ଭିକାରି ବେଶରେ ଭାଇରାଲ ହେଉଛି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋ

ଇସଲାମାବାଦ,୧୮।୮: ସାଧାରଣତଃ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଅନେକ ଶବ୍ଦ ବ୍ୟବହାର କରି ବିଭିନ୍ନ ତଥ୍ୟ ଖୋଜା ଯାଇଥାଏ। ଏବେ କିନ୍ତୁ ଦେଖିବାକୁ ମିଳିଛି ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ‘ଭିକାରି’ ଲେଖି ସର୍ଚ୍ଚ କଲେ ଏହାର ଇମେଜରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଏକ ଫଟୋ ଆସୁଛି। ଯେଉଁଥିରେ ସେ ହାତରେ ଏକ ପାତ୍ର ଧରି ବସିଥିବା ଦେଖାଯାଉଛି। ଆଉ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ପାକିସ୍ତାନ ସୋସିଆଲ ମିଡିଆ ୟୁଜର ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଦୋଷୀ କହୁଥିବା ବେଳେ ଏମାନେ କହିଛନ୍ତି ପିଚାଇ ଭାରତୀୟ ହୋଇଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଏମିତି କରିଛନ୍ତି। ହେଲେ ଗୁଗୁଲ ପକ୍ଷରୁ ଏପର୍ଯ୍ୟନ୍ତ ଏହାକୁ ନେଇ କୌଣସି ଜବାବ ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ଭାରତ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦେବା ପରେ ଏବେ ଏହାକୁ ନେଇ ପାକିସ୍ତାନ ବିଶ୍ୱର କିଛି ଦେଶ ନିକଟରେ ଗୁହାରି କରିଛି। ପ୍ରାୟତଃ କେହି ପାକିସ୍ତାନ ସପକ୍ଷରେ ଯାଇ ନ ଥିବା ଦେଖାଯାଇଛି। ଅନ୍ୟପଟେ ପାକିସ୍ତାନର ଆର୍ଥିକ ସ୍ଥିତି ଖରାପ ହେବା ସହ ଆମେରିକା ମଧ୍ୟ ୪୪୦ ନିୟୁତ ଡଲାର ସହାୟତା କମାଇଦେବା ପାକିସ୍ତାନକୁ ଏକ ପ୍ରକାର ଝଟକା ଲାଗିଛି।


All Right Reserved By Dharitri.Com

ମୂଷା ଆଙ୍କିଲା ଚିତ୍ର: ୯୨ ହଜାରରେ ହେଲା ବିକ୍ରି

ମାଞ୍ଚେଷ୍ଟର,୨୩।୫: ମଣିଷ ଚିତ୍ର ଆଙ୍କିଥାଏ। ଏହାଦ୍ୱାରା ସୃଜନଶୀଳତା ପ୍ରକାଶିତ ହୋଇଥାଏ। ତେବେ ମୂଷା ଚିତ୍ର ଆଙ୍କିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଇଂଲଣ୍ଡର ମାଞ୍ଚେଷ୍ଟରରେ...

ମଝିଆକାଶରେ ବିମାନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି

ଆଟ୍‌ଲାଣ୍ଟା,୧୧।୭: ଡେଲ୍‌ଟା ଏୟାରଲାଇନ୍ସ ବିମାନ ୧୪୨୪ ଆଟ୍‌ଲାଣ୍ଟାରୁ ବାଲ୍‌ଟିମୋରକୁ ଉଡାଣ କରିଥିଲା। ହେଲେ ମଝିଆକାଶରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନ କାର୍ଯ୍ୟକ୍ଷମ ହୋଇପାରି ନ...

ଏକ ପ୍ଲେଟ କବାବ ମଗାଇଲେ ମହିଳା: କ୍ରେଡିଟ କାର୍ଡରୁ କଟିଗଲା୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଜେରୁଜେଲମ,୯।୯: ଆମେରିକାର ଜଣେ ମହିଳା ପର୍ଯ୍ୟଟକ ଏକ ପ୍ଲେଟ କବାବ ପାଇଁ ୨ଲକ୍ଷ ୭ହଜାର ଟଙ୍କା ଦେଇଥିବା ଘଟଣା ସମ୍ନାକୁ ଆସିଛି। ଏହି ଘଟଣା ଘଟିଛି...

ମାସକ ମଧ୍ୟରେ ଇମ୍ରାନଙ୍କୁ ପଦରୁ ହଟାଇ ପାରେ ପାକ୍‌ ସେନା

ଇସ୍‌ଲାମାବାଦ,୧୨।୯: ପାକିସ୍ତାନ ସେନା ଆସନ୍ତା ମାସକ ମଧ୍ୟରେ ବଡ ଧରଣର ଅଦଳ ବଦଳ କରିପାରେ ବୋଲି ସୂଚନା ମିଳିଛି। ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ହଟାଇ...

କୋଇଲା ଖଣିରେ ବିସ୍ଫୋରଣ: ୧୫ ମୃତ

ବେଜିଂ,୧୯।୧୧: ଚାଇନାର ଏକ କୋଇଲା ଖଣିରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ୯ରୁ ଅଧିକ ଲୋକ ଆହତ ହୋଇଥିବା...

‘ହାଉଡି ମୋଦି’ କାର୍ଯ୍ୟକ୍ରମ ପୂର୍ବରୁ ହଷ୍ଟନରେ ପ୍ରବଳ ବର୍ଷା: ସ୍କୁଲ, କଲେଜ୍‌ ବନ୍ଦ

ହଷ୍ଟନ,୨୦।୯: ଆଗାମୀ ସେପ୍ଟେମ୍ବର ୨୨ରେ ଆମେରିକାରେ ଆୟୋଜିତ ହେବ ‘ହାଉଡି ମୋଦି’ କାର୍ଯ୍ୟକ୍ରମ। ଟେକ୍ସାସର ହଷ୍ଟନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି...

ମୋଦିଙ୍କୁ କାପୁରୁଷ ବୋଲି କହିଲେ ଇମ୍ରାନ

ଇସ୍‌ଲାମାବାଦ,୧୩।୯: କଶ୍ମୀର ପ୍ରସଙ୍ଗକୁ ନେଇ ପୁଣିଥରେ ଗର୍ଜିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର ମୁଜ୍ଜାଫରାବାଦରେ ଶୁକ୍ରବାର ସେ ଏକ ରାଲିକୁ ସମ୍ବୋଧନ...

୨୦ ହଜାର କରୋନାଭାଇରସ ରୋଗୀଙ୍କୁ ମାରିବାକୁ ଅନୁମତି ମାଗିଛି କି ଚାଇନା!

ବେଜିଂ,୧୦।୨: ଚାଇନାରେ କାୟା ବିସ୍ତାର କରିଥିବା କରୋନାଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଭାରତ ଓ ଆମେରିକା ସମେତ ବିଶ୍ୱର ଆଉ କିଛି ଦେଶ...

Leave a comment

Your email address will not be published. Required fields are marked *