Posted inUncategorized

ଆବାସିକ ବିଦ୍ୟାଳୟର ୩ ଛାତ୍ର ନିଖୋଜ

ବାରିପଦା ଅଫିସ,୧୯।୮- ବାରିପଦା ସଦର ଥାନା ଅଧୀନ ଶିରିଶବଣୀଠାରେ ଥିବା ଏସଭିଏସ ଆବାସିିକ ବିଦ୍ୟାଳୟରେ ପଢ଼ୁଥିବା ନବମ ଶ୍ରେଣୀର ୩ ଛାତ୍ର ଗତ ୧୫ ତାରିଖ ରାତିରୁ କେଉଁଆଡ଼େ ଚାଲିଯାଇଛନ୍ତି। ଏନେଇ ୧୬ ତାରିଖରେ ବିଦ୍ୟାଳୟ ପକ୍ଷରୁ ବାରିପଦା ସଦର ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ନିଖୋଜ ଛାତ୍ରମାନଙ୍କୁ ଖୋଜୁଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏସ୍‌ପି ଅବିନାଶ କୁମାର ରବିବାର ବାରିପଦା ଏସଡିପିଓ କେ.ପି ପଟ୍ଟନାୟକ, ସଦର ଥାନା ଅଧିକାରୀ ସ୍ବର୍ଣ୍ଣଲତା ମିଞ୍ଜ ଓ ବିଦ୍ୟାଳୟର ଅଧ୍ୟକ୍ଷା ବୀଣା ଦାସଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ନିଖୋଜ ଛାତ୍ରମାନଙ୍କୁ ଠାବ କରିବା ଲାଗି ଜିଲା ପୋଲିସ ପକ୍ଷରୁ ଦୁଇଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ ଭୁବନେଶ୍ୱର ଓ ଅନ୍ୟ ଟିମ୍‌ ଟାଟା ଯାଇ ଖୋଜାଖୋଜି କରିବ ବୋଲି ଜଣାପଡିଛି।
ବିଦ୍ୟାଳୟ ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି ଯେ, ୧୫ ତାରିଖ ରାତିରେ ସବୁ ରାତି ଭଳି ବିଦ୍ୟାଳୟର ହଷ୍ଟେଲ ଫାଟକରେ ତାଲା ପକାଯାଇଥିଲା। କିନ୍ତୁ ଶୁକ୍ରବାର ସକାଳେ ୩ ଛାତ୍ର ନ ଥିବା କର୍ତ୍ତୃପକ୍ଷ ଜାଣିବା ପରେ ସେମାନଙ୍କ ଅଭିଭାବକ ଓ ପୋଲିସକୁ ସୂଚନା ଦିଆଯାଇଥିଲା। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରିବା ପରେ ଏହି ୩ ଛାତ୍ର ବାରିପଦା ରେଳ ଷ୍ଟେଶନକୁ ଯାଇଥିବାର ବାରିପଦା ସହରର ମୁଖ୍ୟ ରାସ୍ତାରେ ଲାଗିଥିବା ବିଭିନ୍ନ ସିସିଟିଭି କ୍ୟାମେରାରୁ ଜଣାପଡିଥିଲା। ଗୁରୁବାର ଷ୍ଟେଶନ ବଜାର ଗଡାଣିଠାରେ ରାତି ପ୍ରାୟ ୩ଟା ବେଳେ ଡ୍ୟୁଟି କରୁଥିବା ଜଣେ ପୋଲିସ କର୍ମଚାରୀ ଏହି ଛାତ୍ରମାନଙ୍କୁ ଅଟକାଇ ପଚରା ଉଚୁରା କରିଥିଲେ। ସେମାନେ ବିଟେକ୍‌ ପଢ଼ୁଛନ୍ତି ଓ ଭୁବନେଶ୍ୱର ଯାଉଥିବା କହି ଖସି ଯାଇଥିଲେ। ଛାତ୍ରମାନେ ଭୁବନେଶ୍ୱର ଯାଇଥିବା ପୋଲିସ ସନ୍ଦେହ କରୁଛି। ଏକ କାଗଜରେ ସେମାନେ କେଉଁ ରାସ୍ତା ଦେଇ ବିଦ୍ୟାଳୟରୁ ବାହାରକୁ ଯିବେ ସେ ନେଇ ତିଆରି କରିଥିବା ଡାଏଗ୍ରାମ ପୋଲିସର ହସ୍ତଗତ ହୋଇଥିବା ସଦର ଥାନା ଅଧିକାରୀ କହିଛନ୍ତି। ଛାତ୍ରମାନଙ୍କୁ ଠାବ କରିବା ପରେ ହିଁ ସେମାନେ କ’ଣ ପାଇଁ ବିଦ୍ୟାଳୟ ଛାଡି ଚାଲିଯାଇଛନ୍ତି ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।


All Right Reserved By Dharitri.Com

Posted inUncategorized View All

ଖସି ଯାଇଥିବା ଖଞ୍ଜାକୁ ଠିକ୍‌ କରେ ଅଦା

ଆଜିକାଲି ଅଣ୍ଟା ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଯଦି ଅଣ୍ଟା ଭିତରେ ଅବା ମେରୁଦଣ୍ଡର ଶେଷ ଭାଗରେ ଥିବା ହାଡ଼ରେ ଯନ୍ତ୍ରଣା ଅନୁଭବ ହୋଇଥାଏ...

ଏହି ପତ୍ରର ରହିଛି ଅନେକ ଔଷଧୀୟ ଗୁଣ

ସାରୁ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରି ନ ଥାଆନ୍ତି। ହେଲେ ସାରୁ ଶରୀର ପାଇଁ ଯେତିକି ଉପକାରୀ ଏହାର ପତ୍ର ମଧ୍ୟ ସେତିକି ଉପକାରୀ...

ରାଶିଫଳ: ଶନିବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ପାରିବାରିକ ଓ କର୍ମକ୍ଷେତ୍ର ପ୍ରତି ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରି ଆପଣଙ୍କୁ ନିରୁତ୍ସାହିତ କରିପାରେ। ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ...

ବସ ରୋକି ଯାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ଅଜଣା ବ୍ୟକ୍ତି

ଇସଲାମାବାଦ୍‌,୧୮।୪: ପାକିସ୍ତାନରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବାଲୁଚିସ୍ତାନ ରାଜମାର୍ଗରେ ୫-୬ ଯାତ୍ରୀବାହୀ ବସ୍‌କୁ କେତେକ ଅଜଣା ବ୍ୟକ୍ତି ଅଟକାଇଥିଲେ। ଯାତ୍ରୀମାନଙ୍କୁ ବାହାରକୁ ଆଣି...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ : ଉତ୍ତେଜନା, ରାସ୍ତାରୋକୋ

ଢେଙ୍କାନାଳ ଅଫିସ, ୧୨।୫- ଢେଙ୍କାନାଳ ସଦର ଥାନା ମଙ୍ଗଳପୁର ଗ୍ରାମରେ ଶୁକ୍ରବାର ରାତିରେ ଟ୍ରାକ୍ଟର ଧକ୍କାରେ ବାସୁଦେବ ବରାଳ(୨୪)ଙ୍କ ମୃତ୍ୟୁ ଘଟିଛି। ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ...

କଟକରେ ୩ ଜଣଙ୍କ ଗଳାକାଟି ହତ୍ୟା ମାମଲା: ନାରାୟଣଙ୍କ ସ୍ତ୍ରୀଙ୍କ ପକ୍ଷରୁ ମାମଲା ରୁଜୁ

କଟକ ଅଫିସ, ୮ା୮: କଟକରେ କିଛିଦିନ ତଳେ ୨୪ଘଣ୍ଟା ମଧ୍ୟରେ ୩ଜଣଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ନୟାଗଡ଼ ଅଞ୍ଚଳର ନାରାୟଣ ସାହୁଙ୍କୁ...

Leave a comment

Your email address will not be published. Required fields are marked *