ଚୋରା କେନ୍ଦୁପତ୍ର ବୋଝେଇ ଟାଟାଏସି ଜବତ, ୨ ଗିରଫ

ବଇଣ୍ଡା,୧୮।୮(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ଆଠମଲିକ ବ୍ଲକ ଠାକୁରଗଡ଼ ଥାନା ଶିଣ୍ଡୋଳ ଗ୍ରାମରେ ରବିବାର ଏକ ଚୋରା କେନ୍ଦୁପତ୍ର ବୋଝେଇ ଟାଟାଏସିକୁ ଧଣ୍ଡାତୋପା ବନ ବିଭାଗ ଜବତ କରିଛି। ସେଥିରୁ ୧୦ କ୍ୱିଣ୍ଟାଲ କେନ୍ଦୁପତ୍ର ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥିସହ ଗାଡ଼ିର ଡ୍ରାଇଭର ଆଠମଲିକ ଥାନା ଟାଇଁସର ଗ୍ରାମର ରଞ୍ଜନ ମହାକୁଡ଼ (୨୫) ଓ ତେଲିନଈ ଗ୍ରାମର ବ୍ୟବସାୟୀ କମଳ ପ୍ରଧାନ(୨୨)ଙ୍କୁ ଗିରଫ କରାଯାଇଛି। ଘଟଣାରୁ ଜଣାପଡ଼ିଛି ଯେ, ଓଡି -୧୯- ଏନ୍‌- ୦୬୪୧ ଟାଟାଏସି ଗାଡ଼ିରେ ମାଧପୁର ଅଞ୍ଚଳରୁ ଅନୁଗୋଳ ଅଭିମୁଖେ ଚୋରା କେନ୍ଦୁପତ୍ର ବୋଝେଇ ହୋଇ ଯାଉଥିବା କୌଣସି ସୂତ୍ରରୁ ସୂଚନା ମିଳିଥିଲା। ଆଠମଲିକ ଡିଏଫ୍‌ଓ ସମ୍ୟକ୍‌ ସାମନ୍ତରାଙ୍କ ନିର୍ଦ୍ଦେଶ କ୍ରମେ ଧଣ୍ଡାତୋପା ରେଞ୍ଜର ରାହାସ ସାହୁ, ଫରେଷ୍ଟର କିଶୋର ଚନ୍ଦ୍ର ପ୍ରଧାନ, ଫରେଷ୍ଟ ଗାର୍ଡ ଶାନ୍ତନୁ କୁମାର ଦେହୁରୀ, ଓ୍ବାଚର ପ୍ରଦୀପ କୁମାର ଦେହୁରୀ, ସନ୍ତୋଷ କୁମାର ବାଘ, କମଳ ଲୋଚନ ନାୟକ ପ୍ରମୁଖ ଚଢ଼ାଉ କରିଥିଲେ। ଉଭୟ ଗିରଫ ଅଭିଯୁକ୍ତଙ୍କୁ ଆଠମଲିକ କୋର୍ଟକୁ ଚାଲାଣ କରାଯାଇଛି।


All Right Reserved By Dharitri.Com

ପୂଜାରେ ବାଣ୍ଟିବେ ସଚେତନତା ବାର୍ତ୍ତା

ଆରଡ଼ି, ୧।୯ (ଡି.ଏନ.ଏ.)- ସୋମବାର ବିଦ୍ୟାଦାତା ବିଘ୍ନବିନାଶକ ଗଜାନନଙ୍କ ପୂଜା। ଏଥିପାଇଁ ଗଁାଠୁ ସହର ସବୁଠି ଚାଲିଛି ପ୍ରସ୍ତୁତି। କାରିଗରମାନେ ଗଜାନନଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ...

ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲି ମାଡ଼,  ୪୬ହଜାର ଲୁଟ୍‌

ରୂପ୍‌ସା, ୨୯।୮(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ-ସାନଗୋବରା ରାସ୍ତାରେ ୩ଜଣ ଦୁର୍ବୃତ୍ତ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ୪୬ହଜାର ଟଙ୍କା ଲୁଟି...

ଗୁରୁପୂଜନ, ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ

ତାଳଚେର,୫।୯(ନି.ପ୍ର.):ଆମ ପ୍ରତିଭା ଆମ ପରିଚୟ ପରିବାର ପକ୍ଷରୁ ଗୁରୁପୂଜନ ଓ ପ୍ରତିଭା ସମ୍ମାନ ଉତ୍ସବ ସ୍ଥାନୀୟ ଅଫିସର୍ସ କ୍ଲବ ମଙ୍ଗଳମ ଦେଉଳ ବେଡାଠାରେ ଅନୁଷ୍ଠିତ ହୋଇଯାଇଛି।...

ଓଏଏସ୍‌ ପରୀକ୍ଷା: ୫୧ ର଼୍ୟାଙ୍କରେ ନାରାୟଣ

ପୁରୁଷୋତ୍ତମପୁର,୮ା୧(ଡି.ଏନ.ଏ.):-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅନ୍ତର୍ଗତ ଚିଙ୍ଗୁଡିଆପଦର ସାହିର ନାରାୟଣ ବେହେରା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୫୧ ର଼୍ୟାଙ୍କରେ ରହିଛନ୍ତି। ତାଙ୍କ ବାପାଙ୍କ ନାମ...

ଗ୍ରାମବାସୀଙ୍କୁ ଭୟଭୀତ କରିବା ମହଙ୍ଗା ପଡ଼ିଲା: ଯୁବକ ଗିରଫ, ଦେଶୀ ବନ୍ଧୁକ ଜବତ

ପଦ୍ମପୁର,୩୦।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ଜମଲା ଗ୍ରାମର ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରାଇବା ମହଙ୍ଗା ପଡ଼ିଛି। ପଦ୍ମପୁର ଥାନା ପୋଲିସ ଯୁବକଙ୍କ ଘରେ...

ବିଶ୍ୱ କାମଳ ରୋଗ ଦିବସ: ଗଞ୍ଜାମରେ ସଚେତନତା ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ୍‌,୨୮।୭: ଗଞ୍ଜାମ ଜିଲାରେ କାମଳ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ରବିବାର ବିଶ୍ୱ କାମଳ ରୋଗ...

ଅଗଷ୍ଟ ୧୫କୁ କଳାଦିବସ ରୂପେ ପାଳିବାକୁ ମାଓବାଦୀ ଲଗାଇଲେ ବ୍ୟାନର

ନବରଙ୍ଗପୁର/ଝରିଗାଁ,୧୪ା୮(ବି.ପ୍ର./ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ କର୍ଲାପଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟରେ ମାଓବାଦୀ ପକ୍ଷରୁ ଅଗଷ୍ଟ ୧୫କୁ କଳାଦିବସ ରୂପେ ପାଳିବାକୁ କଳା...

ଆଜି ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଜୁଏଲ୍‌ ଓରାମ

ଭଦ୍ରକ ଅଫିସ, ୨୬।୪ – ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମ ଭଦ୍ରକ ଜିଲା ଗସ୍ତ କରିବେ। ସେମାନଙ୍କ ସହ ଭାଜପାର ବହୁ...

Leave a comment

Your email address will not be published. Required fields are marked *