ମଲାଇକାଙ୍କ ସହ କେବେ ବିବାହ କରୁଛନ୍ତି ପ୍ରଶ୍ନର ଉତ୍ତର ଦେଲେ ଅର୍ଜୁନ, କହିଲେ ଯେତେବେଳେ କରିବି ଜଣାଇବି

ମୁମ୍ବାଇ: ବି-ଟାଉନ୍‌ର ହଟ୍‌ କପୁଲ ପାଲଟିଛନ୍ତି ଅର୍ଜୁନ କପୁର ଏବଂ ମଲାଇକା ଅରୋରା। ଉଭୟଙ୍କୁ ସବୁବେଳେ ବିଭିନ୍ନ ପାର୍ଟି ଅଥବା ଡିନର୍‌ ଡେଟ୍‌ରେ ଦେଖିବାକୁ ମିଳୁଛି। ଅର୍‌ବାଜଙ୍କଠାରୁ ଅଲଗା ହେବା ପରେ ମଲାଇକା ଅର୍ଜୁନଙ୍କ ପ୍ରେମରେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି। ଅନେକ ସମୟରେ ଉଭୟ ଏହାକୁ ଏଡ଼ାଇ ଯାଆନ୍ତି। କିଛିଦିନ ତଳେ ଉଭୟ ବିବାହ କରିବେ ବୋଲି ଚର୍ଚ୍ଚା ହୋଇଥିଲା। ପରେ ଏହା ଉଡ଼ା ଖବର ବୋଲି ଜଣାପଡ଼ିଥିଲା।
ନିକଟରେ ଏକ ସାକ୍ଷାତକାର ଦେଉଥିବା ସମୟରେ ଅର୍ଜୁନଙ୍କୁ ସମାନ ପ୍ରଶ୍ନ ପଚରାଯାଇଥିଲା। ‘କେବେ ବିବାହ କରିବେ’ ପ୍ରଶ୍ନର ଜବାବରେ ଅର୍ଜୁନ କହିଥିଲେ, ମୁଁ ଜୀବନରେ ଦୌଡ଼ିବାକୁ ପସନ୍ଦ କରି ନ ଥାଏ। ଆପଣମାନେ ମୋ ପାଇଁ ଚିନ୍ତିତ, ସେଥିଲାଗି ଧନ୍ୟବାଦ। ମାତ୍ର ମୁଁ ଯେତେବେଳେ ବିବାହ କରିବି, ସମସ୍ତଙ୍କୁ ଜଣାଇବି। ଏହା ଲୁଚାଇବା କଥା ନୁହେଁ। ଏଣୁ ଲୁଚିବ ନାହିଁ।
ଆଗାମୀ ଦିନରେ ଅର୍ଜୁନଙ୍କ ଫିଲ୍ମ ‘ମୋଷ୍ଟ ଓ୍ବାଣ୍ଟେଡ୍‌’ ଓ ‘ପାନିପଥ’ ରିଲିଜ ହେବାକୁ ଯାଉଛି। ଯେଉଁଥିପାଇଁ ସେ ବେଶ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି।


All Right Reserved By

ଅପ୍ରୀତିକର ମନ୍ତବ୍ୟ ପାଇଁ ବଲିଉଡ୍‌ରୁ ଦୂରେଇଲି

ମୁମ୍ବାଇ: ଅପ୍ରୀତିକର ମନ୍ତବ୍ୟ ପାଇଁ ବଲିଉଡ୍‌ରୁ ଦୂରେଇ ରହିଛନ୍ତି ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀ ନୀରୁ ବାଜ୍‌ଓ୍ବା। ୧୯୯୮ରେ ଦେବାନନ୍ଦଙ୍କ ‘ମେଁ ସୋଲା ବରସ୍‌...

ବିବାହ ବିଚ୍ଛେଦର ୧୨ ବର୍ଷ ପରେ ଅଭିନେତ୍ରୀ କଲେ ଦ୍ୱିତୀୟ ବିବାହ

‘କ୍ୟୁଁ କି ଶାଶ୍‌ କଭି ବୋହୂ ଥୀ’ ସିରିୟଲକୁ ୧୯ ବର୍ଷ ପୂରିଛି। ପୂରା ଟିମ୍‌ ଖୁବ୍‌ ମଜା କରିଥିବା ଫଟୋ ଏବେ ଭାଇରାଲ ହୋଇଛି।...

ପ୍ରିୟଙ୍କାଙ୍କୁ ମୁମ୍ବାଇ ପୋଲିସର ଚେତାବନୀ

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଅଭିନେତା ଫରହାନ ଅଖତରଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ର ଏକ ଦୃଶ୍ୟ ପାଇଁ ଏକ...

ଫନୀକୁ ନେଇ ‘ଆଇ ଆମ୍‌ ଓଡ଼ିଶା’

୧୯୯୯ରୁ ୨୦୧୯ର ଯାତ୍ରା। ଏହାମଧ୍ୟରେ ଓଡ଼ିଶା ଦେଖିଛି ୫ରୁ ଅଧିକ ବାତ୍ୟା। ‘ମହାବାତ୍ୟା’ରୁ ଆରମ୍ଭକରି ‘ଫନୀ’ ପର୍ଯ୍ୟନ୍ତ। ୨୦ ବର୍ଷ ମଧ୍ୟରେ ମହାବାତ୍ୟା ଓ ଏହାର...

ଆଇପିଏଲ ଫାଇନାଲରେ ହୋଷ୍ଟ କରିବେ ସଲମାନ ଏବଂ କ୍ୟାଟ୍ରିନା

ସଲମାନ ଏବଂ କ୍ୟାଟ୍ରିନା ଆଇପିଏଲ୍‌ ଫାଇନାଲରେ ମ୍ୟାଚକୁ ହୋଷ୍ଟି କରିବା ପାଇଁ ଆସିବେ। ଏହା ସହିତ ନିଜର ଅପକମିଙ୍ଗ୍‌ ଫିଲ୍ମ ‘ଭାରତ’ର ପ୍ରମୋଶନ ମଧ୍ୟ କରିବେ।...

‘ଦ ଜୋୟା ଫ୍ୟାକ୍ଟର’ ଫିଲ୍ମ ଟ୍ରେଲରକୁ ପ୍ରଶଂସା କଲେ ସଚିନ ତେନ୍ଦୁଲକର

ଅଭିନେତ୍ରୀ ସୋନମ କପୁରଙ୍କ ଅଭିନୀତ ‘ଦ ଜୋୟା ଫ୍ୟାକ୍ଟର’ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମଟି କ୍ରିକେଟ ଏବଂ ଭାଗ୍ୟ ଉପରେ ଆଧାରିତ ହୋଇଥିବାରୁ...

୫୩ ବର୍ଷରେ ବାପା ହେବାକୁ ଇଚ୍ଛା: ହେଲେ ସ୍ତ୍ରୀ ଚାହୁଁ ନାହାନ୍ତି ସଲମାନ୍‌

ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ସରୋଗେସୀ ମାଧ୍ୟମରେ ବାପା ହେବାକୁ ଚାହୁଁଛନ୍ତି। ଗତ କିଛି ଦିନ ହେବ ଏହି ଖବର ଖୁବ୍‌ ଚର୍ଚ୍ଚାରେ ରହିଛି। ୫୩...

ବାହୁବଳୀ ଅଭିନେତାଙ୍କ ନାଁରେ ମାମଲା

ହାଇଦ୍ରାବାଦ,୮।୮: ବାହୁବଳୀ ଫିଲ୍ମର ଅଭିନେତା ମଧୁ ପ୍ରକାଶଙ୍କ ନାଁରେ ବୁଧବାର ଏକ ମାମଲା ରୁଜୁ ହୋଇଛି। ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗରେ ପ୍ରକାଶଙ୍କ ନାଁରେ ମାମଲା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *