ଆକୃଷ୍ଟ କରୁଛି ଡିଜିଟାଲ ଫଟୋଗ୍ରାଫି

ନୟାଗଡ଼ ଅଫିସ,୧୯ା୮ (ରଞ୍ଜନ କୁମାର ପ୍ରଧାନ): ଦୁଇ ଦଶନ୍ଧି ପୂର୍ବରୁ ପରିବାର ସହିତ ଷ୍ଟୁଡ଼ିଓରେ ଯାଇ ଫଟୋ ଉଠାଇବା କିମ୍ବା ଘରକୁ କ୍ୟାମେରାମ୍ୟାନ୍‌ ଆସି ଫଟୋ ଉଠାଇବା ମଜା ସତରେ ନିଆରା ଥିଲା। କୋଡାକ୍‌ କ୍ୟାମେରାରେ ଉଠାଯାଉଥିବା କଳାଧଳା/ରଙ୍ଗିନ ଫଟୋ ଲାଗି ପରିବାର ଭିତରେ ଅନେକ ଉତ୍ସାହ ଦେଖିବାକୁ ମିଳୁଥିଲା। ବର୍ତ୍ତମାନ ଯୁଗ ବଦଳିଛି। ରିଲ୍‌ କ୍ୟାମେରା ବଦଳରେ ଡିଜିଟାଲ କ୍ୟାମେରାର ବହୁଳ ପ୍ରଚଳନ ହେଉଛି। ଏହି ଫଟୋଗ୍ରାଫି ବର୍ତ୍ତମାନ ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକୃଷ୍ଟ କରୁଛି। ଆଉ ଟିକେ ଆଗକୁ ଗଲେ ଏବେ ବିଭିନ୍ନ ମୋବାଇଲ୍‌ରେ ଉନ୍ନତମାନର ଫଟୋ ଉଠାଇବା ଆପ୍‌ ରହୁଥିବା ଦେଖିବାକୁ ମିଳୁଛି। ଏହା ଫଟୋର ସୌନ୍ଦର୍ଯ୍ୟକୁ ମଧ୍ୟ ଦ୍ୱିଗୁଣିତ କରୁଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିମାନେ ଫଟୋ ଉଠାଇ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଅପ୍‌ଲୋଡ୍‌ କରୁଛନ୍ତି। ଏହା ପରେ କେତେ ଲାଇକ୍‌ ଓ କମେଣ୍ଟ ଆସୁଛି ତାହା ଗଣନା କରୁଛନ୍ତି। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଫଟୋଗ୍ରାଫି ପ୍ରତି ଦୁର୍ବଳତା ଥିବା ଦେଖାଯାଉଛି। ନୟାଗଡ଼ ଜିଲାର ଏହିଭଳି ଅନେକେ ଅଛନ୍ତି, ଯେଉଁମାନେ ଏବେ ବୃତ୍ତିଗତ ଫଟୋଗ୍ରାଫର। ପ୍ରତିବର୍ଷ ଅଗଷ୍ଟ ୧୯କୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଜିଲାର କେତେଜଣ ଫଟୋଗ୍ରାଫରଙ୍କ ମତାମତକୁ ନେଇ ଧରିତ୍ରୀର ସ୍ବତନ୍ତ୍ର ରିପୋର୍ଟ।
କ’ଣ କହନ୍ତି ଏମାନେ…
– ପ୍ରକୃତିର ସୁନ୍ଦରତା ମଣିଷର ଦୃଷ୍ଟି ଶକ୍ତିରେ ଥାଏ। ମୁଁ କୌଣସି ଜିନିଷକୁ ଯେଭଳି ଦେଖୁଛି ଅନ୍ୟମାନଙ୍କ ନଜରରେ ତାହା ସେୟା ହୋଇ ନ ପାରେ। ପ୍ରତି ଫଟୋ ପଛରେ ଏକ କାହାଣୀ ଥାଏ। ଯାହା ଫଟୋକୁ ସୁନ୍ଦରରୁ ଅତି ସୁନ୍ଦର କରିଥାଏ। ଭଲ ବା ଖରାପ ଫଟୋ କିଛି ନାହିଁ। ୨୦୦୪ ମସିହାରୁ ମୁଁ ଫଟୋ ଉଠାଉଛି। ୮୦୦ ଟଙ୍କା ଦେଇ ଏକ କୋଡ଼ାକ୍‌ ରିଲ୍‌ କ୍ୟାମେରା ଆଣିଥିଲି। ସେଥିରେ ବିଭିନ୍ନ ଫଟୋ ଉଠାଏ, ଯାହାକୁ ନେଇ ଘରେ ଗାଳି ଶୁଣିଥିଲି। ପରେ ଏହାକୁ ବ୍ୟବସାୟରେ ପରିଣତ କରିଦେଲି। ବର୍ତ୍ତମାନ ଅନେକ ଫିଲ୍ମରେ କ୍ୟାମେରାମ୍ୟାନ୍‌ ଭାବେ କାମ କରିବା ସହ ବିଭିନ୍ନ ପ୍ରକାର ଫଟୋ ଉଠା ଜାରି ରଖିଛି।
କାହ୍ନା ସ୍ବାଇଁ, ନୟାଗଡ଼

– ୧୯୯୯ ମସିହାରୁ ଫଟୋ ଉଠାଉଛି। ଏଥିପ୍ରତି ଦୁର୍ବଳତା ଥିବାରୁ ଫଟୋଗ୍ରାଫି ପାଇଁ ଆକୃଷ୍ଟ ହେଲି। କ୍ୟାମେରା ଲେନ୍ସରେ ପ୍ରକୃତିଠାରୁ ଆରମ୍ଭ କରି ବିଭିନ୍ନ ଜିନିଷକୁ ବାନ୍ଧି ରଖିବାର ମଜା ନିଆରା, ଯାହାଦ୍ୱାରା ସ୍ମୃତିକୁ ସାଇତି ରଖାଯାଇପାରିବ। ଭଲ ଫଟୋ ଉଠିବା ଜଣେ ଫଟୋଗ୍ରାଫରର ଶୈଳୀ ଉପରେ ନିର୍ଭର କରିଥାଏ। ବେଳେବେଳେ ଅତି ସାଧାରଣ ଦୃଶ୍ୟଟିଏ କ୍ୟାମେରା ଲେନ୍ସରେ ଚମତ୍‌କାର ଫଟୋ ପାଲଟିଯାଏ। ଫଟୋଟିଏ ଉଠାଯିବା ପରେ ଏହା ଯୁଗ ଯୁଗ ପାଇଁ ଫଟୋ ଫ୍ରେମ ନ ହେଲେ ଆଲବମ୍‌ ଭିତରେ ସାଇତି ହୋଇ ରହିଥାଏ। ଏହା ପର ମୁହୂର୍ତ୍ତରେ ଆନନ୍ଦିତ କରିଥାଏ।
ବିଶ୍ୱନାଥ ବେହେରା, ନୟାଗଡ଼

– କିଛିବର୍ଷ ପୂର୍ବେ ଫଟୋର ଚାହିଦା କମି ଯାଇଥିଲା। ହେଲେ ବର୍ତ୍ତମାନ ଏହାର ଚାହିଦା ବଢ଼ିବାରେ ଲାଗିଲାଣି। ଭଲ ଫଟୋଟିଏ ପାଇଁ ଲୋକମାନେ ଅଧିକ ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି। ପୂର୍ବରୁ ବାହାଘରରେ କେବଳ ଭିଡିଓ ରେକର୍ଡ଼ିଂ ହେଉଥିଲା। ବର୍ତ୍ତମାନ ଫଟୋସୁଟ୍‌ ପାଇଁ ବର/କନ୍ୟା ପରିବାର ପକ୍ଷରୁ ଅଧିକ ଟଙ୍କା ଦେବାକୁ ଦ୍ୱିଧାବୋଧ କରୁନାହାନ୍ତି। ମେହେନ୍ଦିଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ପ୍ରତିଦିନ ଫଟୋ ଉଠାଯାଉଛି। ଏହା ଜଣେ ଫଟୋଗ୍ରାଫରଙ୍କ ପାଇଁ ଶୁଭ ଖବର। କେବଳ ଯେ ବାହାଘର ତା’ ନୁହେଁ, ନିଜର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଲୋକମାନେ ଫଟୋକୁ ଅଧିକ ପସନ୍ଦ କରୁଛନ୍ତି। ଫଟୋଗ୍ରାଫିକୁ ପେସା କଲେ ବି ପରିବାରଟିଏ ପ୍ରତିପୋଷଣ କରିବାରେ ଅସୁବିଧା ହେବ ନାହିଁ।
ଚନ୍ଦନ ରାଉତରାୟ, ଦର୍ପନାରାୟଣପୁର
– ୧୯୮୭ ମସିହାରୁ ମୁଁ ଫଟୋଗ୍ରାଫି କରୁଛି। ବିଭିନ୍ନ ସମୟରେ ଫଟୋ ଉଠାଇବାକୁ ମୁଁ ଭଲ ପାଏ। ବିଶେଷ କରି କୌଣସି ସ୍ଥାନରେ ସଭା ସମିତି ହେଲେ ସେଠାକୁ ଯାଇ ଫଟୋ ଉଠାଏ। ଫଟୋ ଉଠା ଏକ ନିଶା କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରଥମେ ଏକ ଷ୍ଟୁଡ଼ିଓରେ ରହି କାମ କରୁଥିଲି। ପରେ ନିଜର କ୍ୟାମେରା କିଣି ଷ୍ଟୁଡ଼ିଓ କରିଛି। ବିଜୁ ପଟ୍ଟନାୟକ, ନରେନ୍ଦ୍ର ମୋଦି ପ୍ରମୁଖ ମନ୍ତ୍ରୀମାନେ ଜିଲାର ବିଭିନ୍ନ ସ୍ଥାନକୁ ଆସିଥିବା ବେଳେ ମୁଁ ଯାଇ ସେଠାରେ ଫଟୋ ଉଠାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ପରେ ଏଥିପ୍ରତି ମୋର ଉତ୍ସାହ ବଢ଼ିଛି।
ବଳଭଦ୍ର ସ୍ବାଇଁ, ଶରଣକୁଳ


All Right Reserved By Dharitri.Com

କପାଳୀ କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ

ବନ୍ତ,୨ା୭(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକର କପାଳୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ନେତ୍ରୋସତ୍ବ ଅନୁଷ୍ଠିତ ହୋଇଯାଇଛି। ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ କରିଥିଲେ। ମଙ୍ଗଳବାର ସକାଳେ...

ସମ୍ବର ମାଂସ ଜବତ, ୨ଗିରଫ

ବଇଣ୍ଡା,୧୩।୧୦(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ଜଙ୍ଗଲରେ ଧଣ୍ଡାତୋପା ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୨୧ କେଜି ସମ୍ବର ମାଂସ ଜବତ କରାଯାଇଛି। ଏଥିସହିତ ବନ ବିଭାଗ...

ମା’ ଶାରଳା ମନ୍ଦିର: ଆଦାୟ ହେଲାନି ବକେୟା ୪୦ ଲକ୍ଷ ଟଙ୍କା

ଜଗତ୍‌ସିଂହପୁର ଅଫିସ,୧୦ା୧୨: ମା’ଶାରଳା ମନ୍ଦିରରେ ନାନା ଅବ୍ୟବସ୍ଥା ଲାଗି ରହିଥିବାବେଳେ ଏବେ ଖର୍ଚ୍ଚକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଭଳି ସନ୍ଦେହ କରିଛନ୍ତି, ଜିଲାପାଳ ତଥା...

୨ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର ଅଭିଯୋଗ : ପ୍ରତିବାଦରେ ଡିଇଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ବ୍ରହ୍ମପୁର ଅଫିସ,୧୯ା୧୨-ବ୍ରହ୍ମପୁର ଆସ୍କାରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ବୁଧବାର ଜିଲା...

ଝାଡାବାନ୍ତିରେ ମହିଳାଙ୍କ ମୃତ୍ୟୁ, ୪ ଆକ୍ରାନ୍ତ

ବାହାନଗା୨୨ା୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ଖନ୍ତାପଡା ଥାନା ଅଧୀନ ଦକ୍ଷୀଣନରସିଂପୁର ପଞ୍ଚାୟତ ଚଷାଖଣ୍ଡ ଗ୍ରାମର ଦଳେଇ ସାହିରେ ଝାଡାବାନ୍ତି ବ୍ୟାପି ଗତ ୪ଦିନ ମଧ୍ୟରେ...

ବାଲିମେଳା ବିଦ୍ୟୁତ୍‌ ପ୍ରକଳ୍ପ ପାଓ୍ବାର ହାଉସ୍‌ କୋଠାରେ ଫାଟ

  ମାଲକାନଗିରି,୩୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ବାଲିମେଳା ଜଳବିଦ୍ୟୁତ୍‌ ପ୍ରକଳ୍ପରେ ଫାଟ ସୃଷ୍ଟି ହୋଇଛି। ତେବେ ଏନେଇ ସବୁ ଜାଣି ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ୫୦...

ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ବୋଲି ମାନିଲେ  ଯାଜପୁର ଜିଲାପାଳ: ୫-ଟିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଚିଠି

ଯାଜପୁର ଟାଉନ,୮।୯(ଡି.ଏନ.ଏ.)- ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ରୋଗୀସେବା ନିମନ୍ତେ ୫-ଟିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଜିଲା...

ରେଳଧାରଣା କଡରୁ ମିଳିଲା ନବଜାତ ଶିଶୁକନ୍ୟା

ବରଗଡ ଅଫିସ, ୨୨।୧୨: ପୁଣି ଶିଶୁକନ୍ୟା ଅଲୋଡ଼ା ହୋଇପଡିଛି। ବରଗଡ ଜିଲା ପଦ୍ମପୁରସ୍ଥିତ ଏକ ଡ୍ରେନ ଭିତରୁ ଅଖାରେ ଭର୍ତ୍ତି ନବଜାତ ଶିଶୁକନ୍ୟା ଉଦ୍ଧାର ହେବା...

Leave a comment

Your email address will not be published. Required fields are marked *