ରାମଚଣ୍ଡୀଙ୍କ କୋଶଳା ଯାତ୍ରା ଆରମ୍ଭ

ଛେଣ୍ଡିପଦା,୧୮।୮ (ସ୍ବ.ପ୍ର./ଡି.ଏନ.ଏ.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ଐତିହାସିକ କୋଶଳା ଯାତ୍ରା ଶନିବାର ଆରମ୍ଭ ହୋଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ବ୍ରଜବନ୍ଧୁ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅପରାହ୍ନ ୧ଟା ବେଳେ ମା’ଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ଯାତ୍ରା ଦେଖିବାକୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପୂଜାବେଳେ ପୀଠ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି, ଟ୍ରଷ୍ଟ ସଭ୍ୟ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଲୋକନାଥ ପ୍ରଧାନଙ୍କ ସ୍ତ୍ରୀ ଗୌରୀ ପ୍ରଧାନ ପତାକା ଉତ୍ତୋଳନ କରିଥିଲେ। ମାନସିକଧାରୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ମନ୍ଦିର ବେଢାରେ ଅଧିଆ ପଡିଥିଲେ। ଚଳିତ ବର୍ଷ ୮୦ରୁ ଊର୍ଦ୍ଧ୍ୱ ମହିଳା ବେଢ଼ାରେ ଥିବା ୧୬ଶିରା ବିଶିଷ୍ଟ ଡମ୍ବରୁ ଆକୃତିର ଛାଟ ଖୁମ୍ବ ନିକଟରେ ଅଧିଆ ପଡିଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ଓ ଟ୍ରଷ୍ଟବୋର୍ଡ ସଭ୍ୟଙ୍କ ଦ୍ୱାରା ଯାତ୍ରା ପରିଚାଳିତ ହୋଇଥିଲା। ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଫୁଡ ଇନ୍ସପେକ୍ଟର ଯାତ୍ରା ସ୍ଥଳ ବୁଲି ବିଭିନ୍ନ ଖାଦ୍ୟ ପଦାର୍ଥ ଯାଞ୍ଚ କରିଥିଲେ। ଗ୍ରାମର ରାଜୀବ ମେମୋରିଆଲ କ୍ଲବ୍‌ ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀମାନେ ଅସ୍ଥାୟୀ ଦୋକାନ ବଜାର ଖୋଲିଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ଓ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ବେଚ୍ଛାସେବୀମାନଙ୍କୁ ମୁତୟନ କରାଯାଇଛି। ଏହି ଯାତ୍ରା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ।
ଛେଣ୍ଡିପଦା ଥାନା ଅଧିକାରୀ ସତ୍ୟବ୍ରତ ରାଉତ କୁହନ୍ତି, ଅନୁଗୋଳ ଏସଡିପିଓ ଅଶ୍ୱିନୀ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ୩ ଜଣ ଇନ୍ସପେକ୍ଟର, ୧୪ ସବ୍‌ଇନ୍ସପେକ୍ଟର ଓ ଏଏସଆଇ, ୩ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି। ଯାନବାହନ ଭିଡକୁ ଦୃଷ୍ଟିରେ ରଖି ଅନୁଗୋଳ-ଛେଣ୍ଡିପଦା ରାଜ୍ୟ ରାଜପଥ କୋଶଳା ଉଚ୍ଚ ବିଦ୍ୟାଳୟ ଠାରୁ ଶିମିଳିସାହି ପର୍ଯ୍ୟନ୍ତ ବାଇପାସ୍‌ ରାସ୍ତାର ବ୍ୟବସ୍ଥା କରାଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ବ୍ରଜବନ୍ଧୁ ସାହୁ କୁହନ୍ତି, ୧୯୪୨ରେ ଭାରତଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଥିବାବେଳେ କୋଶଳାର ସ୍ବାଧୀନତା ସଂଗ୍ରାମୀମାନେ ଯାତ୍ରା ମଞ୍ଚରେ ତ୍ରିରଙ୍ଗା ପତାକା ଉଡାଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେବେଠାରୁ ପ୍ରତ୍ୟେକ ବର୍ଷ ଯାତ୍ରା ସ୍ଥଳରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଉଛି। ସମ୍ପାଦକ ସନ୍ତୋଷ କୁମାର ସାହୁ କୁହନ୍ତି, ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସମେତ ବହୁ ବ୍ୟବସାୟୀ ସେମାନଙ୍କ ପସରା ମେଲାଇଛନ୍ତି। ଚୋରି, ଡକାୟତି ରୋକିବାକୁ ମନ୍ଦିର ଚତୁଃପାର୍ଶ୍ୱରେ ସିସିଟିଭି କ୍ୟାମେରା ଲଗାଯାଇଛି।


All Right Reserved By Dharitri.Com

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା

ପାଟଣା,୧୯ା୪(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଓ ସାହାରପଡା ବ୍ଲକର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ କୁଆପଥର...

ଜୈବିକ କୃଷିକୁ ଗୁରୁତ୍ୱ ଦେବାକୁ ଜିଲାପାଳଙ୍କ ପରାମର୍ଶ

ନୂଆପଡା ଅଫିସ,୨୧ା୪: ଚାଷୀମାନେ ଦେଶର ମେରୁଦଣ୍ଡ। ଦେଶ ବିଭିନ୍ନ ସମୟରେ ନାନାଦି ଦୁର୍ବିପାକ ଦେଇ ଗତି କରିଛି। ତଥାପି ଚାଷୀମାନେ ଲୋକଙ୍କ ମୁହଁରେ ଅନ୍ନ ଦେବା...

ମାଟ୍ରିକ ସାର୍ଟିଫିକେଟ ପାଇଁ ଅର୍ଥ ଆଦାୟ ଅଭିଯୋଗ

ପାତ୍ରପୁର,୪ା୭(ଡି.ଏନ୍‌.ଏ.)- ରାଜ୍ୟରେ ଦଶମ ଶ୍ରେଣୀ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ୨ଦିନ ହେଲା ସାର୍ଟିଫିକେଟ ପ୍ରଦାନ କରାଯାଉଛି। ସରକାର ବିନା ଅର୍ଥରେ ଏହି ସାର୍ଟିଫିକେଟ ଦେଉଥିବାବେଳେ ପାତ୍ରପୁର...

ନାଲ୍‌କୋ ଦେଲା ୫୦ ହଜାର ମାସ୍କ

ବଅଁରପାଳ, ୨୩ା୪(ଡି.ଏନ.ଏ.) କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ନାଲ୍‌କୋ ପକ୍ଷରୁ ୫୦ ହଜାର ମାସ୍କ ପ୍ରସ୍ତୁତ କରାଯାଇ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଏଥିସହ...

ଔପଦା ଡାକ୍ତରଖାନା ହେଲା ସାନିଟାଇଜ୍‌

ଔପଦା,୧୨।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ମହକୁମାର ୧୯୪୨ ମସିହା ଠାରୁ ସ୍ଥାପିତ ବହୁ ପୁରାତନ ଔପଦା ଡାକ୍ତରଖାନାରୁ ଦୀର୍ଘଦିନରୁ ପଡ଼ିରହିଥିବା ଅଳିଆ ଆବର୍ଜନାକୁ...

କରୋନା କର୍ନର, ଆଇସୋଲେଶନ୍‌ ୱାର୍ଡ ବାଧ୍ୟତାମୂଳକ

ଅନୁଗୋଳ ଅଫିସ୍‌, ୧୮।୩ – କରୋନା ଭୂତାଣୁ କୋଭିଡ୍‌-୧୯ର ପ୍ରତିରୋଧ କ୍ଷେତ୍ରରେ ଜିଲାର ବିଭିନ୍ନ ଶିଳ୍ପ ସଂସ୍ଥା ଓ ହୋଟେଲ ସହଯୋଗ କରିବା ବାଧ୍ୟତାମୂଳକ। ଏ...

ନାକଚଣା ସ୍ପର୍ଶରେ କାଳିଆର ଅନୁଭବ

ପୁରୀ ଅଫିସ,୨୨।୩: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜିଲା ପ୍ରଶାସନ ନେଇଛି ଏକ ବଡ଼ ନିଷ୍ପତ୍ତି। ଶୁକ୍ରବାରଠାରୁ ବନ୍ଦ ରହିଛି ଶ୍ରୀମନ୍ଦିରରେ ଦର୍ଶନ।...

ବାଟବନା ହେଇଛେ ଆମ ଗାଁ ଆମ ବିକାଶ ଯୋଜନା:ମଉଲିକ ସୁବିଧାରୁ ବଁଚିତ କୁଡ଼ାପଡ଼ାବାସୀ

ଜାମଟିକ୍ରା, ୧୮।୪ (ଡି.ଏନ.ଏ):  ଗାଁଗଁଲିର ବିକାଶ ଲାଗି ଚଲତି ବଛର ପଞ୍ଚାୟତିରାଜ ଦିବସଠାନୁ ରାଏଜ୍‌ ସରକାର ‘ଆମ ଗାଁ ଆମ ବିକାଶ’ କାଯ୍‌କରମ ଆରମ୍‌ କରିଛନ୍‌।...

Leave a comment

Your email address will not be published. Required fields are marked *