ଗୋପନୀୟତା ଦ୍ୱାହି ଦେଲା କେନ୍ଦ୍ର;କଳାଧନର ସୂଚନା ମିିଳିବନି

ନୂଆଦିଲ୍ଲୀ,୧୮-୫: କେନ୍ଦ୍ର ସରକାର ସୁଇଜରଲାଣ୍ଡରୁ ପାଉଥିବା କଳାଧନ ସଂକ୍ରାନ୍ତୀୟ ସୂଚନା ଦେବାକୁ ମନା କରିଦେଇଛନ୍ତି। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଅଧୀନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସରକାର ଗୋପନୀୟତାର ଦ୍ୱାହି ଦେଇଛନ୍ତି। ଭାରତ ଓ ସୁଇଜରଲାଣ୍ଡ ପ୍ରତ୍ୟେକ ମାମଲାର ସୂଚନା ଆଦାନପ୍ରଦାନ କରୁଛନ୍ତି। ତଦନୁଯାୟୀ ଯାଞ୍ଚ ହେଉଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ପ୍ରକ୍ରିୟା ଏବେ ଜାରି ରହିଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆର୍‌ଟିଆଇ ଜବାବରେ କୁହାଯାଇଛି ଯେ, ଗୋପନୀୟତା ନିୟମ ଅଧୀନରେ ସୁଇଜରଲାଣ୍ଡରୁ କଳାଧନ ସଂକ୍ରାନ୍ତୀୟ ସୂଚନା ଭାରତକୁ ମିଳୁଛି। ଆର୍‌ଟିଆଇରେ ସୁଇଜରଲାଣ୍ଡରୁ ମିଳୁଥିବା କଳାଧନ ସଂକ୍ରାନ୍ତୀୟ ମାମଲାର ସମସ୍ତ ସୂଚନା ମଗାଯାଇଥିଲା। ଏଥିରେ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ନାମ ଏବଂ ସେମାନଙ୍କ ବିରୋଧରେ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ଜଣାଇବାକୁ ଆର୍‌ଟିଆଇରେ ପ୍ରଶ୍ନ କରାଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦୁଇ ଦେଶ କଳାଧନ ସଂକ୍ରାନ୍ତୀୟ ସୂଚନାକୁ ସ୍ବତଃ ଆଦାନପ୍ରଦାନ କରିବାକୁ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଏଥିନେଇ ଆବଶ୍ୟକ ଆଇନଗତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଫଳରେ ସୁଇଜରଲାଣ୍ଡରେ ଖୋଲାଯାଇଥିବା ଭାରତୀୟ ଆକାଉଣ୍ଟ ବିଷୟରେ ଚଳିତବର୍ଷଠାରୁ ସୂଚନା ମିଳିବା ଆରମ୍ଭ ହୋଇଯିବ।


All Right Reserved By Dharitri.Com

କେନ୍ଦ୍ରକୁ ମିଳିବ ଅତିରିକ୍ତ ୩୦ ହଜାର କୋଟି ଟିକସ

ନୂଆଦିଲ୍ଲୀ,୮-୭: ସାଧାରଣ ବଜେଟରେ ଅତି ଧନୀଙ୍କ ବ୍ୟକ୍ତିଗତ ଆୟକର ଏବଂ ପେଟ୍ରୋଲ-ଡିଜେଲ ଉପରେ ଶୁଳ୍କ ବୃଦ୍ଧି ଯୋଗୁ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ କେନ୍ଦ୍ର ସରକାରଙ୍କୁ...

ବେସିକ ଆକାଉଣ୍ଟଧାରୀଙ୍କୁ ମିଳିବ ଚେକ୍‌ବୁକ୍‌

ନୂଆଦିଲ୍ଲୀ,୧୧-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବେସିକ ଆକାଉଣ୍ଟଧାରୀଙ୍କ ଲାଗି ନିୟମ କୋହଳ କରିଛନ୍ତି। ଏଣିକି ସମ୍ପୃକ୍ତ ବ୍ୟାଙ୍କ ଏଭଳି ଆକାଉଣ୍ଟଧାରୀଙ୍କୁ ମାଗଣାରେ ଚେକ୍‌ବୁକ୍‌ ସହ ଅନ୍ୟାନ୍ୟ...

୨୦ ହଜାର କୋଚ୍‌ରେ ହେବ ଆଇସୋଲେଶନ ୟୁନିଟ୍‌

ନୂଆଦିଲ୍ଲୀ,୩୧। ୩: କୋଭିଡ୍‌-୧୯ରେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ଲାଗି ରେଲଓ୍ବେ ଆଗେଇ ଆସିଛି। ଏହାର ୨୦ ହଜାର କୋଚ୍‌କୁ ଆଇସୋଲେଶନ ୟୁନିଟରେ ରୂପାନ୍ତରିତ କରିବା ଲାଗି...

ଶସ୍ତା ହେବ ଋଣ‌: ୩ମାସ କୋହଳ ହେଲା ଇଏମ୍‌ଆଇ

ନୂଆଦିଲ୍ଲୀ,୨୨।୫: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ପ୍ରାୟ ୨୧ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏହି ପ୍ୟାକେଜର ସବିଶେଷ...

ବିପିସିଏଲ୍‌ ଆଉଟଲେଟରେ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ସେବା

ଭୁବନେଶ୍ୱର,୧।୮, (ବ୍ୟୁରୋ)  ସାରା ରାଜ୍ୟରେ ଥିବା ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ଆଉଟଲେଟଗୁଡିକ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ପଏଣ୍ଟ ଭାବେ କାର୍ଯ୍ୟ କରିବ। ଓଡିଶାରେ କମ୍ପାନୀର ମୋଟ...

ପୁଞ୍ଜି ବଜାରରେ ୧୭,୨୨୨ କୋଟିର ବିଦେଶ ନିବେଶ

ନୂଆଦିଲ୍ଲୀ,୨୫-୧୧: ଚଳିତ ମାସ ବର୍ତ୍ତମାନ ସୁଦ୍ଧା ଦେଶର ପୁଞ୍ଜି ବଜାରରେ ବିଦେଶୀ ନିବେଶକମାନେ ୧୭,୨୨୨ କୋଟି ଟଙ୍କା ନିବେଶ କରିଛନ୍ତି। ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ...

ଗାଡ଼ି ଜରିମାନା ଡର;ଅନ୍‌ଲାଇନ ମୋଟର ବୀମା କାରବାର ବୃଦ୍ଧି

ନୂଆଦିଲ୍ଲୀ,୭-୯: ଦେଶରେ ଏବେ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ପୋଲିସ ପକ୍ଷରୁ ବ୍ୟାପକ ଭାବେ ଧରପଗଡ଼ ଆରମ୍ଭ ହୋଇଛି। ଜଣେ ସ୍କୁଟି...

ଷ୍ଟକ ବଜାରରୁ ବିଦେଶୀ ନିବେଶକଙ୍କ ମୋହଭଙ୍ଗ

ନୂଆଦିଲ୍ଲୀ,୧୯-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଦେଶର ଆର୍ଥିକ ପ୍ରଗତିକୁ ଆହୁରି ଉଚ୍ଚକୁ ନେବେ ବୋଲି ବିଦେଶୀ ନିବେଶକଙ୍କ ଭରସା ଥିଲା। ଏହି...

Leave a comment

Your email address will not be published. Required fields are marked *