ରାଜଧାନୀରେ ମାତିଲେ ସାଇବର ଠକ : ଗୋଟିଏ ଦିନରେ ୩ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ରାଜଧାନୀରେ ମାତିଛନ୍ତି ସାଇବର ଠକ। ସେମାନେ ବିଭିନ୍ନ ଆପ୍ଲିକେଶନ୍‌ଠାରୁ ଆରମ୍ଭ କରି ସୋସିଆଲ ନେଟ୍‌ଓ୍ବର୍କରେ ନକଲି ସାଇଟ୍‌ ଖୋଲି କୌଶଳରେ ଲୋକଙ୍କଠାରୁ ଅର୍ଥ ଲୁଟୁଛନ୍ତି। ଗୋଟିଏ ଦିନରେ ୩ଜଣ ଏପରି ଠକେଇର ଶିକାର ହୋଇଛନ୍ତି। ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଚଳୁ କରିଛନ୍ତି ସାଇବର ଠକ। ପଳାଶୁଣୀରେ ରହୁଥିବା ପ୍ରଶାନ୍ତ ଦାସଙ୍କଠାରୁ ଗୁଗୁଲ ପେ ମାଧ୍ୟମରେ ଦେଢ ଲକ୍ଷ, ଜୟ ପ୍ରକାଶ ଗୁପ୍ତାଙ୍କଠାରୁ ୮୦ହଜାର ଓ ନିବାସ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୭୦ହଜାର ଟଙ୍କା ଚଳୁ ହୋଇଥିବା ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି। ତେବେ ମଞ୍ଚେଶ୍ୱର ଥାନା ପକ୍ଷରୁ ସେମାନଙ୍କୁ କଟକ ସାଇବର ଥାନାକୁ ପଠାଇ ଦେଇଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ, ପଳାଶୁଣୀରେ ରହୁଥିବା ପ୍ରଶାନ୍ତ ଜଣେ ସାଙ୍ଗକୁ ୫ ହଜାର ଟଙ୍କା ଧାର ଆକାରରେ ଗୁଗୁଲ ପେ’ ମାଧ୍ୟମରେ ଦେଇଥିଲେ। ହେଲେ ଟଙ୍କା ସାଙ୍ଗଙ୍କ ଆକାଉଣ୍ଟକୁ ଯାଇ ନ ଥିଲା। ଫଳରେ ପ୍ରଶାନ୍ତ ଗୁଗୁଲ ପେ’ର କଷ୍ଟମର କେୟାର ଟୋଲ୍‌ ଫ୍ରି ନମ୍ବର ସର୍ଚ୍ଚ କରିଥିଲେ। ହେଲେ ସାଇବର ଠକମାନେ ଖୋଲିଥିବା ନକଲି ସାଇଟ୍‌ର ଫୋନ୍‌ ନମ୍ବର ତାଙ୍କ ନଜରକୁ ଆସିଥିଲା। ପ୍ରଶାନ୍ତ ଉକ୍ତ ନମ୍ବରରେ କଲ୍‌ କରିବା ପରେ ଟଙ୍କା ଶୀଘ୍ର ଫେରିପାଇବେ ବୋଲି କେହି କହିବା ସହ କେତେକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଶେଷ ପରାମର୍ଶ ଅନୁସାରେ ପ୍ରଶାନ୍ତ ଆକାଉଣ୍ଟ ଚେକ କରିବା ସମୟରେ ଏକ ୟୁପିଆଇ ଆଇଡିର କୋଡ୍‌ ଦେବାକୁ କୁହାଯାଇଥିଲା। ପ୍ରଶାନ୍ତ ଉକ୍ତ କୋଡ୍‌ ଦେବା ପରେ ତାଙ୍କ ଆକାଉଣ୍ଟରୁ ୧.୫ଲକ୍ଷ ଟଙ୍କା ଉଠାଣ ହୋଇଥିଲା। ଏହାପରେ ଉକ୍ତ ଫୋନ୍‌ ନମ୍ବରରୁ କଲ୍‌ କରିଥିଲେ ମଧ୍ୟ ଆଉ କେହି ଉଠାଇ ନ ଥିବା ସେ ଅଭିଯୋଗ କରିଛନ୍ତି।
ଦିନବନ୍ଧୁ ଗୁଗୁଲ ପେ’ ମାଧ୍ୟମରେ ୧୦ ହଜାର ଟଙ୍କା ଅନ୍ୟ ଜଣଙ୍କୁ ପଠାଇଥିଲେ। ହେଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଇ ନ ଥିଲା। ସେ ମଧ୍ୟ ଗୁଗୁଲରେ କଷ୍ଟମର କେୟାର ଟୋଲଫ୍ରି ନମ୍ବର ସର୍ଚ୍ଚ କରି ସାଇବର ଠକଙ୍କ ହାବୁଡ଼ରେ ପଡିଯାଇଥିଲେ। ପ୍ରଶାନ୍ତ ଭଳି ତାଙ୍କ ଆକାଉଣ୍ଟରୁ ୬୦ ହଜାର ଟଙ୍କା କଟିଯାଇଥିଲା।
ଠକେଇର ଶିକାର ହୋଇଥିବା ଜୟପ୍ରକାଶ ଲୋନ୍‌ ପାଇଁ ଏକ ଫାଇନାନ୍ସ ସଂସ୍ଥାରେ ୬ ମାସ ହେବ ଆବେଦନ କରିଥିଲେ। କିନ୍ତୁ ଉକ୍ତ ସଂସ୍ଥା ଫେରାଇ ଦେଇଥିଲା। କିଛିଦିନ ପରେ ଜଣେ ବ୍ୟକ୍ତି ଫୋନ୍‌ କରି ଲୋନ୍‌ ନେବାକୁ ଚାହୁଁଛ ବୋଲି ଫୋନ କରି ପଚାରିଥିଲେ। ଜୟପ୍ରକାଶ ଉକ୍ତ ଫାଇନାନ୍ସ କମ୍ପାନୀର କର୍ମଚାରୀ ଭାବି ହଁ ମାରିଥିଲେ। ଏହାପରେ ଅନ୍‌ଲାଇନ୍‌ ମାଧ୍ୟମରେ ୩ଲକ୍ଷ ଟଙ୍କାର ଲୋନ୍‌ ପାଇଁ ପ୍ରଥମେ ପ୍ରୋସେସିଂ ଚାର୍ଜ ୯ହଜାର ଟଙ୍କା ନେବା ପରେ ନାନା ଆଳ ଦେଖାଇ ୮୦ହଜାର ଟଙ୍କା ଲୁଟି ନେଇଥିଲେ।
କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କୁହନ୍ତି, ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ସେମାନେ ସାଇବର ଠକଙ୍କ ଶିକାର ହେଉଛନ୍ତି। ଏ ସଂକ୍ରାନ୍ତରେ ଅଭିଯୋଗ ଆସିଲେ ପ୍ରତି ଥାନା ମାମଲା ରୁଜୁ କରି ତଦନ୍ତ କରିବାକୁ ବାଧ୍ୟ। ନିକଟରେ ଡିଜିପି ଏନେଇ ସବୁ ଥାନାକୁ ଏକ ସକ୍ୟୁଲାର ଜାରି କରିଛନ୍ତି। ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ହେଲେ କଟକ ସାଇବର ଥାନାରେ ମାମଲା ହେବ। ଲୋକାଲ ଥାନା ମାମଲା ରୁଜୁ କରୁ ନ ଥିଲେ ଡିସିପିଙ୍କୁ ଜଣାଇବାକୁ ସେ କହିଛନ୍ତି।


All Right Reserved By Dharitri.Com

‘ପୁରାତନ ଛାତ୍ର ବର୍ତ୍ତମାନର ଛାତ୍ର ସମାଜକୁ ନୀତି ଶିକ୍ଷା ଦିଅନ୍ତୁ’

ଭୁବନେଶ୍ୱର, ,୨୪ା୨((ବ୍ୟୁରୋ): ୟୁନିଟ୍‌-୬ ସରକାରୀ ବିଦ୍ୟାଳୟର ଆଲୁମ୍‌ନି ମିଟ୍‌ ଓ ବିଦ୍ୟାଳୟର ବିଜ୍ଞାନାଗାର ଉଦ୍‌ଘାଟନୀ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା...

କୃମି ଔଷଧ ଖାଇ ୩୬ ଶିଶୁ ଅସୁସ୍ଥ ହେବା ଘଟଣା ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : କେନ୍ଦ୍ରାପଡା ଜିଲା ଗରଦପୁରରେ କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଥିଲେ। ୨୦୧୪ରେ ଘଟିଥିବା ଏହି ଘଟଣାକୁ ନେଇ ସାରା...

ଓଡ଼ିଶୀରେ ତ୍ରିବେଣୀ ସଙ୍ଗମ:କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା

କୋଣାର୍କ,୪ା୧୨(ଡି.ଏନ.ଏ.):କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ମଙ୍ଗଳବାର ଥିଲା ତୃତୀୟ ସନ୍ଧ୍ୟା। ଏଥିରେ ପୁରାଣ...

ନନ୍ଦନକାନନରୁ ଚନ୍ଦକା ଗଲେ ୭ ହରିଣ

ବାରଙ୍ଗ,୮ା୧୨(ଡି.ଏନ୍‌.ଏ) ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଶନିବାର ୭ଟି ଚିତ୍ରାହରିଣ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଛି। ଚନ୍ଦକାରେ ଛଡ଼ାଯିବାର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ଇତି ମଧ୍ୟରେ ପ୍ରାୟ...

ବର୍ଷିଲା ଭାଜପା: ତଥ୍ୟ ନଷ୍ଟ କରିବାକୁ ବିବାଦୀୟ ଅତିଥି ଭବନକୁ ଜାଣିଶୁଣି ଭାଙ୍ଗିଛି ଜିଲା ପ୍ରଶାସନ

ଭୁବନେଶ୍ୱର,୮।୨(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଅତିଥି ଭବନକୁ ଭାଙ୍ଗିବା ନେଇ...

ଓଡ଼ିଶା ହରାଇବ ୩୦ ହଜାର କୋଟି

ଭୁବନେଶ୍ୱର,୧୧ା୧(ବ୍ୟୁରୋ):ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ବାବଦ ଅଂଶଧନ କମିବ। କମିଶନ ୨୦୧୧ ଜନସଂଖ୍ୟାକୁ ସଂଶୋଧିତ ମାନଦଣ୍ଡ ଭାବେ ଗ୍ରହଣ କରିଥିବାରୁ ରାଜ୍ୟ ପାଇଁ...

ରାଜସ୍ବ, ଅବକାରୀ ବିଭାଗର ଖର୍ଚ୍ଚଦାବି ମଞ୍ଜୁର

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନରେ ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଯାଇଛି। ସୋମବାର ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା...

ଡେଙ୍ଗୁ: ସହରବାସୀ ଆତଙ୍କିତ

କଟକ ଅଫିସ, ୪ା୭: କଟକ ସହରରେ ଜଣ୍ଡିସ ପରେ ଏବେ ଡେଙ୍ଗୁ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏହାକୁ ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି। ସହରରେ ବିଶୁଦ୍ଧ...

Leave a comment

Your email address will not be published. Required fields are marked *