ବନ୍ୟାରେ ୧୨ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ

ସୋନପୁର,୧୮।୮(ନି.ପ୍ର.):ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ବ୍ୟାପକ କ୍ଷତି ଘଟିଛି। ପାଣି ଜମି ରହିବା ଫଳରେ ହଜାର ହଜାର ଏକର ଚାଷ ପଚି ନଷ୍ଟ ହୋଇଛି। ଜମିରେ ବାଲି ମାଡି ଯାଇଛି। ବହୁ ଲୋକ ବାସସ୍ଥାନ ହରାଇଛନ୍ତି। କୋଟିକୋଟି ଟଙ୍କାର ରାସ୍ତା ଓ ପୋଲ ଭାଙ୍ଗିଛି। ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ତରଭା ବ୍ଲକ ଓ ସହରର କ୍ଷତି ଅଭୂତପୂର୍ବ। ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଣିରେ ଭିଜି ନଷ୍ଟ ହୋଇଛି। ଛୋଟ ବଡ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି। ୯୫ ପ୍ରତିଶତ ବ୍ୟବସାୟୀ ବୀମା କରି ନଥିବାରୁ ସହାୟତା ମିଳିବା ନେଇ ସନ୍ଦେହ ଉପୁଜିଛି। ପ୍ରଶାସନ କ୍ଷୟକ୍ଷତିର ଆକଳନ କରୁଛି। ତେବେ ବନ୍ୟା ଯୋଗୁଁ ଜିଲାର ୧୨ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି । ତରଭା ସହରକୁ ଜଳ ଯୋଗାଣ କରୁଥିବା ଜନସ୍ବାସ୍ଥ୍ୟ ବିଭାଗର ପାଇପ ଜଳଯୋଗାଣ ପ୍ରକଳ୍ପଟିର ୩ଟି ସ୍ଥାନରେ କ୍ଷତି ହୋଇଛି। ୫ ଦିନ ପରେ ମଧ୍ୟ ଏହାର ମରାମତି ସରି ନଥିବାରୁ ସହରବାସୀ ବିଶୁଦ୍ଧ ପାନୀୟ ଜଳ ପାଉନାହାନ୍ତି। ଟ୍ୟାଙ୍କର ଯୋଗେ ଜଳଯୋଗାଣ ହେଉଥିଲେ ହେଁ ଏହା ଯଥେଷ୍ଟ ହେଉନି। ରବିବାର ରାତି ସୁଦ୍ଧା ତରଭା ସହରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଇନ୍ଦ୍ରଜିତ ସାହୁ କହିଛନ୍ତି। ସେହିପରି ଜିଲାର ୧୨ଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ବନ୍ୟା ଯୋଗୁଁ କ୍ଷତି ହୋଇଛି। ତରଭା ବ୍ଲକର ଘାଟକଇଁତରା, ମରାଡୁଗୋଛା, ତୁଲୁଣ୍ଡା, ସରଗଜ, ବ୍ରାହ୍ମଣୀ, ସିଣ୍ଢୋଲ, ଭୁରାଡ, ଦେଉଳପଦର, ମେଣ୍ଡା ଏବଂ ସୋନପୁର ବ୍ଲକର ମାଲିଶ୍ରୀଗୁଡି, ତରେଇକେଲା, ମାଟିକୁଡ ଓ ବୈଦ୍ୟନାଥ ପାନୀୟ ଜଳ ପ୍ରକଳ୍ପର କ୍ଷତି ହୋଇଥିବା ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ. ବିପିନ ବିହାରୀ ଦାଶ କହିଛନ୍ତି। ପ୍ରଖର ଜଳସ୍ରୋତରେ କେତେକ ପ୍ରକଳ୍ପର ଓଭରହେଡ ଟାଙ୍କିର ଭିତ୍ତି ଦୋହଲି ଯାଇଥିବା ବେଳେ ଆଉ କେତେକ ପ୍ରକଳ୍ପର ଇନଟେକ୍‌ ୱେଲରେ ବାଲି ପୋତି ହୋଇଯାଇଛି। ଏହି ସବୁ ପ୍ରକଳ୍ପ ବନ୍ଦ ହେବା ଫଳରେ ୫ ହଜାରରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି । ପ୍ରଶାସନ ପକ୍ଷରୁ ଏହି ୧୨ଟି ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳଯୋଗାଣ କରାଯାଉନି। ଫଳରେ ଗ୍ରାମବାସୀ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି। ବନ୍ୟା ଛାଡିଯିବା ପରେ ଏହି ସବୁ ଅଞ୍ଚଳରେ କୁଢକୁଢ ଆବର୍ଜନା ପୁତିଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଶନିବାର ଓ ରବିବାର ଝିପିଝିପି ବର୍ଷା ପରିମଳ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି । ଏଭଳି ସ୍ଥିତିରେ ବିପନ୍ନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆ ନଗଲେ ଝାଡାବାନ୍ତି ବ୍ୟାପିବାର ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ । ପ୍ରଶାସନ ଏ ଦିଗରେ ତତ୍ପରତା ପ୍ରକାଶ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


All Right Reserved By

ଦେଶର ୧୦ ଶ୍ରେଷ୍ଠ ଥାନା ତାଲିକାରେ ଓଡ଼ିଶାର ତରଭା: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ପ୍ରମାଣପତ୍ର

ସୋନପୁର/ତରଭା,୮ା୮(ନି.ପ୍ର./ଡି.ଏନ୍‌.ଏ.): ୨୦୧୮ ସର୍ଭେ ଅନୁଯାୟୀ ଭାରତର ୧୦ ଶ୍ରେଷ୍ଠ ଥାନା ତାଲିକାରେ ସୁବର୍ଣ୍ଣପୁର ଜିଲାର ତରଭା ଥାନା ସ୍ଥାନ ପାଇଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌...

ଡକାୟତି ଉଦ୍ୟମ ପଣ୍ଡ, ୩ ଅଣଓଡିଆ ଯୁବକ ଗିରଫ

ସୋନପୁର,୨୭।୮(ନି.ପ୍ର.): ଡକାୟତି ଉଦ୍ୟମ କରୁଥିବା ଏକ ଗ୍ୟାଙ୍ଗକୁ ଧରିଛି ସୋନପୁର ଟାଉନ ପୋଲିସ। ଏହି ଡକାୟତ ଗ୍ୟାଙ୍ଗର ୩ ଜଣ ଧରା ପଡିଥିବା ବେଳେ ଅନ୍ୟ...

ସ୍ବଚ୍ଛ ସର୍ବେକ୍ଷଣ ପାଇଁ ଗଡିଲା ସଚେତନତା ରଥ

ସୋନପୁର,୫।୯(ନି.ପ୍ର.) : ସ୍ବଚ୍ଛ ସର୍ବେକ୍ଷଣ-୧୯ ପାଇଁ ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ସଚେତନ କରିବ ରଥ। ପ୍ରଥମ ପର୍ଯ୍ୟାୟରେ ୩ଟି ରଥ ଜିଲାର ୬ଟି ବ୍ଲକ ପରିକ୍ରମା...

କଥା ଦେଇ ପାସରିଦେଲେ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ: ଭଏଭୀତ ଅବସ୍‌ତାରେ ଗାଁବାସୀ

ବିନିକା,୩୦।୮(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁର ୫୦ରୁ ଅଧ୍‌କା ଚାଷୀ ଉଠା ଜଲସେଚନ ଭରସାରେ ଫିବଛର ୭୦ ହେକ୍ଟର ଜମିରେ ଧାନଚାଷ୍‌ କରୁଛନ୍‌।...

ହାତୀ ଉପଦ୍ରବ, ବ୍ୟାପକ ଧାନ ଫସଲ ନଷ୍ଟ

ଅମରପାଲି, ୧୦।୮ (ଡି.ଏନ.ଏ.) : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଗ୍ରାମରେ କିଛିଦିନ ତଳେ ହାତୀପଲ ଧାନ ପହ୍ଲା ନଷ୍ଟ କରିଥିଲେ। ଶୁକ୍ରବାର...

୯୮ କିଲୋ ଗଞ୍ଜେଇ, ସ୍କର୍ପିଓ ଜବତ

ସୋନପୁର,୨୮।୮(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ଅବକାରୀ ମୋବାଇଲ ଟିମ୍‌ ପକ୍ଷରୁ ତେଲନଦୀ ବ୍ରିଜ୍‌ ପାର୍ଶ୍ୱରେ ଶନିବାର ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି।...

ଡ୍ରାଇଭରଙ୍କୁ ହତ୍ୟା ଘଟଣା : ଢାବା କର୍ମଚାରୀ ଗିରଫ

ସୋନପୁର,୨୪।୮(ନି.ପ୍ର.) : ଡ୍ରାଇଭରଙ୍କୁ ହତ୍ୟା ଘଟଣାରେ ସୋନପୁର ଟାଉନ ପୋଲିସ ଅଭିଯୁକ୍ତ ସୁଶାନ୍ତ ଗୁରୁ(୨୦)ଙ୍କୁ ଗିରଫ କରିଛି। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୁଶାନ୍ତଙ୍କ...

ଦକ୍ଷତା ବଢିଲେ ମହିଳା ଆତ୍ମନିର୍ଭରଶୀଳ ହୋଇପାରିବେ

ସୋନପୁର,୧୪।୯(ନି.ପ୍ର.) ପ୍ରଶିକ୍ଷଣ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦକ୍ଷତା ବୃଦ୍ଧି କରିବାକୁ ପଡିବ। ଦକ୍ଷତା ବଢିଲେ ହିଁ ମହିଳା ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସୁବର୍ଣ୍ଣପୁର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *