Posted inଖେଳ

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ କ୍ଲାସେନ

ଜୋହାନ୍ସବର୍ଗ, ୧୮।୮ (ପି.ଟି.)- ଟେଷ୍ଟ ସିରିଜ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ଆସନ୍ତା ଅକ୍ଟୋବରରେ ଭାରତ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି ଗତ ୧୩ରେ ଅଭିଜ୍ଞ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ନେତୃତ୍ୱରେ ୧୫ ଜଣିଆ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଥିଲା। ତେବେ ଏହି ଦଳରେ ସ୍ଥାନ ପାଇଥିବା ନବାଗତ ଉଇକେଟ୍‌କିପର ରୁଡି ସେକେଣ୍ଡଙ୍କୁ ଆଘାତଜନିତ ସମସ୍ୟା ଲାଗି ବାଦ୍‌ ଦିଆଯାଇଛି। ତାଙ୍କ ସ୍ଥାନରେ ଅନ୍ୟତମ ଉଇକେଟ୍‌କିପର ହେନ୍‌ରିକ କ୍ଲାସେନଙ୍କୁ ଦଳରେ ସାମିଲ କରାଯାଇଛି ବୋଲି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ପକ୍ଷରୁ ରବିବାର କୁହାଯାଇଛି। କ୍ଲାସେନ ପୂର୍ବରୁ ଜାତୀୟ ଦଳ ପକ୍ଷରୁ ୧୪ ଦିନିକିଆ ଓ ୯ ଟି୨୦ ମ୍ୟାଚ୍‌ ଖେଳି ସାରିଛନ୍ତି।
ଆଫ୍ରିକା-ଏ ଦଳ ପକ୍ଷରୁ ଅଭ୍ୟାସ କରୁଥିବାବେଳେ ସେକେଣ୍ଡ ଆଘାତପ୍ରାପ୍ତ ହୋଇଥିଲେ। ଏହାପରେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ଏବଂ ତାଙ୍କୁ ପୁରା ଟୁର୍‌ରୁ ବାଦ୍‌ ଦିଆଯାଇଛି ବୋଲି ଜଣାପଡ଼ିଛି। ଭାରତ ଗସ୍ତରେ ଦକ୍ଷିଣ ଆଫ୍ରିକା ୩ଟି ଲେଖାଏ ଟି୨୦ ଓ ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୨ରୁ ବିଶାଖାପାଟନମଠାରେ ଆରମ୍ଭ ହେବ। ତେବେ ୨ୟ ଓ ୩ୟ ଟେଷ୍ଟ ମ୍ୟାଚ୍‌ର ଭେନ୍ୟୁରେ ଅଦଳବଦଳ ହୋଇଥିବା ସିଏସ୍‌ଏ ପକ୍ଷରୁ ଜଣାପଡ଼ିଛି। ଦ୍ୱିତୀୟ ଟେଷ୍ଟ ଏବେ ପୁନେଠାରେ ଅକ୍ଟୋବର ୧୦ରୁ ୧୪ ପର୍ଯ୍ୟନ୍ତ ଖେଳାଯିବ। ସେହିଭଳି ଅନ୍ତିମ ତଥା ୩ୟ ମ୍ୟାଚ୍‌ ଅକ୍ଟୋବର ୧୯ରୁ ୨୩ ପର୍ଯ୍ୟନ୍ତ ରାଞ୍ଚତ୍ଠାରେ ଅନୁଷ୍ଠିତ ହେବ। ଟେଷ୍ଟ ସିରିଜ ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟି୨୦ ସେପ୍ଟେମ୍ବର ୧୫ରୁ ୨୨ ମଧ୍ୟରେ ଖେଳାଯିବ। ସେହିଭଳି ଏହି ସମୟରେ ଦକ୍ଷିଣ ଆଫ୍ରିକା-ଏ ଦଳ ଭାରତ ଗସ୍ତରେ ଆସି ଭାରତ-ଏ ବିପକ୍ଷରେ ୫ଟି ଏକଦିବସୀୟ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି।


All Right Reserved By Dharitri.Com

Posted inଖେଳ View All

ମୟଙ୍କ ବୈଦ ଏଣ୍ଡୁରୋମାନ ଟ୍ରାଇଥଲନ ଶେଷ କରିବାରେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ, ୧୭ | ୯- ଏଣ୍ଡୁରୋମାନ ଟ୍ରାଇଥଲନ ଶେଷ କରିବାରେ ପ୍ରଥମ ଭାରତୀୟ ହେବାର ସୌଭାଗ୍ୟ ଲାଭ କରିଛନ୍ତି ମୟଙ୍କ ବୈଦ। ଏହି ବିରଳ ସଫଳତା...

ଅନ୍ଧବିଶ୍ୱାସୀ ଥିଲେ ସଚିନ

କ୍ରିକେଟ ଇତିହାସର ସବୁଠୁ ବଡ଼ ନାମ ସଚିନ ତେନ୍ଦୁଲକର। ଦିନିକିଆ ହେଉ କିମ୍ବା ଟେଷ୍ଟ ଫର୍ମାଟର ପ୍ରାୟ ସମସ୍ତ ରେକର୍ଡ ତାଙ୍କ ନାମରେ ରହିଛି। ନିଜର...

ରଣ୍‌ଜୀ ମୁକାବିଲା: ଅଙ୍କିତଙ୍କ ଦ୍ୱିଶତକ: ମହାରାଷ୍ଟ୍ର ଅଗ୍ରଣୀ

କଟକ ଅଫିସ,୬ା୨- ମହାରାଷ୍ଟ୍ରର ନାଗୋଥାନେସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ତୃତୀୟ ଦିବସ ଖେଳ ଗୁରୁବାର ଶେଷ ହୋଇଛି।...

ପ୍ରକାଶ ପାଇଲା ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ, ଟପ୍‌ ୧୦ରେ ବୁମ୍‌ରା

ଦୁବାଇ, ୨୭ା୮ (ପି.ଟି.)- ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ବ୍ୟାଟ୍ସମ୍ୟାନ ତାଲିକାରେ ଭାରତ ଅଧିନାୟକ ବିରାଟ କୋହଲି ଷ୍ଟିଭ୍‌...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନକୁ ଫେରିଲେ କୋହଲି

ଦୁବାଇ, ୫।୧୨(ପି.ଟି.)- ସୁପରଷ୍ଟାର ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତୀୟ ଅଧିନାୟକ କୋହଲି ଅଷ୍ଟ୍ରେଲିଆ...

୭୦ ବର୍ଷରେ ଗାଭାସ୍କର

ନୂଆଦିଲ୍ଲୀ,୧୦।୭- ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ବୁଧବାର ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ କ୍ରିକେଟର ଓ ପ୍ରଶଂସକଙ୍କ...

ଇଣ୍ଡିଆନ୍‌ ସୁପର୍‌ ଲିଗ୍‌: ଶତକ ମ୍ୟାଚ୍‌ରେ ଗୋଆ ବିଜୟୀ

ମାର୍‌ଗାଓ, ୯।୧ (ପି.ଟି.)- ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ନିଜର ଶତକୀୟ ମ୍ୟାଚ୍‌ରେ ଏଫ୍‌ସି ଗୋଆ ବିଜୟୀ ହୋଇଛି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଏଫ୍‌ସି...

ଅଲ୍‌ ଓଡ଼ିଶା ଉତ୍କଳ ଓପନ ଟେନିସ ୨୪ରୁ

ଭୁବନେଶ୍ୱର, ୨୨ା୧ (ସ୍ପୋର୍ଟ୍ସ ବ୍ୟୁରୋ)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ଟେନିସ କମ୍ପ୍ଲେକ୍ସଠାରେ ୭ମ ଅଲ୍‌ ଓଡ଼ିଶା ଓପନ ଟେନିସ୍‌ ଟୁର୍ନାମେଣ୍ଟ ଚଳିତ ମାସ ୨୪ରୁ ୨୬ ତାରିଖ...

Leave a comment

Your email address will not be published. Required fields are marked *