ଉଛୁଳିଲା ଭାର୍ଗବୀ, ତଳିଆ ଅଞ୍ଚଳରେ ପଶିଲା ପାଣି

ପୁରୀ ଅଫିସ,୧୭।୮ – ହୀରାକୁଦ ଗେଟ୍‌ ଖୋଲାଯିବା ପରେ ମହାନଦୀରେ ପ୍ରବାହିତ ହେଉଛି ବନ୍ୟା ପାଣି। ଫଳରେ ଏହାର ଶାଖା ନଦୀଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛି। ଜିଲାର ଭାର୍ଗବୀ ନଦୀରେ ବନ୍ୟା ପାଣି ପ୍ରବାହିତ ହେବା ପରେ ଏହା ଉଚ୍ଛୁଳିଛି। ଏହାକୁ ନେଇ ଜିଲାର ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଅନେକ ତଳିଆ ଅଞ୍ଚଳରେ ପାଣି ପଶିଛି। ପୁରୀ ସଦର ବ୍ଲକ ଅନ୍ତର୍ଗତ ବାଟଗଁ। -ଉତ୍ତରକୋଣା ରାସ୍ତା ଉପରେ ୨ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ଏକାଧିକ ସ୍ଥାନରେ ଘାଇ ହୋଇଛି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ବିଭିନ୍ନ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ରାତିରେ ପାଣି ବଢିବା ଆଶଙ୍କା କରି ଲୋକେ ଭୟଭୀତ ହୋଇପଡିଛନ୍ତି। ଏକାଧିକ ଗଁ। ର ଲୋକେ ରାସ୍ତା ଉପରେ ଆସି ଆଶ୍ରୟ ନେଇଛନ୍ତି। ଶୁକ୍ରବାର ପ୍ରଶାସନ ପକ୍ଷରୁ ୧୫୦ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ଭାର୍ଗବୀର ଜଳସ୍ତର ବୃଦ୍ଧି ପାଇଥିବାରୁ ପୁରୀ ସଦର ବ୍ଲକର ବାଟଗଁ। -ଉତ୍ତରକୋଣା ରାସ୍ତାର ନୂଆଗଁ। ଠାରେ ଥିବା କଲଭର୍ଟ ଉପରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତାରେ ଯାତାୟାତ ଏକପ୍ରକାର ବନ୍ଦ ରହିଛି। ଉତ୍ତରକୋଣା ଗଁ। ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇପଡିଛି। ଏହି ଗଁ। ରେ ପ୍ରାୟ ୩୦୦ ଲୋକ ରହୁଛନ୍ତି। ଏଠାରେ ବୋଟ ସହିତ ଗୋଟିଏ ଟିମ୍‌ ଓଡ୍ରାଫ୍‌ ପହଞ୍ଚତ୍ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି। ଏତଦ୍‌ବ୍ୟତୀତ ସମଙ୍ଗ ପଞ୍ଚାୟତର ତଳିଆ ଅଞ୍ଚଳ ସହିତ ତଳଜଙ୍ଗ ପଞ୍ଚାୟତର ତଳଜଙ୍ଗ, ଡିହସାହି, ନଈକୂଳ ସାହି, ଅପନ୍ତରା, ଗାଦିସାହି ପାଣି ଘେରରେ ରହିଛି। ଏହି ଗଁ। ଗୁଡ଼ିକର ଲୋକେ ଆତଙ୍କିତ ହୋଇପଡିଛନ୍ତି। ସେହିପରି ଗୋପୀନାଥପୁର ନୂଆସାହି, ମୁକୁନ୍ଦ ମିଶ୍ର ନଗର ଭଳି ତଳିଆ ଅଞ୍ଚଳରେ ପାଣି ପଶିଛି। ତଳଜଙ୍ଗରୁ ୧୦୧ ଏବଂ ଉତ୍ତରକୋଣାରୁ ୪୮ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପୁରୀ ଓ ନିମାପଡ଼ା ଜଳ ସେଚନ ଡିଭିଜନର ରଥପୁରୁଷୋତ୍ତମପୁର, ଜମାରସୁଆଁ, ବାଲିଆ ଓ ସୁଆଣ୍ଡୋ ପ୍ରଭୃତି ସ୍ଥାନ ଅଧିକ ସମ୍ବେଦନଶୀଳ ଥିବାରୁ ଏହା ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ପର୍ଯ୍ୟାପ୍ତ ବାଲିବସ୍ତା ଓ ଝାଉଁ ବହ୍ଲା ପ୍ରସ୍ତୁତ ରଖାଯାଇଛି। ଅନ୍ୟପକ୍ଷରେ ପିପିଲି କଣ୍ଟିଂରୁ ସକାଳେ ୪୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା। ହେଲେ ସନ୍ଧ୍ୟାରେ ସେମାନେ ଘରକୁ ଫେରିଥିବା ଜଣାପଡିଛି। ଭାର୍ଗବୀ ନଦୀର ଶାଖା କାଞ୍ଚତ୍ ନାଳରେ ପାଣି ପ୍ରବାହିତ ସମୟରେ ଆଖୁବାରୀ ନିକଟରେ ୧୫/୨୦ ଫୁଟର ଘାଇ ହୋଇଛି। ଫଳରେ ତଳଜଙ୍ଗ ନଈକୂଳ ସାହିର ୬୦ ପରିବାର ପାଣି ଘେରରେ ଥିବାବେଳେ ତଳଜଙ୍ଗ ୟୁଥ୍‌ କ୍ଲବ ପକ୍ଷରୁ ରୋଷେଇ କରାଯାଇ ଲୋକଙ୍କୁ ଦିଆଯାଇଛି। ଅଧିକାଂଶ ଲୋକ ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି।


All Right Reserved By Dharitri.Com

ନରମିଲେ ବିଷ୍ଣୁ, ଟ୍ରିପଲ୍‌ ତଲାକ୍‌ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ

ଭୁବନେଶ୍ୱର, ୨।୮(ବ୍ୟୁରୋ): ଟ୍ରିପଲ୍‌ ତଲାକ୍‌ ଉପରେ ବିବାଦୀୟ ବୟାନ ଲାଗି ଦୁଃଖପ୍ରକାଶ କରିଛନ୍ତି ଭାଜପା ବିଧାୟକ ଦଳ ଉପନେତା ବିଷ୍ଣୁଚରଣ ସେଠୀ। ଗୁରୁବାର ବିଧାନସଭା ଶୂନ୍ୟକାଳରେ...

ନିଶା ବ୍ୟବସାୟକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ : ଦାଦା ଗୁରୁତର, ବର୍ତ୍ତିଗଲେ ପୁତୁରା

ବାଲେଶ୍ୱର ଅଫିସ, ୨୬।୧୦: ବାଲେଶ୍ୱର ସଦର ଥାନା ଅଧୀନ ରସାଳପୁର ଛେଳିଆପଦା ଛକ ନିକଟସ୍ଥ କାଳିମଣ୍ଡପ ପଡ଼ିଆରେ ଜଣେ ଦୁର୍ବୃତ୍ତ ନିଶା ବ୍ୟବସାୟକୁ କେନ୍ଦ୍ର କରି...

ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ ଅଫିସ, ୩ା୭: ୧୪ଦିନର ଅଣସର ବିଧି ପରେ ମଙ୍ଗଳବାର ନବଯୌବନ ରୂପରେ ଦର୍ଶନ ଦେଇଛନ୍ତି ଦରୁଦିଅଁ। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବଯୌବନ ରୂପ...

ଭିତରକନିକା ଇକୋ-ଟୁରିଜମ୍‌ : ୩ ବର୍ଷରେ ୧ କୋଟି ୯୪ଲକ୍ଷ ଖର୍ଚ୍ଚ

ଭୁବନେଶ୍ୱର,୨୪ା୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲାରେ ଥିବା ଭିତରକନିକା ଲୁଣାଜଙ୍ଗଲ ବନ୍ୟଜୀବ ବନଖଣ୍ଡରେ ଜଙ୍ଗଲ ଓ ପରିବେଶ ବିଭାଗର ମୋଟ ୩ଟି ପରିବେଶ ପର୍ଯ୍ୟଟନସ୍ଥଳ ରହିଛି। ସେଗୁଡ଼ିକ ହେଲା...

ବିଚ୍ଛିନ୍ନ ହୋଇ ରହିଛି ହିରିମୂଳ ଗାଁ: ଦାଣ୍ଡରେ ଦେଢ ଫୁଟ ପାଣି, ପିଲାଙ୍କ ପାଠପଢ଼ାରେ ଡୋରି

ଖୋର୍ଦ୍ଧା ଅଫିସ,୧୮।୮: ବନ୍ୟାଜଳ ହ୍ରାସ ପାଉଥିବାରୁ ପରିସ୍ଥିତିରେ ସୁଧାର ଆସୁଛି। ତେବେ ଓରବରସିଂ ପଞ୍ଚାୟତର ହିରିମୂଳ ଗାଁ ବିଚ୍ଛିନ୍ନ ହୋଇରହିଛି। ଗାଁ ଦାଣ୍ଡରେ ଦେଢ ଫୁଟ...

ସୂଚନା ଫଳକରେ ସୀମିତ ପୁନରୁଦ୍ଧାର

ଡୁଙ୍ଗୁରିପାଲି, ୧୩ା୬(ଡି.ଏନ.ଏ.) – ସୁବର୍ଣ୍ଣପୁର ଜିଲା ଡଙ୍ଗୁରିପାଲି ବ୍ଲକ ସୁନାପାଲି ଗ୍ରାମ ପଞ୍ଚାୟତରସଦର ଗଁାରେ ଥିବା ଯୋଗୀକଟା(ଜଳାଶୟ)ର ପଙ୍କୋଦ୍ଧାର ଓ ଅନ୍ୟାନ୍ୟ କାମ ପାଇଁ ପାଣିକୁ...

ପ୍ରୋତ୍ସାହନ ମିଳୁନି, ସଙ୍କଟରେ ଖପର କାରିଗର

ଜାମଟିକ୍ରା, ୧ା୭(ଡି.ଏନ.ଏ) ପଶ୍ଚିମ ଓଡିଶାରେ ଖପର ଘର ସଂଖ୍ୟା ଅଧିକ। ଏଥିପାଇଁ ଲୋକମାନେ ବର୍ଷା ଋତୁ ଆସିବା ପୂର୍ବରୁ ଖପର କିଣି ଛାତ ସଜାଡନ୍ତି। ଏହାକୁ...

ଓଡ଼ିଶାର ଅର୍ଥନୀତି ସ୍ଥିତି ଭଲ ଅଛି: ୮ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ଅନୁମୋଦିତ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ବିଧାନସଭାରେ ସୋମବାର ୮ ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌କୁ ଅନୁମୋଦନ ମିଳିଛି। ଏହାକୁ ଆଗତ କରି ଅର୍ଥମନ୍ତ୍ରୀ ନିରଞ୍ଜନ...

Leave a comment

Your email address will not be published. Required fields are marked *