Posted inଜାତୀୟ

ଜେଏନ୍‌ୟୁର ନାଁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ରଖିଲେ ଭାଜପା ନେତା

ନୂଆଦିଲ୍ଲୀ,୧୮।୮: ଅନୁଚ୍ଛେଦ ୩୭୦ ହଟାଇବାକୁ ନେଇ ଭାଜପା ନେତା ହଂସ ରାଜ ହଂସ ବଡ ବୟାନ ଦେଇଛନ୍ତି। ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ମୋଦି ସରକାରଙ୍କ ଭଲ ପଦକ୍ଷେପ। ଏହାପରେ ଏଠି ସମସ୍ତେ ଶାନ୍ତିରେ ରୁହନ୍ତୁ, ବୋମା ନ ଫୁଟୁ। କାରଣ ଆମ ପୂର୍ବଜମାନେ ଯେଉଁ ଭୁଲ୍‌ କରିଛନ୍ତି ତା’ର ପରିଣାମ ଆମେ ଭୋଗ କରୁଛୁ। ଏବେ ଜେଏନ୍‌ୟୁର ନାମରେ ପରିବର୍ତ୍ତନ କରାଯାଉ ବୋଲି ସେ କହିଛନ୍ତି। ଏହାର ନାମ ପରିବର୍ତ୍ତନ କରି ଏମ୍‌ଏନ୍‌ୟୁ କରାଯାଉ କାରଣ ମୋଦି ଜୀଙ୍କ ନାଁରେ ବି କିଛି ହେବା ଦରକାର ବୋଲି ସେ କହିଛନ୍ତି।


All Right Reserved By Dharitri.Com

ଅଯୋଧ୍ୟା ପରେ ମଥୁରା ଏବଂ କାଶୀ ମନ୍ଦିର ପାଇଁ ସୁପ୍ରିମ୍‌କୋର୍ଟରେ ଦାଖଲ ହେବ ମାମଲା: ସୁବ୍ରମଣ୍ୟମ୍‌ ସ୍ବାମୀ

ନୂଆଦିଲ୍ଲୀ,୧୭।୧୦: ଅଯୋଧ୍ୟା ମାମଲାର ସମାଧାନ ପରେ ଖୁବ୍‌ଶୀଘ୍ର ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ କାଶୀର ବିଶ୍ୱନାଥ ମନ୍ଦିର ପାଇଁ ସୁପ୍ରିମ୍‌କୋର୍ଟରେ ମାମଲା ଦାଖଲ କରାଯିବ। ଏନେଇ...

ନିଜେ ଫିଟ୍‌ ଥିବା ଦର୍ଶାଇଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୭।୭: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର ତାଙ୍କ ଫିଟ୍‌ନେସ୍‌ର ଅସଲ ଗୁମର ଖୋଲିଛନ୍ତି। ସେ ତାଙ୍କ ଟୁଇଟର ଆକାଉଣ୍ଟରେ ସ୍କ୍ବାସ୍‌ ଖେଳୁଥିବାର ଏକ...

ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାଓାରଙ୍କୁ କ୍ଲିନ୍‌ ଚିଟ୍‌

ନୂଆଦିଲ୍ଲୀ,୬।୧୨: ମହାରାଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ବମ୍ବେ ହାଇକୋର୍ଟରୁ ଶୁକ୍ରବାର ଆଶ୍ୱସ୍ତି ମିଳିଛି। ଜଳସେଚନ ଦୁର୍ନୀତି ମାମଲାରେ ଆଣ୍ଟି କରପ୍ସନ୍‌...

ଲୋକପାଳ ଦେଉଛନ୍ତି ୫୦ ଲକ୍ଷ ହୋଟେଲ ଭଡ଼ା

ନୂଆଦିଲ୍ଲୀ,୨ା୧୨: ନୂଆଦିଲ୍ଲୀରେ ଲୋକପାଳ ମାସକୁ ୫୦ ଲକ୍ଷ ଟଙ୍କା ହୋଟେଲ ଭଡ଼ା ଦେଉଛନ୍ତି। ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଏହା ସତ। ସୂଚନା ଅଧିକାର (ଆର୍‌ଟିଆଇ)...

ମସ୍ତିଷ୍କ ଜ୍ୱରକୁ ନେଇ ଝାଡ଼ଖଣ୍ଡରେ ହାଇ ଆଲର୍ଟ ଜାରି

ରାଞ୍ଚି,୧୭।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱର ମହାମାରୀର ରୂପ ନେଲାଣି। ଏବେ ସୁଦ୍ଧା ପାଖାପାଖି ଶହେ ଶିଶୁଙ୍କର ମସ୍ତିଷ୍କ ଜ୍ୱର ଯୋଗୁ ମୃତ୍ୟୁ ହୋଇସାରିଲାଣି। ତେବେ...

ପାକିସ୍ତାନକୁ ଆକାଶ ପଥ ମାଗିଲା ଭାରତ

ନୂଆଦିଲ୍ଲୀ,୧୮।୯: ଭାରତ ପାଇଁ ପାକିସ୍ତାନ ତା’ର ଆକାଶ ପଥ ବନ୍ଦ କରି ଦେଇଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ଭାରତ ପାକିସ୍ତାନକୁ ତା’ର...

ଜେଲରୁ ମୁକୁଳିବା ପରେ ପୋଲିସଙ୍କୁ ମିଠା ବାଣ୍ଟିଲେ ଭାଜପା ବିଧାୟକ

ଇନ୍ଦୋର,୩୦।୬: ଭାଜପା ବିଧାୟକ ଆକାଶ ବିଜୟଭର୍ଗିୟ ରବିବାର ଜେଲରୁ ମୁକୁଳିଛନ୍ତି। ଏହାପରେ ତାଙ୍କୁ କର୍ମୀମାନେ ଫୁଲମାଳ ଦେଇ ପାଛୋଟି ନେଇଯାଇଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୨ ପାକିସ୍ତାନୀ ସେନା ନିହତ

ସୁନ୍ଦରବନି,୩୦।୭: ଜମ୍ମୁ-କଶ୍ମୀରର ସୁନ୍ଦରବନି ସେକ୍ଟରରେ ମଙ୍ଗଳବାର ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି।...

Leave a comment

Your email address will not be published. Required fields are marked *