Posted inଖେଳ

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କା ୬ ଉଇକେଟରେ ବିଜୟୀ

ଗାଲେ,୧୮।୮- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ୬ ଉଇକେଟରେ ବିଜୟ ହାସଲ କରିଛି। ସ୍ଥାନୀୟ ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ରବିବାର ଉଭୟ ବୋଲିଂ ଓ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରି ବାଜି ମାରିଛି। ଏଥିସହିତ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରଜରେ ଶ୍ରୀଲଙ୍କା ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଇନିଂସରେ ୧୨୨ ରନର ଶତକୀୟ ପାଳି ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଶ୍ରୀଲଙ୍କା ଓପନର ଦିମୁଥ କରୁଣାରତ୍ନେ ମ୍ୟାନ୍‌ ଅଫ୍‌ ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏହି ସିରିଜ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ସିରିଜର ଅନ୍ତର୍ଭୁକ୍ତ ରହିଛି। ଫଳରେ ବିଜୟ ସହ ଶ୍ରୀଲଙ୍କା ୬୦ ପଏଣ୍ଟ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ ହାତ ଖାଲି ରହିଛି।
ଟସ୍‌ଜିତି ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୮୩.୨ ଓଭରରେ ୨୪୯ ରନ କରି ଅଲ୍‌ଆଉଟ ହୋଇଥିଲା। ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୯୩.୨ ଓଭରରେ ୨୬୭ ରନ କରି ଅଲଆଉଟ୍‌ ହୋଇ ୧୮ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭ କରି ୧୦୬ ଓଭରରେ ୨୮୫ ରନ କରି ଅଲଆଉଟ ହୋଇଥିଲା। ଫଳରେ ଶ୍ରୀଲଙ୍କା ସମ୍ମୁଖରେ ୨୬୮ ରନର ବିଜୟ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଶ୍ରୀଲଙ୍କା ପଞ୍ଚମ ତଥା ଅନ୍ତିମ ଦିବସ ପ୍ରଥମ ସେସେନରେ ୮୬.୧ ଓଭରରେ ୪ ଉଇକେଟ ହରାଇ ୨୬୮ ରନ କରି ବିଜୟ ହାସଲ କରି ନେଇଥିଲା।
ଶନିବାରର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୩୩/୦ରୁ ଖେଳ ଆରମ୍ଭ କରି ଶ୍ରୀଲଙ୍କା ରବିବାର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ତେବେ ଏଥିପାଇଁ ଶ୍ରୀଲଙ୍କା ୪ ଉଇକେଟ ହରାଇବାକୁ ପଡିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ତଥା ତାରକା ଓପନର ଦିମୁଥ କରୁଣାରତ୍ନେ ୭୧ରୁ ଖେଳ ଆରମ୍ଭ କରି ୧୨୨ ରନ କରି ଆଉଟ ହେବା ପୂର୍ବରୁ ବିଜୟପଥ ପରିଷ୍କାର କରିଥିଲେ। ସେହିପରି ଅନ୍ୟତମ ଓପନର ଲାହିରୁ ଥିରିମାନେ ୫୭ ରନରୁ ଖେଳ ଆରମ୍ଭ କରି ଆଉ ଅଧିକ ୭ ରନ କରି ୬୪ ରନରେ ପ୍ୟାଭିଲିୟନ ଫେରିଥିଲେ। ଓପନିଂ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୧୬୧ ରନର ଶତକୀୟ ଭାଗୀଦାରି ସ୍ଥାପନ କରି ବିଜୟର ମୂଳଦୂଆ ପକାଇଥିଲେ। ଥିରିମାନେ ପ୍ରଥମେ ଆଉଟ ହେବା ପରେ କୁଶଲ ମେଣ୍ଡିସ୍‌ ୧୦ ରନ କରି ଆଉଟ ହୋଇଥିଲେ। ଏହାପରେ କରୁଣାରତ୍ନେ ପ୍ୟାଭିଲିୟନ ଫେରିଥିଲେ। କୁଶଲ ପେରେରା ୨୩ ରନ କରିଥିବା ବେଳେ ଶେଷ ଉଇକେଟ ଭାବେ ଆଉଟ ହୋଇଥିଲେ। ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ୨୮ ଓ ଧନଞ୍ଜୟ ଡିସିଲଭା ୧୪ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଟ୍ରେଣ୍ଟ ବୋଲ୍ଟ, ଟିମ୍‌ ସୌଦି, ଓ୍ବିଲିୟମ ସମରଭିଲେ ଓ ଅଜାଜ ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୨୪୯ ଅଲଆଉଟ।
ଶ୍ରୀଲଙ୍କା ପ୍ରଥମ ଇନିଂସ- ୨୬୭ ଅଲଆଉଟ।
ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ- ୧୦୬ ଓଭରରେ ୨୮୫ ଅଲଆଉଟ
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ- ୮୬.୧ ଓଭରରେ ୨୬୮/୪
(କରୁଣାରତ୍ନେ- ୧୨୨, ଥିରିମାନେ- ୬୪, ମାଥ୍ୟୁସ- ୨୮*, ପେରେରା- ୨୩, ଡିସିଲଭା- ୧୪*, ବୋଲ୍ଟ- ୧/୩୪, ସୌଦି- ୧/୩୩, ସମରଭିଲେ- ୧/୭୩, ପଟେଲ- ୧/୭୪)।


All Right Reserved By Dharitri.Com

Posted inଖେଳ View All

ରୋହିତ-ଅଗ୍ରଓ୍ବାଲଙ୍କ ରେକର୍ଡ

ବିଶାଖାପାଟଣା,୩।୧୦(ପିଟି): ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ବାଲ ଗୁରୁବାର ଟେଷ୍ଟ କ୍ରିକେଟ ଇତିହାସରେ ୩ୟ ଭାରତୀୟ ଓପନିଂ ଯୋଡ଼ି ଭାବେ ୩୦୦ ରନ୍‌ର ଭାଗୀଦାରି କରିଛନ୍ତି।...

ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ: ପ୍ରଥମ ମ୍ୟାଚ୍‌ ଜିତିଲା ଆମେରିକା

ଭୁବନେଶ୍ୱର, ୬।୬- ଐତିହାସିକ କଳିଙ୍ଗ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ ହକି ଟୁର୍ନାମେଣ୍ଟ ଆରମ୍ଭ ହୋଇଯାଇଛି। ପୁଲ ବି’ର ପ୍ରଥମ ମ୍ୟାଚ୍‌ରେ ଆମେରିକା ୨-୦...

ଦିଲ୍ଲୀ ଡାଇନାମସ ହୋଇପାରେ ‘ଓଡ଼ିଶା ଏଫ୍‌ସି’

ଭୁବନେଶ୍ୱର, ୧୧।୮(କ୍ରୀଡ଼ା ପ୍ରତିନିଧି) ଓଡ଼ିଶାରେ ଫୁଟବଲ ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ବାଟ ଫିଟୁଛି। କଳିଙ୍ଗ ଷ୍ଟାଡିୟମରେ ଗତ କିଛିବର୍ଷ ମଧ୍ୟରେ ଇଣ୍ଡିଆନ ସୁପର...

ଫ୍ରିହିଟ୍‌ ବଲରେ ବୋଲ୍ଡ ଆଉଟ୍‌ ହେଲେ ଗେଲ୍‌

ଲଣ୍ଡନ,୭।୬- ଓ୍ବେଷ୍ଟଇଣ୍ଡିଜ ଦଳର ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଟ୍ରେଣ୍ଟ ବ୍ରିଜ୍‌ଠାରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଫ୍ରିହିଟ୍‌ ବଲରେ ବୋଲ୍ଡ ଆଉଟ୍‌ ହୋଇଛନ୍ତି।...

ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ଲକ୍ଷ୍ୟ

ଭୁବନେଶ୍ୱର, ୧୨।୧୦(ତପନ ସ୍ବାଇଁ)- ରାଞ୍ଚତ୍ରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ରେସ୍‌ରେ ନିଜ ନାମରେ ଥିବା ଜାତୀୟ ରେକର୍ଡକୁ ଭାଙ୍ଗିଛନ୍ତି...

ଆହତ ସମସ୍ୟାରୁ ମୁକ୍ତ ହେଲେ ଷ୍ଟୋଇନିସ

ନଟିଂହାମ,୧୯।୬(ପିଟି)- ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଏବେ ସମ୍ପୂର୍ଣ୍ଣ ଫିଟ୍‌। ଫଳରେ ଅଷ୍ଟ୍ରେଲିଆ ଦଳକୁ ବଡ଼ ଆଶ୍ୱସ୍ତି ମିଳିଛି। ସେ ଦଳ ପାଇଁ ବଳକା ଥିବା ମ୍ୟାଚ୍‌ଗୁଡ଼ିକରେ...

ସେହ୍ବାଗଙ୍କୁ ଚେତାବନୀ ଦେଲେ ପାକିସ୍ତାନ କ୍ରିକେଟର

କରାଚୀ,୨୯।୧- ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ପାକିସ୍ତାନ କ୍ରିକେଟରଙ୍କ ସହ ବାକ୍‌ଯୁଦ୍ଧ କରିବା କିଛି ନୂଆ ନୁହେଁ। କିନ୍ତୁ ଜଣେ ପାକିସ୍ତାନ ପେସର ସେହ୍ବାଗଙ୍କୁ ଚେତାବନୀ...

ରାଜ୍ୟ ଓପନ ଚେସ୍‌: ସୌମ୍ୟ ଚାମ୍ପିୟନ

ଭୁବନେଶ୍ୱର, ୧୭।୬(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ନବରଙ୍ଗପୁର ଜିଲାର ଉମରକୋଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ପବ୍ଲିକ୍‌ ସ୍କୁଲରେ ଅନୁଷ୍ଠିତ ପ୍ରଥମ ରାଜ୍ୟ...

Leave a comment

Your email address will not be published. Required fields are marked *