ବେଆଇନ ଖଣି ଖନନ: ଜିଲାପାଳଙ୍କ କୋର୍ଟରେ ଶୁଣାଣି, ୩ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ

କେନ୍ଦୁଝର, ୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ଶନିବାର ବେଆଇନ ଖଣି ଖନନ ନେଇ ଜରିମାନା ଦେଇ ନ ଥିବା ୩ ଖଣି ମାଲିକଙ୍କ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ବି.କେ. ମହାନ୍ତି, ଭଞ୍ଜ ମିନେରାଲସ୍‌ ଏବଂ ବାସୁଦେବ ଅଗ୍ରୱାଲ ଖଣି ଲିଜଧାରୀମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଜିଲାପାଳ ୱାରେଣ୍ଟ ଜାରି କରିଛନ୍ତି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜରିମାନା ଦେଇ ନ ଥିବା ୩୧ ଖଣିର ୨୩ ମାଲିକଙ୍କ ନାମରେ ୬୩୫୦ କୋଟି ଟଙ୍କାର ଜରିମାନା ଆଦାୟ ନେଇ ନୋଟିସ୍‌ ଜାରି ହୋଇଥିଲା। ଏହାକୁ ନେଇ ଖଣି କମ୍ପାନୀମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ସାର୍ଟିଫିକେଟ କେସ୍‌ ହୋଇଥିଲା। ଜରିମାନା ଖିଲାପକାରୀ ଖଣି ଲିଜଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବଦ୍ଧ ପଦକ୍ଷେପ ଆରମ୍ଭ ହୋଇସାରିଛି। ଜିଲା ମାଜିଷ୍ଟ୍ରେଟଙ୍କ ଅଦାଲତରେ ୨୦୧୮ମେ ୨୪ ତାରିଖରେ କରାଯାଇଥିବା ସାର୍ଟିଫିକେଟ କେସ ମୁତାବକ ଖଣି ଲିଜଧାରୀ ପକ୍ଷ ରଖିବାରେ ଖିଲାପ କଲେ ଓପିଡିଆର୍‌ ଆକ୍ଟ ୧୯୬୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଶନିବାର କୋର୍ଟରେ ହାଜର ହେବା ଲାଗି ୩ ଖଣି ମାଲିକଙ୍କୁ ନୋଟିସ୍‌ ହୋଇଥିଲା।


All Right Reserved By Dharitri.Com

ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଚୋରି : ଥାନାରେ ଅଭିଯୋଗ

ଯୋଡ଼ା,୨୩।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡ଼ି କଳିଙ୍ଗ ମାଇନିଂ କର୍ପୋରେଶନ ଖଣିର ପରିବହନ ଗେଟ୍‌ ସମୁଖରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଚୋରି ହୋଇଥିବା...

ଆବର୍ଜନା ବୁହା ଗାଡ଼ିରେ ଶ୍ରୀମନ୍ଦିର ଫଟୋ: ହଟାଇବାକୁ ଦାବି

ପୁରୀ ଅଫିସ,୩ା୧: ପୁରୀ ସହରକୁ ସ୍ବଚ୍ଛ ରଖିବା ଲାଗି ପୌରସଂସ୍ଥା ପକ୍ଷରୁ ଆବର୍ଜନା ବୁହା ଗାଡ଼ିି (ସ୍ବଚ୍ଛ ସବାରୀ) ବୁଲୁଛି। ତେବେ ଏହି ଗାଡ଼ିରେ ଶ୍ରୀମନ୍ଦିର...

ଶ୍ରୀମନ୍ଦିର ପାଇଁ ଜରୁରିକାଳୀନ ପାଣ୍ଠିରୁ ୩୦୦କୋଟି ଖର୍ଚ୍ଚ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ କରି ଆକର୍ଷଣୀୟ ଢଙ୍ଗରେ ଐତିହ୍ୟ ସୁରକ୍ଷାବଳୟ ତିଆରି କରୁଛନ୍ତି। ଏହି କାର୍ଯ୍ୟ...

ଅପହରଣ କରି ଶିକ୍ଷୟିତ୍ରୀ ଭଉଣୀଙ୍କୁ ବିବାହ କଲେ ବଡ଼ବାପା ପୁଅ: ବାପା ପ୍ରତିବାଦ କରିବାରୁ କଙ୍ଗାରୁ କୋର୍ଟରେ ଜରିମାନା

ଖୋର୍ଦ୍ଧା ଅଫିସ,୨୨ା୮: ଖୋର୍ଦ୍ଧା ଜିଲା ବାଣପୁର ଥାନାର ହରିଚନ୍ଦନପୁର। ଏଠାରେ ଭାଇ ଭଉଣୀଙ୍କୁ ବିବାହ କରିବା ଘଟଣା ଚର୍ଚ୍ଚାର କାରଣ ପାଲଟିଛି। ଶିକ୍ଷୟିତ୍ରୀ ଭଉଣୀଙ୍କୁ ଅପହରଣ...

‘ମଣ୍ଡାପିଠାର ମଜା’ ବାଟ ଦେଖାଇଲା

ସିମୁଳିଆ, ୫ା୮(ସନ୍ତୋଷ କୁମାର ନାୟକ): ଗାଁ ମାଟିର ବାସ୍ନା, ପାଣି ପବନର ଆକର୍ଷଣ ତାଙ୍କ ଜୀବନକୁ ପରିଷ୍‌ୃଷ୍ଟ କରିଛି। ଗ୍ରାମୀଣ ପରିବେଶରେ ଶିକ୍ଷାଲାଭ, ଶିକ୍ଷକ ଓ...

ଆଗକୁ ବିଜେପୁର ଉପନିର୍ବାଚନ, ଧାରଣାରେ ବସିଲେ ଚିନିକଳ କର୍ମଚାରୀ

ବରଗଡ଼ ଅଫିସ, ୧୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ସପ୍ତାହେ ବାକି। ୨/୩ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରକୁ ନିର୍ବାଚନୀ...

ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଜୟପୁର,୧୯।୮(ଡି.ଏନ୍‌.ଏ): କୋରାପୁଟ ଜିଲା ଜୟପୁର ଉପଖଣ୍ଡର ୬ଟି ବ୍ଲକ ଏବଂ ଗୋଟିଏ ପୌରାଞ୍ଚଳରେ କାର୍ଯ୍ୟରତ ୫୪ ଅସ୍ଥାୟୀ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।...

ଆରମ୍ଭ ହେଲା ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ:୫୦ ଲକ୍ଷ ନୂଆ ସଭ୍ୟ ସାମିଲ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର,୩।୯(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦଳର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି। ୧ କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ...

Leave a comment

Your email address will not be published. Required fields are marked *