୍‌ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛି ଗୁଗୁଲ। ୧୯୧୯ରେ ପଞ୍ଜାବର ଗୁଜରାଂବାଲା...

ହ୍ବିଲ ଚେୟାରରେ ବସି କଲେ ବିଶ୍ୱ ରେକର୍ଡ

ଯେଉଁ ବ୍ୟକ୍ତି ଦୁର୍ବଳତାକୁ ନିଜ ଶକ୍ତି କରିପାରେ ସେ ହିଁ ଆକାଶ ଛୁଇଁପାରେ। ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ବ୍ରିଟେନ୍‌ର ପୂର୍ବତନ ସୈନିକ ମାର୍ଟିନ ଟୟ।...

ପ୍ରଥମ ଦରମା ଥିଲା ୧୨ଟଙ୍କା: ବିଶିଷ୍ଟ ଶିଶୁ ସାହିତି୍ୟକ ବୀରେନ୍ଦ୍ର ସାମନ୍ତରାୟ

ବିଶିଷ୍ଟ ଶିଶୁ ସାହିତି୍ୟକ ତଥା ଆଦର୍ଶ ଶିକ୍ଷକ ବୀରେନ୍ଦ୍ର ସାମନ୍ତରାୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ମୋର ଜନ୍ମ ୧୯୪୬ ମସିହା ଜୁଲାଇ...

Leave a comment

Your email address will not be published. Required fields are marked *