ମାତୃ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୋଳ ଅଫିସ, ୧୮।୮:  ଅନୁଗୋଳ ଜିଲା ଜରପଡ଼ା ଥାନା ଓଗି ଗ୍ରାମ ମାହାର ସାହିରେ ୨୦୧୮ ଜୁନ ୧୨ରେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି ଅନୁଗୋଳ ଆଡିସିନାଲ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ ଜଜ୍‌ କମ୍‌ ସ୍ପେଶାଲ ଜଜ୍‌ ଭିଜିଲାନ୍ସ ରୂପଶ୍ରୀ ଚୌଧୁରୀ ଅଭିଯୁକ୍ତ ରଞ୍ଜନ ମାହାର(୩୮)ଙ୍କୁ ଶନିବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୋଟ ୧୮ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି।
ବିବରଣୀରୁ ପ୍ରକାଶ ଯେ, ଓଗି ଗ୍ରାମର ସୁରେଖା ମାହାର(୬୦)ଙ୍କୁ ତାଙ୍କ ପୁଅ ରଞ୍ଜନ ଟଙ୍କା ମାଗିଥିଲେ। ସୁରେଖା ଟଙ୍କା ନ ଦେବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ରଞ୍ଜନ ମା’ଙ୍କୁ ଗାଳିଗୁଲଜ କରିବା ସହ ମାରଧର କରିଥିଲେ। ଫଳରେ ସୁରେଖାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ରଞ୍ଜନ ଘର ସମ୍ମୁଖରେ ଥିବା ଖୋଲା ସ୍ଥାନରେ ମୃତଦେହ ଦାହ କରୁଥିବା ବେଳେ ଗଁା ଲୋକେ ପୋଲିସକୁ ଖବର ଦେଇଥିଲେ। ଗଁା ଲୋକଙ୍କ ଅଭିଯୋଗକୁ ଆଧାର କରି ପୋଲିସ ନଂ. ୧୦୫/୧୮ରେ ମାମଲା ରୁଜୁ କରି ଅଭିଯୁକ୍ତ ରଞ୍ଜନଙ୍କୁ ଗିରଫ କରିଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଅଭୟ କୁମାର ଗଡ଼ନାୟକ ମାମଲା ପରିଚାଳନା କରିଥିବାବେଳେ ପିପି ସ୍ବରୂପ ସିଂ ସହଯୋଗ କରିଥିଲେ।


All Right Reserved By

ପାଲଲହଡ଼ାରେ ମୁକେଶ ୬୫୩୪ ଭୋଟରେ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୨ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୬୫୩୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

୩ରେ ଗଣପର୍ବ ନୂଆଁଖାଇ: ଧାର୍ଯ୍ୟ ହେଲା ଲଗ୍ନ, ଇଷ୍ଟଦେବୀ ସମଲେଇଙ୍କୁ ଲଗ୍ନପତ୍ର ଅର୍ପଣ

ସମ୍ବଲପୁର, ୨୫।୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ୩ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଇଷ୍ଟଦେବୀ...

ମା’ ତାରାଦେବୀଙ୍କ ଯାତ୍ରା ୮ମ ଦିନରେ: ୬ ସାହିରେ ଘଟ ପରିକ୍ରମା

ବ୍ରହ୍ମପୁର ଅଫିସ,୨୭ା୫-ବ୍ରହ୍ମପୁରର ଅନ୍ୟତମ ପ୍ରସିଦ୍ଧ ଲାଞ୍ଜିପଲ୍ଲୀ ମା’ ତାରାଦେବୀ ଠାକୁରାଣୀ ଯାତ୍ରା ରବିବାର ଅଷ୍ଟମ ଦିବସରେ ପହଞ୍ଚିଛି। ଛୁଟିଦିନ ଥିବାରୁ ଅସ୍ଥାୟୀ ପୀଠରେ ମା’ଙ୍କ ଦର୍ଶନ...

୨ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ରାଇକିଆ,୧୮ା୯(ଡ଼ି.ଏନ.ଏ)- ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଇ ନାବାଳିକାଙ୍କୁ ପୃଥକ ସମୟରେ ବଳାତ୍କାର କରିଥିବା ଅଭିଯୋଗରେ କନ୍ଧମାଳ ଜିଲା ରାଇକିଆ ଥାନା ପୋଲିସ ଜଣେ ଯୁବକଙ୍କୁ ମଙ୍ଗଳବାର...

ଭଦ୍ରକ ଜିଲା ପର୍ଯ୍ୟଟନ ସ୍ଥଳୀର ବିକାଶ ଲାଗି ସ୍ବତନ୍ତ୍ର ଯୋଜନା ହେବ: ମନ୍ତ୍ରୀ

ଭଦ୍ରକ ଅଫିସ,୪ା୬-ଭଦ୍ରକ ଜିଲାରେ ପର୍ଯ୍ୟଟନର ବିକାଶ ଲାଗି ସ୍ବତନ୍ତ୍ର ଯୋଜନା କରିବା ସକାଶେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ...

ବିପଦର ସମ୍ମୁଖୀନ ହେଉଛନ୍ତି ସାର୍କ

ବାଲେଶ୍ୱର ଅଫିସ, ୧୫।୭-ବାଲେଶ୍ୱର ନୋସି ବିଜିନେସ୍‌ ପାର୍କର ଉତ୍କଳା ମଞ୍ଚରେ ପାଳିତ ହୋଇଛି ‘ସାର୍କ ଦିବସ’। ସାର୍କ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ଶିକ୍ଷା ଦେବା...

ବେଆଇନ ବାଲି ଚାଲାଣ:ଜେସିବି ସମେତ ୭ ଟ୍ରାକ୍ଟର ଜବତ

ଜଳେଶ୍ୱର, ୨୯।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ଶିଖରପୁର, ଅଗ୍ରୱାଲାଛକ, ତେଗଡ଼ିଆ, ପଢ଼ିଆରିପୁର ଓ ପଞ୍ଚୁଘଣ୍ଟା ଆଦି ସୁବର୍ଣ୍ଣରେଖା ନଦୀର ବିଭିନ୍ନ ବାଲି ଉତ୍ସରୁ ବେଆଇନ...

ଡିକି ଭାଙ୍ଗି ୨ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୧୧।୬(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ଥାନା ୪ନଂ ଓ୍ବାର୍ଡ ଲକ୍ଷ୍ମୀବଜାରସ୍ଥିତ ଏକ ଜଳଖିଆ ଦୋକାନ ଆଗରେ ଥିବା ଏକ ବାଇକ୍‌ର ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୨...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *