ଆକ୍ରମଣ, ଲୁଟ୍‌ ଘଟଣା : ୩ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୭।୮: ଏକ ଆକ୍ରମଣ ଓ ଲୁଟ୍‌ ମାମଲାର ବିଚାର କରି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ)ପ୍ରଜ୍ଞା ପାରମିତା ରାଉଳ ୩ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ସେମାନେ ହେଲେ ଗଞ୍ଜାମ ଜିଲା ଜରଡ଼ା ଥାନା ଅନ୍ତର୍ଗତ ଖରିଆଗୁଡା ଗ୍ରାମର କେଶବ କୁଣ୍ଡୁ ଓରଫ ଠେସା କାଳିଆ ,ନରସିଂହ କୁଣ୍ଡୁ ଓ ଭଗବାନ ସାହୁ । ପ୍ରକାଶ ଯେ, ଗତ ୨୦୧୪ ଏପ୍ରିଲ ୨୨ ତାରିଖରେ ଜରଡ଼ାର ରାମନାଥ ସାହୁଙ୍କୁ ଠେସା କାଳିଆ ଓ ତାଙ୍କ ୨ ସହଯୋଗୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରିବା ସହ ତାଙ୍କ ବାଇକ ଲୁଟି ନେଇଥିଲେ । ପୋଲିସ କେସ ନଂ. ୫୯/୧୪ ରେ ଠେସା ଓ ତାଙ୍କର ୨ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଶନିବାର ଏହି ମାମଲାର ବିଚାର ବେଳେ ସିଜେଏମ ୧୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ପ୍ରମାଣ ଅଭାବରୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ରାଜେନ୍ଦ୍ର ସାବତ ଓ ମୁଦଲାଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣପ୍ରସାଦ ପଟନାୟକ , ଅଲେଖ ବେହେରା ମକଦ୍ଦମା ପରିଚାଳନା କରିଥିଲେ।


All Right Reserved By Dharitri.Com

ବେଆଇନ ମୋରମ ଚାଲାଣବେଳେ ଦୁର୍ଘଟଣା:ହାଇଓ୍ବା ଉପରେ ଖସିିଲା ପଥର

ଭୁବନ, ୧୫ା୧୨(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନ ସଦର ବାଜି ରାଉତ କଲେଜ ପଛପଟୁ ବେଆଇନ ଭାବେ ମୋରମ ଚୋରାଚାଲାଣ ବେଳେ ଶନିବାର ଦୁର୍ଘଟଣା ଘଟିଛି। ପାହାଡ଼...

ନିର୍ମାଣାଧୀନ ବ୍ରିଜ୍‌ କଡ଼ରୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ ଆରମ୍ଭ

ଢେଙ୍କାନାଳ ଅଫିସ,୨୨।୨: ଢେଙ୍କାନାଳ ଜିଲା ସଦର ଥାନା ସପ୍ତଶଯ୍ୟା – ଶଙ୍କରପୁର ରାସ୍ତାର ଏକ ନିର୍ମାଣାଧୀନ ବ୍ରିଜ୍‌ କଡ଼ରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର...

ବିଜୟାଲକ୍ଷ୍ମୀ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ, ରକ୍ତଭିଜା କାଠଫାଳିଆ ଜବତ

ବେଗୁନିଆପଡ଼ା,୨୧ା୨(ଡି.ଏନ.ଏ.) – କୋଦଳା ଥାନା ବୁରୁଝରି ଗ୍ରାମର ବିଜୟାଲକ୍ଷ୍ମୀ ହତ୍ୟାକାଣ୍ଡର ୯ମାସପରେ ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ...

ଜଳିଗଲା ୨ ବଖରା : ୭ ଗାଈ ଜୀବନ୍ତ ଦଗ୍ଧ

ପଦ୍ମପୁର,୨।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଅଧୀନ ଗୋପବନ୍ଧୁନଗର ପଞ୍ଚାୟତର ଗଦି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରାମଚନ୍ଦ୍ର ରାଉତ ଓ...

ପୁଅ ବାହାଘର ଶୋଭାଯାତ୍ରାରେ ବାପାର ଅକାଳ ମୃତ୍ୟୁ

ବାଲୁଗାଁ,୨୧ା୧(ଡ଼ି.ଏନ.ଏ.): ପୁଅ ବାହାଘର ଶୋଭାଯାତ୍ରା ବେଳେ ବାପାର ଅକାଳ ମୃତ୍ୟୁ ଭଳି ଏକ ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । ମୃତକ...

ମନ୍ଦିରରେ ବିଜେ ହେଲେ ପଟିଦିଅଁ

ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱରୀ କଳାକେନ୍ଦ୍ର ଓ ନୋସି କଲଚୁରାଲ ଏକାଦେମିର ମିଳିତ ସହଯୋଗରେ ରେମୁଣା ବାମପଦାସ୍ଥିତ ନୋସି ବିଜିନେସ୍‌ ପାର୍କଠାରେ ଆୟୋଜିତ ପଟିଦିଅଁ ଅଙ୍କନ ଉତ୍ସବ...

ଇଟାଭାଟି ଭିତରେ ଅଙ୍ଗନୱାଡ଼ି କେନ୍ଦ୍ର

ଜୟପୁର,୧୯ା୧(ଡି.ଏନ୍‌.ଏ.):ଜୟପୁର ବ୍ଲକ ସଦର ଉପକଣ୍ଠ ବାରିଣିପୁଟ ପଞ୍ଚାୟତ ପରଜା ସାହିରେ ଏକ ନିର୍ଜନ ଚାଷଜମିରେ ବେଆଇନ ଇଟାଭାଟି ଗଢ଼ି ଉଠିଛି। ତାରି ଭିତରେ ରହିଛି ଅଙ୍ଗନୱାଡ଼ି...

ସଚେତନତା ପାଇଁ ପୁରୀରୁ ବାହାରି ପାଟଣାରେ ପହଞ୍ଚିଲେ

ପାଟଣା,୨୬ା୧(ସ୍ବ.ପ୍ର.)- ନିଜେ ଜଣେ ଦିବ୍ୟାଙ୍ଗ ହୋଇ ଓଡ଼ିଶାରୁ କନ୍ୟା ଭ୍ରୁଣ ହତ୍ୟା,ରକ୍ତଦାନ କରି ଜୀବନ ବଞ୍ଚାଇବା ଓ ଗାଡି ଚଳାଇବାବେଳେ ହେଲମେଟ୍‌ ବ୍ୟବହାର କରିବା ଏବଂ...

Leave a comment

Your email address will not be published. Required fields are marked *