Posted inUncategorized

ଜେଟଲୀଙ୍କୁ ଦେଖିବାକୁ ଏମ୍ସ ଗଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ବେଳେ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପ ମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ, ସ୍ବାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ ପ୍ରମୁଖ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ) ଗସ୍ତ କରିଛନ୍ତି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଗତ ୯ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବାକୁ ଏମ୍ସ ଯାଇଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଓ ଭାଜପାର ଅନ୍ୟ ବରିଷ୍ଠ ନେତାମାନେ ଏମ୍ସ ଯାଇ ଜେଟଲୀଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ, ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ଗସ୍ତରୁ ଫେରୁଥିବା ବେଳେ ରାତି ସୁଦ୍ଧା ଏମ୍ସ ଯାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।


All Right Reserved By Dharitri.Com

Posted inUncategorized View All

୧ମ ଜାତୀୟ ସଂହତି ଶିବିର ଓ ପଞ୍ଚବିଂଶ ସ୍କାଉଟ୍ସ, ଗାଇଡ୍ସ ମେଳା :‘ଯୁଦ୍ଧର ଭୟ ବେଳେ ଶିବିର ଗୁରୁତ୍ୱପୂର୍ଣ୍ଣ’

ଜଗତ୍‌ସିଂହପୁର ଅଫିସ୍‌,୧୩ା୧: ମାନବ ସମ୍ବଳର ସଫଳ ପରିଚାଳନାରେ ଯେଉଁ ଦେଶ ଯେତେ ପାରଙ୍ଗମ ସେ ଦେଶ ସେତେ ସମୃଦ୍ଧ। ସାମ୍ପ୍ରତିକ ବିଶ୍ୱରେ ଏବେ ଏକ ଯୁଦ୍ଧର...

ବେସ୍‌ କ୍ୟାମ୍ପରେ ପହଞ୍ଚିଲା କଳ୍ପନାଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର, ୨୯ା୫(ସ୍ପୋଟର୍‌ସ ବ୍ୟୁରୋ)- ଏଭରେଷ୍ଟ ଶୃଙ୍ଗରେ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀରର ସନ୍ଧାନ ଓ ଉଦ୍ଧାରକାର୍ଯ୍ୟରେ ଶେର୍ପା ଦଳ ସକ୍ଷମ ହୋଇଛନ୍ତି। ସେମାନେ ମଙ୍ଗଳବାର ମରଶରୀରକୁ...

ଇଣ୍ଡିଗୋ ବିବାଦରେ ନୂଆ ମୋଡ;ପ୍ରମୋଟର ଗଙ୍ଗଓ୍ବାଲଙ୍କୁ ଜେରା କରିବ ବୋର୍ଡ

ନୂଆଦିଲ୍ଲୀ,୧୬-୭: ଇଣ୍ଡିଗୋ ଏୟାରଲାଇନ୍‌ ପ୍ରମୋଟରଙ୍କ ବିବାଦ ଏବେ ନୂଆ ମୋଡ ନେଇଛି। ଅସନ୍ତୁଷ୍ଟ ଜଣେ ପ୍ରମୋଟରଙ୍କ ପତ୍ରରୁ ସୃଷ୍ଟି ହୋଇଥିବା ଏହି ବିବାଦ ଏବେ ଗମ୍ଭୀର...

ପେଟର ଲାଗି ନାଟ: ଜାଦୁ ଖେଲ ଦେଉଛେ ପେଟକେ ଦାନା

ଅତାବିରା, ୩।୬ (ଡି.ଏନ୍‌.ଏ): ପେଟର ଲାଗି ଦାନା ଯୁଗାଡ଼ କରବାକେ ରାଜସ୍ଥାନ ଜଲବାର ଗାଁରୁ ଆସି ଗୁଟେ ପରିବାର ଓଡ଼ିଶାର ଭିନେ ଭିନେ ଅଂଚଲରେ ବୁଲୁଛନ୍‌।...

‘ଲୋକଙ୍କୁ କାମ ଯୋଗାଇବାକୁ ଯୋଜନା କର’

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ଦେଢ଼ମାସରୁ ଊର୍ଦ୍ଧ୍ୱ କାଳ ଧରି ଲୋକମାନେ ଘରେ ବସି ରହିଛନ୍ତି। ଏଭଳିସ୍ଥିତିରେ ଲୋକମାନଙ୍କୁ ଯେପରି ଅଧିକରୁ ଅଧିକ କାମ ଯୋଗାଇ ଦିଆଯାଇପାରିବ...

Leave a comment

Your email address will not be published. Required fields are marked *