Posted inUncategorized

ବଲାଙ୍ଗୀର ବର୍ଷାବିପନ୍ନଙ୍କ ପାଇଁ ସହାୟତା ସଂଗ୍ରହ

ବରଗଡ଼ ଅଫିସ, ୧୯।୮: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଉକ୍ତ ଜିଲାର ବର୍ଷାବିପନ୍ନଙ୍କୁ ସହାୟତା କରିବା ପାଇଁ ବରଗଡ଼ ଜିଲା ଖଣ୍ଡହଥାର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ଆଗେଇ ଆସିଛି । ଏହି ପରିପ୍ରେକ୍ଷୀରେ ସୋମବାର ସକାଳୁ ଉକ୍ତ ଅନୁଷ୍ଠାନ ପକ୍ଷରୁ ବରଗଡ଼ ଥାନା ଛକରେ ସହାୟତା ପାଇଁ ବସ୍ତ୍ର, ଅର୍ଥ ରାଶି ସଂଗ୍ରହ କରାଯାଉଛି। ଅନୁଷ୍ଠାନର ସମ୍ପାଦକ ଅଶ୍ବିନୀ ତ୍ରିପାଠୀ, ରୋହିତ ଜୟସ୍ବାଲ, ବିକାଶ ଅଗ୍ରୱାଲ, ବିଦ୍ୟାଧର ଭୋଇ, ଲୋକନାଥ ସାହୁ, ଲିଙ୍ଗରାଜ ସାହୁ, ଶତ୍ରୁଘ୍ନ ସାହୁ, ଟିଟୁନ ଦାଶ ପ୍ରମୁଖ ଉପସ୍ଥିତ ରହି ବଦାନ୍ୟ ବ୍ୟକ୍ତିଙ୍କଠାରୁ ତାହା ସଂଗ୍ରହ କରୁଛନ୍ତି। ସଂଗୃହୀତ ସହାୟତା ବଲାଙ୍ଗୀର ଜିଲାର ବର୍ଷାବିପନ୍ନଙ୍କ ପାଖକୁ ପଠାଯିବ ବୋଲି ନିଷ୍ଠା ପରିବାରର଼ ସମ୍ପାଦକ  କହିଛନ୍ତି ।


All Right Reserved By Dharitri.Com

Posted inUncategorized View All

ମେ ମାସରେ ବଡ଼ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଙ୍ଗଠନ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଚାଷୀଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଛି। ଏହାର ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଷ୍ଟ୍ରୀୟ ସଂଯୋଜକ ଆସନ୍ତା ୨୬ରୁ ଅନଶନରେ ବସିବେ। ମଙ୍ଗଳବାର ନବ ନିର୍ମାଣ...

୧୪୪ ଧାରା ସତ୍ତ୍ବେ ଚାଲିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ

ପୁରୁଷୋତ୍ତମପୁର, ୧୮ା୩ (ଡି.ଏନ.ଏ.) – ଗଞ୍ଜାମ ଜିଲାରେ ମାରାତ୍ମକ କରୋନା ଭାଇରସକୁ ନେଇ ଜିଲାପାଳ ୧୪୪ ଧାରା ଜାରିକରି ପାଞ୍ଚ ଜଣରୁ ଅଧିକା ଲୋକ ଗୋଟିଏ...

କଂଗ୍ରେସ ଭବନରେ ବାଉନ୍ସର ପ୍ରବେଶ ଘଟଣା: ତଦନ୍ତ ପାଇଁ ଗଠନ ହେଲା ତିନିଜଣିଆ କମିଟି

ଭୁବନେଶ୍ୱର,୨୩।୧(ବ୍ୟୁରୋ): କଂଗ୍ରେସ ଭବନରେ ବାଉନ୍ସର ମୁତୟନ ଘଟଣାର ତଦନ୍ତ ପାଇଁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଗୁରୁବାର ତିନି ଜଣିଆ କମିଟି ଗଠନ କରାଯାଇଛି। ରାଜ୍ୟ...

ଚାର୍ଜରେ ବସାଇ ଛାତି ଉପରେ ରଖିଥିଲେ ମୋବାଇଲ: ଫାଟି ରାଜମିସ୍ତ୍ରୀଙ୍କ ଜୀବନଗଲା

ପାରାଦୀପ, ୧୧।୧୧(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ଅଠରବାଙ୍କି ଲକପଡ଼ାସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାୟଳରେ ସୋମବାର ସକାଳେ ମୋବାଇଲ ଫାଟି ଜଣେ ରାଜମିସ୍ତ୍ରୀଙ୍କ...

ଏବେ ଟ୍ରେନ୍‌ରେ ଫେରିବେ ପ୍ରବାସୀ ଶ୍ରମିକ, ଶିକ୍ଷାର୍ଥୀ

ନୂଆଦିଲ୍ଲୀ,୧।୫: କରୋନା ଭାଇରସ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହାରି ଭିତରେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକ ଓ ଶିକ୍ଷାର୍ଥୀମାନଙ୍କୁ ନିଜ...

ସୁନ୍ଦରଗଡ଼ ଫେରିଲେ ୩୮ ଶ୍ରମିକ

ବାରଙ୍ଗ,୧୯।୫(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବରିମୁଣ୍ଢ ପଞ୍ଚାୟତର ବିଭିନ୍ନ ଜାଗାରେ ରହି ଇଟାଭାଟି, କମ୍ପାନି ସହ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିବା ୩୮ଜଣ ପ୍ରବାସୀ ଶ୍ରମିକ ମଙ୍ଗଳବାର...

ଦିଲ୍ଲୀର ସବୁ ସ୍କୁଲରେ ପଢାଯାଉ ହନୁମାନ ଚାଳିଶା: କୈଳାସ ବିଜୟବର୍ଗୀୟ

ନୂଆଦିଲ୍ଲୀ, ୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ବହୁମତରେ ବିଜୟ ହାସଲ କରିଛି। ଦଳର ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ...

Leave a comment

Your email address will not be published. Required fields are marked *