ନାବାଳିକାଙ୍କୁ ଅସଦାଚରଣ ମାମଲା : ଗିରଫ ଅଭିଯୁକ୍ତ କୋର୍ଟରୁ ଫେରାର

ରୂପ୍‌ସା, ୧୭ା୮(ଡ଼ି.ଏନ.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ଅଞ୍ଚଳର ଏକ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇଥିବା ନିମାଇଁ ଦଳାଇ ନାମକ ଯୁବକ ଶନିବାର କୋର୍ଟ ପରିସରରେ ପୋଲିସ ହେପାଜତ୍‌ରୁ ଫେରାର ହୋଇଯାଇଛନ୍ତି। ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ସୁବ୍ରତ ବେହେରା କହିଛନ୍ତି।
୨୦୧୯ ଜାନୁୟାରୀରେ ଅଭିଯୁକ୍ତ ନିମାଇଁ ଜଣେ ୧୦ବର୍ଷର ନାବାଳିକାଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ସ୍ଥାନୀୟ ଝାଉଁ ଜଙ୍ଗଲକୁ ନେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଜାନୁୟାରୀ ୮ତାରିଖରେ ପୋଲିସ ଏକ ମାମଲା (ନଂ.୩/୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା। ୭ମାସ ପରେ ସିଂଲା ଆଇଆଇସି ସୁବ୍ରତ ବେହେରା ସଦଳବଳେ ଚଢାଉ କରି କଷାଫଳ ବଜାରରୁ ଅଭିଯୁକ୍ତ ନିମାଇଁଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲେ ା ଗିରଫ ଅଭିଯୁକ୍ତଙ୍କୁ ଥାନାକୁ ଆଣି ମାମଲାର କାଗଜପତ୍ର ପ୍ରସ୍ତୁତ କରିଥିଲେ। ଥାନା ବାଇକ୍‌ ଯୋଗେ ଜଣେ କନଷ୍ଟେବଳ ଓ ଜଣେ ହୋମଗାର୍ଡଙ୍କ ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ ପାଇଁ ପଠାଯାଇଥିଲା ା ହେଲେ ପୋଲିସ ଆଖିରେ ଧୂଳି ଦେଇ ଅଭିଯୁକ୍ତ କୋର୍ଟ ପରିସରରୁ ଚମ୍ପଟ୍‌ ମାରିଥିଲେ। ଫଳରେ ପୋଲିସ କର୍ମଚାରୀଙ୍କୁ ଖାଲିହାତରେ ଫେରିବାକୁ ପଡିଥିଲା ା


All Right Reserved By Dharitri.Com

ବୋଲେରୋ ଧକ୍କାରେ ଯୁବକ ମୃତ: ପୂର୍ବ ଶତ୍ରୁତାରୁ ଗାଡ଼ି ଚଢ଼ାଇ ହତ୍ୟା ଅଭିଯୋଗ; ଚାଳକଙ୍କ ଥାନାରେ ଆତ୍ମସମର୍ପଣ

ନୂଆଗାଁ,୪।୮(ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ଥାନା ୫୭ ନମ୍ବର ଜାତୀୟ ରାଜପଥ ଡିମିରିଝରିଠାରେ ଶନିବାର ମଧ୍ୟାହ୍ନରେ ବୋଲେରୋ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ପୂର୍ବ...

ନାବାଳିକାଙ୍କ ଭିଡିଓ ଭାଇରାଲ, ୩ ଗିରଫ

ଆସିକା,୧୯ା୬(ଡି.ଏନ୍‌.ଏ.) -ଆସିକା ଥାନା ଇଲାକାରେ ଜଣେ ନାବାଳିକାଙ୍କ ଭିଡିଓ ଭାଇରାଲ୍‌ ଅଭିଯୋଗରେ ପୋଲିସ ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଆସିକା ଏନ୍‌ଏସି...

ସିଲ୍‌ଭର ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ

ଭଞ୍ଜନଗର,୨୭।୯(ଡି.ଏନ.ଏ)- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ...

ବରଗଡ଼ ଲୋକ ସଭା: ସୁରେଶ-ପ୍ରସନ୍ନଙ୍କ ମଧ୍ୟରେ କଡ଼ା ଟକ୍କର

ବରଗଡ଼ ଅଫିସ,୨୩।୫: ବରଗଡ଼ ଲୋକ ସଭା ଆସନରେ ଭାଜପାର ସୁରେଶ ପୂଜାରୀ ଓ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ୧୫ଶ ରାଉଣ୍ଡ...

ଗୁଣି ସନ୍ଦେହରେ ଜଣଙ୍କୁ ହତ୍ୟା: ମାମୁ, ଭଣଜା ଗିରଫ

ଦାରିଙ୍ଗବାଡ଼ି,୧୪ା୧(ଡ଼ି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କ୍ରୁପାଗାଡ଼ି ଜଙ୍ଗଲରେ ଗତ ୩ ତାରିଖରେ କାଟିଙ୍ଗିଆ ପଞ୍ଚାୟତ ତଳକୁଟ୍ରୁକା ଗ୍ରାମର ସୁଦାମ ମଲ୍ଲିକ (୪୦)ଙ୍କୁ ହତ୍ୟା...

ପେଟ୍ରୋଲରେ ଚାଲୁଛି ସାଇକେଲ: ୧ ଲିଟରରେ ଯାଉଛି ୬୦ କି.ମି.,୨ ମାସରେ ତିଆରି କଲେ ଦୁଇଭାଇ

ପଦ୍ମପୁର, ୧।୧(ଡି.ଏନ୍‌.ଏ.)-ପେଟ୍ରୋଲ ଚାଳିତ ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ୫ମ ଶ୍ରେଣୀ ଛାତ୍ର ଶୁଭମ୍‌ ସୌଭାଗ୍ୟ ଓ ତାଙ୍କ ବଡଭାଇ ଜଗବନ୍ଧୁ। ଦୁଇ ମାସ...

ପିଲାଙ୍କ ରଥଯାତ୍ରା, ନିଆରା ପରମ୍ପରା

ବରଗଡ଼ ଅଫିସ୍‌,୫।୭-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହେଉଛି । ତେବେ ବରଗଡ଼ ନାଏକପଡ଼ାର ଶିଶୁଙ୍କ ରଥଯାତ୍ରା ପାଳନ ସମ୍ପୂର୍ଣ୍ଣ ନିଆରା । ପିଲାମାନେ...

ମାଓବାଦୀ ପ୍ରବଣ ଲାଞ୍ଜିଗଡ଼ରେ ମଦ ବିରୋଧୀ ସ୍ବର

ଲାଞ୍ଜିଗଡ, ୧ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଓ ମାଓବାଦୀ ପ୍ରବଣ ଅଞ୍ଚଳରେ ଅବାଧରେ ଚାଲିଛି ମଦ କାରବାର। ଏଥିଯୋଗୁଁ ଅନେକ ଧନଜୀବନ ନଷ୍ଟ...

Leave a comment

Your email address will not be published. Required fields are marked *