Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ
ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସି କୌଣସି ନୂତନ ସନ୍ଦେଶ ଦେଇପାରନ୍ତି। ଅବଶ୍ୟ ଆଜିର ଯାତ୍ରାରେ ସତର୍କତା ଅଭାବରୁ ଧନହାନି କିମ୍ବା କଳହର ସୂଚନା ରହିଛି।
ବୃଷ
ବୃଷ
ଆର୍ଥିକ ପରିସ୍ଥିତି ଦୁଶ୍ଚିନ୍ତାର କାରଣ ହୋଇପାରେ। ପଡ଼ୋଶୀ,ବନ୍ଧୁ ପରିଜନଙ୍କ ଆଶ୍ୱାସନା ଓ ପ୍ରତିଶ୍ରୁତି ମନରେ ଆଶା ସଂଚାର କରିବ। କର୍ମକ୍ଷେତ୍ରରେ କୌଣସି ନିଷ୍ପତ୍ତିକୁ କେନ୍ଦ୍ରକରି ସହକର୍ମୀଙ୍କ ମଧ୍ୟରେ ଟଣାଓଟରା ଦେଖା ଦେଇପାରେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବାର ଆଶା କ୍ଷୀଣ ହୋଇପାରେ।
ମିଥୁନ
ମିଥୁନ
କୌଣସି ହିତକାଂକ୍ଷୀ ପଦାଧିକାରୀଙ୍କ ଆଶ୍ୱାସନାମୂଳକ ପ୍ରତିଶ୍ରୁତିରୁ ଖୁସି ହେବେ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ । ବ୍ୟବସାୟ, ପରିବହନ, ରପ୍ତାନି, ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। କୌଣସି ଜିନିଷଟି ପାଇଁ ପାଖ ପଡ଼ୋଶୀଙ୍କ ମଧ୍ୟରେ ତର୍କ ଓ ବିବାଦ ବୃଦ୍ଧି ପାଇବାର ସୂଚନା ରହିଛି ।
କର୍କଟ
କର୍କଟ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବାରୁ ଏକପ୍ରକାର ଆମତ୍ତୃପ୍ତି ଅନୁଭବ କରିବେ। ଦୀର୍ଘଦିନର ଆଶା ଫଳବତୀ ହେବାରୁ ମନ ପ୍ରଫୁଲ୍ଲ ହୋଇଯିବ। ବନ୍ଧୁଙ୍କ ନିକଟରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଶାରୀରିକ ପରିଶ୍ରମଜନିତ ସାମୟିକ କ୍ଲାନ୍ତି ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ଉପରିସ୍ଥ କର୍ମଚାରୀଙ୍କ ସହ ଯୁକ୍ତିତର୍କ କାରଣରୁ କୌଣସି ସମସ୍ୟା ଆଶଙ୍କାରେ ବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମ ହାସଲ କରି ଉପକୃତ ହେବେ। ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଅର୍ଥନୈତିକ, ପାରିବାରିକ ସ୍ଥିତି କେତେକାଂଶରେ ଭଲ ରହିପାରେ।
କନ୍ୟା
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହମତି ନେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ରୋଗ, ଋଣ ଯୋଗୁ ସାମୟିକ ବ୍ୟସ୍ତତା ବୃଦ୍ଧି ପାଇବ। ବିବାଦୀୟ ଘଟଣା ଓ ମାଲିମକଦ୍ଦମା ସମାଧାନ ହୋଇଯିବାର ଅନେକାଂଶରେ ଆମତ୍ତୃପ୍ତି ମିଳିପାରେ। କୌଣସି ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି।
ତୁଳା
ତୁଳା
କର୍ମାଧିପତି ଭାଗ୍ୟସ୍ଥାନରେ ରହି ଆପଣଙ୍କୁ ଅର୍ଥ,ସମ୍ମାନ ମାଧ୍ୟମରେ ସାମାଜିକ ପ୍ରତିଷ୍ଠା ପ୍ରଦାନ କରିବ। ଅନ୍ୟର ପ୍ରରୋଚନାରେ ପଡ଼ି ଭୁଲ୍‌ ମାର୍ଗର ଅନୁସରଣ କଲେ ବିପରୀତ ପରିସ୍ଥିତି ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା କିମ୍ବା ଯାନବାହନ ଅଥବା ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି।
ବିଛା
ବିଛା
ନିଜ ଲୋକଙ୍କ ଅନାଦର ଭାବ ଆପଣଙ୍କୁ ସାମୟିକ ଭାବପ୍ରବଣତାରେ ହଜାଇ ଦେଇପାରେ। କର୍ମକ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ସାମାଜିକ ସ୍ତରରେ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଅଭୀଷ୍ଟ ସିଦ୍ଧି ଘଟିବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ଧନୁ
ଧନୁ
କୌଣସି ଅତୀତ ଘଟଣାକୁ ନେଇ ମାନସିକ ଅବସାଦ ଯୋଗୁ କାମ ଉସତ୍ାହପ୍ରଦ ନ ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ହେତୁ ମାନସିକ ସୁସ୍ଥତା ହରାଇପାରନ୍ତି। ପାରିବାରିକ, ଅର୍ଥନୈତିକ ତଥା ପ୍ରଶାସନିକ ସ୍ତରରେ ସମସ୍ୟାର ସମଧାନ ହୋଇଯିବ। ସାମାଜିକ କ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ।
ମକର
ମକର
କୌଣସି ବନ୍ଧୁଙ୍କ ସହ ନିବିଡ଼ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ ପ୍ରତିରୋଧର ସମ୍ମୁଖୀନ ହେବେ। ଏଣେ କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି ା ଆକସ୍ମିକ ଭାବରେ ପଡ଼ୋଶୀଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିବେ। ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ।
କୁମ୍ଭ
କୁମ୍ଭ
ଆନୁଷ୍ଠାନିକ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ପରିବାରର ଆବଶ୍ୟକତା ପୂରଣ କରିବା ପରିପ୍ରେକ୍ଷୀରେ ଧାରକରଜ କରିବାକୁ ପଡ଼ିପାରେ। ଇଲେକ୍‌ଟ୍ରୋନିକ୍ସ ଓ ଶିକ୍ଷାରେ ସଫଳତା ଲାଭ କରିବେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବା ପୂର୍ବରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ମୀନମୀନ
କୌଣସି ନୂତନ କର୍ମାରମ୍ଭ ସହଯୋଗ ମାଧ୍ୟମରେ ସମ୍ପନ୍ନ ହୋଇଯିବ। କର୍ମକ୍ଷେତ୍ରରେ ମନ କଥା ମନରେ ରଖି କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ। ରାଜନୈତିକ ସ୍ତରରେ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିପାରନ୍ତି। କୌଣସି ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟା ଥିଲେ ମଧ୍ୟ ସମାଧାନର ରାସ୍ଥା ମଧ୍ୟ ଖୋଜିବାରେ ଲାଗି ପଡିବେ। ଏଣେ ନିଜର ସ୍ବାସ୍ଥ୍ୟ ଭଲ ନ...

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଉତ୍ତରାଷାଢ଼ା ନକ୍ଷତ୍ରରେ ମଙ୍ଗଳ ଥିବାରୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ ଆଗଭର ହେବେ। ଉତ୍ତମ ବୁଝାମଣା ଯୋଗୁ ପାରିବାରିକ ଜୀବନରେ ଶାନ୍ତି...

ରାଶିଫଳ: ସୋମବାର, ଜାନୁଆରି ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନିଜ ଗୃହରେ ଅବସ୍ଥାନ କରି ପାରିବାରିକ ସୁସମ୍ପର୍କ ମଧ୍ୟରେ ସୁଖ, ସମୃଦ୍ଧି ପ୍ରଦାନ କରିବେ। ଯାହା ପାଇବା ପାଇଁ ଚିନ୍ତା କରୁଛନ୍ତି...

ରାଶିଫଳ: ଗୁରୁବାର, ଜାନୁଆରି ୩୦ ତାରିଖ – Daily Horoscope

ମେଷ ସକାଳୁ ସକାଳୁ ଶୁଭଖବର, ବନ୍ଧୁଙ୍କ ନିମନ୍ତ୍ରଣ, ନୂତନ ବସ୍ତ୍ରଭୂଷଣ, ବନ୍ଧୁମିଳନ ଜନିତ ଖୁସୀ ଅନୁଭବ କରିବେ । ରବି ଚତୁର୍ଥାଧିପ ଚନ୍ଦ୍ରକ୍ଷେତ୍ରସ୍ଥ ଯୋଗୁ ପ୍ରତ୍ୟେକ...

ରାଶିଫଳ: ଗୁରୁବାର, ଅକ୍ଟୋବର ୨୪ ତାରିଖ – Daily Horoscope

ମେଷ ଆଜି ଏକାଧାରରେ କାର୍ଯ୍ୟସିଦ୍ଧି ସାଙ୍ଗକୁ ହସଖୁସିରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ଦୂରାଗତ ବନ୍ଧୁଙ୍କର କେତେକ ସମସ୍ୟା ସମାଧାନ ପାଇଁ...

ରାଶିଫଳ: ବୁଧବାର, ମେ ୨୨ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କ୍ଷେତ୍ରରେ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବାରେ କୌଣସି ଅସୁବିଧା ରହିବ ନାହିଁ ା ଅଫିସ୍‌ କାମରେ ଏପରି କି ପ୍ରତ୍ୟେକ...

ରାଶିଫଳ: ଶନିବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଦ୍ୱାଦଶଚନ୍ଦ୍ର ହେତୁ ଦୂ ରଯାତ୍ରା କରିପାରନ୍ତି ,କିନ୍ତୁ ଆପଣ ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାନ୍ତେ ଅନୁତାପ କରିବେ। ଅବଶ୍ୟ ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା...

ରାଶିଫଳ: ସୋମବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଚନ୍ଦ୍ରର କେନ୍ଦ୍ରରେ ଓ ରାଶିର ନବମରେ ଶନି ଆପଣଙ୍କୁ ମାଙ୍ଗଳିକ କାର୍ଯ୍ୟରେ ନିଯୁକ୍ତ କରାଇବ। ଆଜିର ଯାତ୍ରା ଓ ସାନ୍ଧ୍ୟ ଭ୍ରମଣରେ ଅଭିଳଷିତ ଫଳ...

Leave a comment

Your email address will not be published. Required fields are marked *