ସାହାସପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ ‘ସଂକଳ୍ପ ନେଇ ଶିକ୍ଷାଲାଭ କଲେ ସିଦ୍ଧି ନିଶ୍ଚିତ ମିଳିବ’

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୧୭ା୮(ଡି.ଏନ.ଏ.)- ଗୋଟିଏ ଶିକ୍ଷାନୁଷ୍ଠାନ ଆଗକୁ ଯିବାକୁ ହେଲେ ସମସ୍ତଙ୍କର ସହଭାଗିତା ଓ ସହଯୋଗର ଆବଶ୍ୟକ ରହିଅଛି। ଛାତ୍ରୀଛାତ୍ର, ଅଧ୍ୟାପକ ଓ ଅଭିଭାବକଙ୍କ ମିଳିତ ଉଦ୍ୟମ ଦ୍ୱାରା ମହାବିଦ୍ୟାଳୟର ବିକାଶ ଆଗକୁ ଯାଇଥାଏ। ଛାତ୍ରୀଛାତ୍ର ସାଧନାରତ ଭାବେ ପାଠ ପଢିବା ସହିତ ସଂକଳ୍ପ ନେଇ ଶିକ୍ଷାଲାଭ କଲେ ସିଦ୍ଧାନ୍ତରେ ନିଶ୍ଚିତ ପହଞ୍ଚତ୍ପାରିବେ ବୋଲି ବାଲିଚନ୍ଦ୍ରପୁରସ୍ଥିତ ସାହାସପୁର ମହାବିଦ୍ୟାଳୟର ୪୨ତମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଅଧ୍ୟକ୍ଷ ସନ୍ତୋଷ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବେ ଶତପଥୀ ଯୋଗଦେଇଥିଲା ବେଳେ ମୁଖ୍ୟବକ୍ତା ଭାବେ ଧର୍ମଶାଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମନୋରଞ୍ଜନ ମହାନ୍ତି ଯୋଗଦେଇ ଶିକ୍ଷାନୁଷ୍ଠାନ ବହୁ ଘାତପ୍ରତିଘାତ ମଧ୍ୟରେ ୪୨ ବର୍ଷ ଅତିକ୍ରମ କରିସାରିଛି। ଏଠାରୁ ବହୁ କୃତୀ ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷା ଲାଭ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ସମ୍ମଥିତ ଅତିଥି ଭାବେ ଏସ୍‌ଏନ୍‌ଏମ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ ମହାନ୍ତି, ସାହାସପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ହରିଶ ଚନ୍ଦ୍ର ପୃଷ୍ଟି, ଚିତ୍ତରଞ୍ଜନ ମହାନ୍ତି, ପ୍ରାଧ୍ୟାପକ ବନମାଳି କର, ଦିବାକର ବିଶ୍ୱାଳ, ଶାରଦା ପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଅଧ୍ୟାପକ ମହେଶ୍ୱର ଜେନା ସ୍ମାରକପତ୍ର ପାଠ, ପ୍ରଫୁଲ୍ଲ ସ୍ବାଇଁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଭାସ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ା


All Right Reserved By Dharitri.Com

୧୪ ଦିନରେ ଖଣିରେ ଅର୍ଥନୈତିକ ଅବରୋଧ: ସମର୍ଥ ଜଣାଇଲା ରାଜ୍ୟ ସିଭିଲ ସୋସାଇଟି ଫୋରମ

ସୁକିନ୍ଦା,୨|୮(ଡି.ଏନ୍‌.ଏ.)- ସୁକିନ୍ଦା କ୍ରୋମ ଭ୍ୟାଲିରେ ଲୋଡିଂ ନ ମିଳିବା ଓ ହାଇକୋର୍ଟଙ୍କ ଫାଷ୍ଟ କମ ଫାଷ୍ଟ ଲୋଡିଂ ନିୟମକୁ ନେଇ ଜୁଲାଇ ୧୯ରୁ କୁହିକା ସୁକିନ୍ଦା...

ଯୌତୁକ ନିର୍ଯାତନା ବଧୁହତ୍ୟା ମାମଲା: ସ୍ବାମୀ ସମେତ ୪ଜଣ ନିର୍ଦ୍ଦୋଶରେ ଖଲାସ

ଯାଜପୁର ଟାଉନ,୧୧।୧୨(ଡି.ଏନ୍‌.ଏ.)- ଯାଜପୁର ସଦରଥାନା ଅନ୍ତର୍ଗତ ତୋରଡ ଗ୍ରାମରେ ଜନୈକା ନବବଧୁ କିରାସିନ ଢ଼ାଳି ନିଆଁରେ ପୋଡ଼ିହୋଇ ମୃତ୍ୟୁବରଣ କରିବା ଘଟଣାରେ ଅତିରିକ୍ତ ଜିଲା ଦୌରାଜଜ୍‌...

ବର୍ଷକ ମଧ୍ୟରେ ହୋଇନି ନୂତନ କାର୍ଯ୍ୟ

ଯାଜପୁର ଟାଉନ,୨ା୯(ଡିଏନଏ) : ଯାଜପୁର ପୌର ପରିଷଦ ୨୦୧୮ରେ ୧୫୦ବର୍ଷ ପୂର୍ତ୍ତି ପାଳନ କରିଛି। ମାତ୍ର ଏବେବି ସହରର ବିଭିନ୍ନ ସ୍ଥାନରେ ଲୋକେ ମୌଳିକ ସୁବିଧାରୁ...

ଘରୋଇ ଜମିରେ ଆମ ଗାଁ ଆମ ବିକାଶ ଗୃହ ନିର୍ମାଣକୁ ନେଇ ବିବାଦ: ଅଭିଯୋଗ ସତ୍ତ୍ୱେ ନିଆଯାଉନି କାର୍ଯ୍ୟାନୁଷ୍ଠାନ

ରସୁଲପୁର,୧୦ା୧(ଡି.ଏନ୍‌.ଏ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଂଚାୟତର ଇଚ୍ଛାପୁର ଗ୍ରାମରେ ଆମ ଗାଁ ଆମ ବିକାଶ ଅର୍ଥ ବିନିଯୋଗ କରି ଏକ ଗୋଷ୍ଠୀ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ, ୨ ଆହତ, ୨ ଗିରଫ

ଧର୍ମଶାଳା,୧୦ା୯(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡ଼ିଆ ଗ୍ରାମରେ ରବିବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଛି। ଏଥିରେ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ...

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ

ଡୁବୁରୀ/କଳିଙ୍ଗନଗର,୨୬।୯(ଡି.ଏନ୍‌.ଏ.): କଳିଙ୍ଗନଗର ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ମଙ୍ଗଳବାର ନାବାଳିକାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ...

ବେଆଇନ ବାଲି ଚାଲାଣ: ୪୫ ହଜାର ଜରିମାନା ଆଦାୟ

ସିଂହପୁର,୧।୨(ଡି.ଏନ୍‌.ଏ.) : ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରୀ ତହସିଲ ଅଧିନସ୍ଥ ଖରସ୍ରୋତା ନଦୀର ମଧୁସୂଦନପୁର ଘାଟ ନିକଟରୁ ଶନିବାର ବେଆଇନ ବାଲି ଚାଲାଣ...

ଛତିଆ ଅଞ୍ଚଳରେ ପୁଣି ଲୁଟେରା ସକ୍ରିୟ : ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲୁଟ୍‌

ଛତିଆ,୯।୮(ଡିଏନ୍‌ଏ)- ଦୀର୍ଘଦିନର ନୀରବତା ପରେ ଛତିଆ ଅଞ୍ଚଳରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା। ଗୁରୁବାର ଅପରାହ୍ନରେ ଲୁଟେରାମାନେ ବନ୍ଧୁକ ଦେଖାଇ ୩ଜଣ ବ୍ୟାଙ୍କ କର୍ମଚାରୀଙ୍କଠାରୁ...

Leave a comment

Your email address will not be published. Required fields are marked *