Posted inଖେଳ

ଫେରିଲେ ଧୋନୀ

ନୂଆଦିଲ୍ଲୀ,୧୭।୮- ଲ୍ୟୁଟନାଣ୍ଟ କଲୋନେଲ ମହେନ୍ଦ୍ର ସିଂ ଧୋନୀ ଜମ୍ମୁ-କଶ୍ମୀରରେ ୨ ସପ୍ତାହ ଧରି ଆର୍ମି ଯବାନଙ୍କ ସହ ଟ୍ରେନିଂ ଓ ଡ୍ୟୁଟି କରିବା ପରେ ନୂଆଦିଲ୍ଲୀ ଫେରିଛନ୍ତି। ବିଶ୍ୱକପ୍‌ ବିଜୟୀ ଅଧିନାୟକଙ୍କୁ ଶନିବାର ଲେ’ ବିମାରବନ୍ଦରଠାରେ ଦେଖାଯାଇଛି। ସେ ୧୦୬ ବାଟାଲିଅନ (ପାରା)ରେ ଜୁଲାଇ ୩୦ ତାରିଖରେ ଯୋଗଦେଇଥିଲେ। ବାଟାଲିଅନର ଅନ୍ୟ ଯବାନଙ୍କ ସହ ଧୋନୀ ୨ ସପ୍ତାହ ଧରି ବନ୍ଧୁକ ଚଲାଇବା ଟ୍ରେନିଂ ନେଇଥିଲେ। ଏଥିସହ ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ପାଟ୍ରୋଲିଂ, ଗାର୍ଡ ଓ ପୋଷ୍ଟ ଡ୍ୟୁଟି ମଧ୍ୟ କରିଥିଲେ। ସେ ଗତ ୧୫ ତାରିଖରେ ଦେଶର ୭୩ତମ ସ୍ବାଧୀନତା ଦିବସ ପାଳନ କରିବା ଲାଗି ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଯାଇଥିଲେ। ସେଠାରେ ସେ ଆର୍ମି ମେଡିକାଲରେ ଯବାନଙ୍କ ସହ ସମୟ ବିତାଇଥିଲେ। ଏହାପରେ ସିଆଚେନରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଉଲ୍ଲେଖଥାଉ କି, ବିଶ୍ୱକପ୍‌ରୁ ଭାରତୀୟ ଦଳ ଫେରିବା ପରେ ଧୋନୀ କ୍ରିକେଟରୁ ବିଶ୍ରାମ ନେବାକୁ ଧାର୍ଯ୍ୟ କରିଥିଲେ। ବିଶ୍ୱକପ୍‌ ପରଠାରୁ ତାଙ୍କ କ୍ରିକେଟ ଭବିଷ୍ୟତକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଏବେ ପର୍ଯ୍ୟନ୍ତ ଜାରି ରହିଛି।


All Right Reserved By Dharitri.Com

Posted inଖେଳ View All

ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର

ବ୍ରିଟେନ ଫର୍ମୁଲା- ୧ ଡ୍ରାଇଭର ଲୁଇସ୍‌ ହାମିଲଟନ ଏଥର ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କ ସହ ଯୁଗ୍ମ ଭାବେ ଲୌରିଅସ୍‌ ସ୍ପୋଟର୍‌ସମ୍ୟାନ ଅଫ୍‌ ଦି...

ଆଗୁଆ ସିରିଜ୍‌ ଜିତିଲା ଭାରତ

ପୁଣେ,୧୩।୧୦- ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏକ ଇନିଂସ...

କୋହଲି ନୁହେଁ, ସ୍ମିଥ୍‌ ଶ୍ରେଷ୍ଠ: ବ୍ରେଟ୍‌ ଲି

ମେଲବୋର୍ନ,୨୬।୫(ପି.ଟି.): ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ବିଶ୍ୱରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ଅବିହିତ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ...

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ: ଚାଇନିଜ ଟିମ୍‌ ସହିତ ମ୍ୟାଚ ବିଳମ୍ବରେ

କୁଆଲାଲମ୍ପୁର, ୫ା୨ (ଏଏଫ୍‌ପି)-ମାରାତ୍ମକ କରୋନା ଭାଇରସ୍‌ର ପ୍ରକୋପ ଯୋଗୁ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ କାର୍ଯ୍ୟସୂଚୀରେ ଚାଇନିଜ କ୍ଲବଗୁଡ଼ିକ ବିପକ୍ଷ ମ୍ୟାଚଗୁଡ଼ିକ ଏପ୍ରିଲ ଓ ମେ’କୁ...

ଏଫଆଇଏଚ୍‌ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି: ଦୀପ୍‌ଗ୍ରେସ୍‌, ଲିଲିମା ଓ ନମିତାଙ୍କୁ ସୁଯୋଗ; କଳିଙ୍ଗରେ ଭାରତୀୟ ମହିଳା ହକି କ୍ୟାମ୍ପ

ଭୁବନେଶ୍ୱର, ୧୩।୧୦(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୧ ଓ ୨ ତାରିଖରେ ଏଫଆଇଏଚ୍‌ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ମ୍ୟାଚ ଖେଳାଯିବ। ଉଭୟ...

ପେଣ୍ଟ ବଲ ଖେଳିଲା ଭାରତୀୟ ଦଳ

ନୂଆଦିଲ୍ଲୀ,୧।୬-ଆସନ୍ତ ୫ ତାରିଖରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ କରିବା ପରିବର୍ତ୍ତେ...

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ: ମନୁ, ଇଲାଭେନିଲ, ଦିବ୍ୟାଂଶୁଙ୍କୁ ସ୍ବର୍ଣ୍ଣ

ପୁଟାନ(ଚାଇନା),୨୧।୧୧(ପି.ଟି.)- ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ର ଗୋଟିଏ ଦିନରେ ଭାରତୀୟ ଶୁଟରମାନେ ସର୍ବାଧିକ ସଫଳତା ପାଇଛନ୍ତି। ଯୁବ ଶୁଟର ମନୁ ଭାକର, ଇଲାଭେନିଲ ଭାଲରିଭାନ ଓ ଦିବ୍ୟାଂଶୁ ପାନ୍ବାର...

ସାଫାକ୍‌ ୬ ବର୍ଷ ବାସନ୍ଦ

କାବୁଲ, ୧୧ା୫ (ପି.ଟି.)-ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବିି) ଉଇକେଟକିପର ବ୍ୟାଟ୍ସମ୍ୟାନ ସାଫିକୁଲ୍ଲା ସାଫାକ୍‌ଙ୍କୁ ୬ ବର୍ଷ ବାସନ୍ଦ କରିଛି। ଏହି ଖେଳାଳି ଉଭୟ ଆଫଗାନିସ୍ତାନ ପ୍ରିମିୟର...

Leave a comment

Your email address will not be published. Required fields are marked *