Posted inରାଜ୍ୟ

ଅତ୍ୟାଧୁନିକ ସେବା ଯୋଗାଇବା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୭ା୮ (ବ୍ୟୁରୋ): ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୟୁରୋଲୋଜି, ହୃଦ୍‌ରୋଗ, ନେଫ୍ରୋଲୋଜି ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ଭିମ୍‌ସାର ବୁର୍ଲା ଏବଂ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିର ଏହି ତିନି ବିଭାଗର ଚିକିତ୍ସା ସଂକ୍ରାନ୍ତରେ ସମୀକ୍ଷା କରିଥିଲେ। ସମ୍ପୃକ୍ତ ବିଭାଗଗୁଡ଼ିକର ବିଭିନ୍ନ ସୁବିଧା ଅସୁବିଧା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ସମ୍ପୃକ୍ତ ମେଡିକାଲ କଲେଜର ବିଭାଗୀୟ ମୁଖ୍ୟମାନେ ଦର୍ଶାଇଥିବା ମାନବସମ୍ବଳ, ଡାକ୍ତରୀ ଯନ୍ତ୍ରପାତି ଓ ଅନ୍ୟାନ୍ୟ ଆବଶ୍ୟକତାଗୁଡ଼ିକୁ ତର୍ଜମା କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତିନି ବିଭାଗକୁ ସମ୍ପୃକ୍ତ ମେଡିକାଲ କଲେଜର କର୍ତ୍ତୃପକ୍ଷ ସେଣ୍ଟର ଅଫ୍‌ ଏକ୍ସିଲେନ୍ସିରେ ପରିଣତ ପାଇଁ ଉଦ୍ୟମ କରିବାକୁ କୁହାଯାଇଛି। ଏସ୍‌ସିବି ମେଡିକାଲ କଲେଜର ୟୁରୋଲୋଜି ଏବଂ ରେନାଲ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ରେ ରୋବୋଟିକ ସର୍ଜରୀ ବ୍ୟବସ୍ଥା, ଟ୍ରାନ୍ସପ୍ଲାଣ୍ଟ ଆଇସିୟୁର ନବୀକରଣ ସହିତ ତୃତୀୟ ମଡୁଲାର ଓଟି ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିଷ୍ପତ୍ତି ହୋଇଛି। ଉପରୋକ୍ତ ତିନି ବିଭାଗ ଉପରେ ଅଧିକରୁ ଅଧିକ ସଂଖ୍ୟାରେ ଗରିବ ଶ୍ରେଣୀର ରୋଗୀ ନିର୍ଭର କରୁଥିବା ବେଳେ ସେମାନେ ଘରୋଇ ଡାକ୍ତରଖାନାକୁ ଯିବା ସମ୍ଭବ ହୋଇପାରୁନାହିଁ। ତେଣୁ ମେଡିକାଲ କଲେଜଗୁଡ଼ିକରେ ସେମାନଙ୍କୁ ଯେଭଳି ଅତ୍ୟାଧୁନିକ ସେବା ଯୋଗାଯିବ ତାହା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ସେ କହିଛନ୍ତି। ୩ ମାସ ପରେ ପୁଣିଥରେ କାର୍ଯ୍ୟର ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମ ନିର୍ଦ୍ଦେଶିକା ୟାମିନୀ ଷଡ଼ଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ତିନି ମେଡିକାଲ କଲେଜର ଡିନ୍‌ ତଥା ପ୍ରିନ୍ସପାଲ, ସୁପରିଣ୍ଟେଣ୍ଡେଣ୍ଟ, ସମ୍ପୃକ୍ତ ବିଭାଗର ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।


All Right Reserved By Dharitri.Com

ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନବରଙ୍ଗପୁର,୧୫-୧(ବି.ପ୍ର.):ନବରଙ୍ଗପୁର ଜିଲା ଗାଦବାଗୁଡା ସାହିରେ ରହୁଥିବା ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝି(୭୯)ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଛତିଶଗଡ ରାୟପୁରର ରାମକୃଷ୍ଣ କେୟାର ସେଣ୍ଟର ହସ୍ପିଟାଲରେ ରବିବାରଠାରୁ...

ବିବାଦ ପିଛା ଛାଡୁନି: ପୁଣି ଠକେଇ ଅଭିଯୋଗ ଅଡୁଆରେ ଅଭିନେତ୍ରୀ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଓଲିଉଡ୍‌ର ଜଣେ ଅଭିନେତ୍ରୀଙ୍କ ପିଛା ଛାଡ଼ୁନି ବିବାଦ। ପ୍ରଥମେ ପ୍ରେମ ନାଁରେ ପ୍ରେମିକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେବା ଅଭିଯୋଗରେ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ...

ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, ରାଜପଥ ୯ ଘଣ୍ଟା ଅଚଳ

ଜୟପୁର,୧୭ା୧୨(ଡି.ଏନ୍‌.ଏ.): ଜୟପୁର-କୋରାପୁଟ ଘାଟି ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ପୂର୍ବାହ୍ନ ୬ଟାରେ ଏକ ତେଲ ଟ୍ୟାଙ୍କର ଓଲଟି ପଡ଼ିଛି। ଫଳରେ ସେଥିରୁ ନିର୍ଗତ ପେଟ୍ରୋଲ...

ଡିଏଭି କଲେଜରେ ଜିତେନ୍ଦ୍ର, ହ୍ୟୁମାନଙ୍କ କାଉନସେଲିଂ: ଛାତ୍ରୀଛାତ୍ରଙ୍କୁ ଦେଲେ ସଫଳତାର ମନ୍ତ୍ର

ଟିଟିଲାଗଡ଼, ୧୫।୧ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଡିଏଭି ସ୍ବୟଂ ଶାସିତ କଲେଜ ଦୁଇ ପ୍ରାକ୍ତନ ଛାତ୍ର ତଥା ସେଲିବ୍ରେଟି ଜିତେନ୍ଦ୍ର ମିଶ୍ର ଏବଂ ହ୍ୟୁମାନ...

ଡାକ୍ତରଖାନା ପାଇଖାନାରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଜଗତ୍‌ସିଂହପୁର ଅଫିସ, ୧୦।୬: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗ ନିକଟ ପାଇଖାନାରୁ ସୋମବାର ସକାଳେ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର...

ଦୁର୍ଘଟଣାଗ୍ରସ୍ତ ଆହତ ବସ୍‌ଯାତ୍ରୀଙ୍କୁ ହସ୍ପିଟାଲରେ ଭେଟିଲେ ଜିଲାପାଳ

ଦିଗପହଣ୍ଡି,(ଡିଏନ୍‌ଏ)/ପାଟପୁର,୨୯।୧: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ମାରୁତି ଶ୍ରୀ ସାଇ ନାମକ ଯାତ୍ରୀବାହୀ ବସ୍‌ (ଓଆର୍‌ ୦୫- ଏ ବି ୩୫୩୦) ଓଲଟି ପଡିବାରୁ ଘଟଣାସ୍ଥଳରେ...

ଅଞ୍ଜଳି, ଇବ୍ରାହିମ୍‌ଙ୍କୁ ରିମାଣ୍ଡରେ ନେବାକୁ ଏସ୍‌ଟିଏଫ୍‌ର ଆବେଦନ: ରାଜଧାନୀରେ ବହୁ ବାଂଲାଦେଶୀ ଦେହଜୀବୀ

ଭୁବନେଶ୍ୱର,୨୫ା୧(ବ୍ୟୁରୋ) ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ରାଜଧାନୀ ସେକ୍ସ ରାକେଟ୍‌ କିଙ୍ଗ୍‌ପିନ୍‌ ଅଞ୍ଜଳି ଦିଦି ଓ ସେକ୍‌ ଇବ୍ରାହିମ୍‌ଙ୍କ ଗୋଟିଏ ପରେ ଗୋଟିଏ ଗୁମର...

ହିନ୍ଦୋଳରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

ହିନ୍ଦୋଳ, ୨୩।୮(ଡି.ଏନ.ଏ): ଢ଼େଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରlସୋଳ ଥାନା କାରନ୍ଦା କେଳା ଟାଙ୍ଗର ସାହିରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଜଣଙ୍କ...

Leave a comment

Your email address will not be published. Required fields are marked *