ପୌରପାଳିକାର ଅଜବ ତଟ ସଫେଇ : ବେଳାଭୂମିରେ ପୋତାଯାଉଛି ଆବର୍ଜନା

ପାରାଦୀପ, ୧୭ା୮ (ସ୍ବ.ପ୍ର.): ସମ୍ପ୍ରତି ସମଗ୍ର ଦେଶରେ ସରକାରୀ ଓ ବେସରକାରୀ ଭାବେ ସ୍ବଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଚାଲିଛି। ଏହାଦ୍ୱାରା ସମସ୍ତେ ନିଜ ଅଞ୍ଚଳରେ ଆବର୍ଜନାମୁକ୍ତ ପରିବେଶ ସୃଷ୍ଟି କରିବେ ବୋଲି କୁହାଯାଉଛି। ଏହି କ୍ରମରେ ପାରାଦୀପ ପୌରପାଳିକା ମଧ୍ୟ ନିଜସ୍ବ ଅଞ୍ଚଳରେ ବ୍ୟାପକ ସଫେଇ କରୁଛି। ବିଶେଷକରି ଚଳିତ ମାସରେ ସ୍ବାୟତ୍ତଶାସନ ଦିବସ ଥିବାରୁ ସମୂହ ସଫେଇ ଅଭିଯାନ ଚାଲିଛି। କିନ୍ତୁ ପୌରପାଳିକା ପକ୍ଷରୁ ନିୟୋଜିତ ଠିକାସଂସ୍ଥା କିପରି ସଫା କରୁଛି, ତାହା ଠିକ୍‌ ଭାବେ ଅନୁଧ୍ୟାନ କରାଯାଉ ନ ଥିବା ମନେ ହେଉଛି। ବିଶେଷକରି ପାରାଦୀପର ସବୁଠାରୁ ଆକର୍ଷୀୟ ସ୍ଥାନ ସମୁଦ୍ର ବେଳାଭୂମିକୁ ନିୟମିତ ଠିକାସଂସ୍ଥା ପକ୍ଷରୁ ସଫା କରାଯାଉଛି। ସେଠାରେ ଠିକା ସଂସ୍ଥାର ସଫେଇ କର୍ମଚାରୀମାନେ ଯେଉଁଭଳି ସଫା କରୁଛନ୍ତି ତାହା ବେଶ୍‌ କୌତୁହଳପ୍ରଦ। ବେଳାଭୂମିରେ ପଡ଼ୁଥିବା ପ୍ଲାଷ୍ଟିକ୍‌ ବୋତଲ, ପଲିଥିନ୍‌ ଓ ଅନ୍ୟ ଆବର୍ଜନାକୁ ବାଲି ଉପରୁ ଗୋଟାଇ ସେହି ସ୍ଥାନରେ ବାଲି ଖୋଳି ପୋତାଯାଉଛି। ସଫେଇ ବେଳେ ଏମିତି ପ୍ରତି ୨୦ରୁ ୨୫ ମିଟର ବ୍ୟବଧାନରେ ଗାତ ଖୋଳି ଆବର୍ଜନା ପୋତାଯାଉଛି। ଫଳରେ ଆବର୍ଜନା ଯେଉଁଠାରେ ଥିଲା ସଫେଇ ପରେ ମଧ୍ୟ ସେହିଠାରେ ରହିଯାଉଛି। ବାଲି ଉପରେ ଲୋକମାନେ ଯାତାୟାତ କରିବା ଓ ପବନରେ ଉଡ଼ିବା ପରେ ସେହି ଆବର୍ଜନା ପୁଣି ବାହାରେ ପଡୁଛି। ଏମିତି ଦୃଶ୍ୟ ଗତ ମଙ୍ଗଳବାର ସକାଳେ ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସଫେଇ କରୁଥିବା କର୍ମଚାରୀଙ୍କୁ ପଚାରିବାରେ ସେମାନେ କହିଲେ ଯେ, ଠିକାଦାର ସାହୁ ବାବୁ ଏମିତି କରିବା ପାଇଁ ଆମକୁ କହିଛନ୍ତି। ଆମେ ସବୁଦିନ ଏହିଭଳି ସଫା କରୁଛୁ। ଠିକାଦାର ଅନାଥ ସାହୁ କହିଛନ୍ତି ଯେ, ସେମିତି କିଛି ନୁହେଁ। ସମୁଦ୍ର ଢ଼େଉରେ ଭାସିଆସି ଲାଗୁଥିବା କାଠିକୁଟାକୁ ଆମେ ବେଳେବେଳେ ବାଲିରେ ପୋତିଥାଉ। କିନ୍ତୁ ପ୍ଲାଷ୍ଟିକ ଓ ପଲିଥିନ୍‌କୁ ନୁହେଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତିଙ୍କୁ ପଚାରିବାରେ ସେ କହିଲେ ଯେ, କୌଣସି ଆବର୍ଜନାକୁ ଆମେ ପୋତିବାକୁ କହିନାହୁଁ। ଠିକାସଂସ୍ଥା ପକ୍ଷରୁ ଏପରି କରାଯିବା ସମ୍ପର୍କରେ ଏବେ ଜାଣିଲୁ। ଏନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସମୁଦ୍ର ବେଳାଭୂମିର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ ବ୍ୟବସ୍ଥା ପୌରପାଳିକା କରିଛି। ଏବେ ସେଠାରେ ପ୍ରତ୍ୟହ ଅପରାହ୍ନଠାରୁ ରାତି ପର୍ଯ୍ୟନ୍ତ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହେଉଛି। ଲୋକଙ୍କ ଭିଡ଼ ହେବାରୁ ସେଠାରେ ବୁଲା ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ପର୍ଯ୍ୟଟକ ଖାଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ପ୍ୟାକେଟ ଜରି ସେଠାରେ ପଡୁଛି। ଏତଦ୍‌ ବ୍ୟତିରେକ ରାତି ହେଲେ ନିଶାଡ଼ିଙ୍କ ଆଡ୍ଡା ସେଠାରେ ଜମୁଛି। ମଦ ବୋତଲ ଓ ପ୍ଲାଷ୍ଟିକ ବୋତଲ ଗ୍ଲାସ ଆଦି ପ୍ରତିଦିନ ପଡୁଛି। ସେ ସବୁ ପ୍ରତିଦିନ ସକାଳେ ସଫା କରିବା ପାଇଁ ପୌରପାଳିକା ଠିକାସଂସ୍ଥା ନିଯୁକ୍ତ କରିଛି। ସେହି ଆବର୍ଜନାକୁ ସଂଗ୍ରହ କରି ଗାଡ଼ିରେ ନେଇ ଡମ୍ପିଂୟାର୍ଡରେ ପକାଇବା ସମୟ ସାପେକ୍ଷ ଓ ବ୍ୟୟବହୁଳ ମଧ୍ୟ। ସେଥିରୁ ବର୍ତ୍ତିବା ପାଇଁ ଠିକାସଂସ୍ଥା ଏଭଳି ଆବର୍ଜନା ବାଲିରେ ପୋତି ଚାଲିଛି।


All Right Reserved By Dharitri.Com

ପାରାଦୀପରେ ପୁଣି କାଉ ମଡ଼କ

ପାରାଦୀପ,୪ା୧(ସ୍ବ.ପ୍ର.): ପାରାଦୀପ ସହରାଞ୍ଚଳରେ ଚଳିତବର୍ଷ ପୁଣି କାଉମଡ଼କ ହେଉଥିବା ଦେଖିବାକୁ ମିଳିଛି। ସହରର ମେଡିକାଲ ଛକ, ମାଛ ମାର୍କେଟ, ନେହେରୁ ବଙ୍ଗଳା ଆଦି ସ୍ଥାନରେ ଅନେକ...

ବିଲୁଆଖାଇ ନଦୀପଠାରୁ ମିଳିଲା ନର୍ସଙ୍କ ଗଳିତ ମୃତଦେହ: ପ୍ରେମିକ ହତ୍ୟା କରିଥିବା ଅଭିଯୋଗ ଆଣିଲେ ମା’

ବିରିଡ଼ି/ବାଲିଆ,୧୭ା୯(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ବିରିଡ଼ି ଥାନା ଅନ୍ତର୍ଗତ କୁଳକଇଜଙ୍ଗା ପଞ୍ଚାୟତ ନୂଆପାରୀ ଗ୍ରାମ ନିକଟ ବିଲୁଆଖାଇ ନଦୀପଠାରୁ ମଙ୍ଗଳବାର ସକାଳେ ଏକ ଅଖାରୁ ଜଣେ ନର୍ସଙ୍କ...

ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି: ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଧାରଣା

ପାରାଦୀପ,୧୧ା୧(ସ୍ବ.ପ୍ର.): ପାରାଦୀପ ବନ୍ଦରର ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଶୁକ୍ରବାର ପାରାଦୀପ ପୋର୍ଟ ଆଣ୍ଡ ଡକ୍‌ ମଜଦୁର ୟୁନିୟନ ପକ୍ଷରୁ ଧାରଣା ଦିଆଯାଇଛି। ଉକ୍ତ ପ୍ରକଳ୍ପରେ...

ସରିଲା ରାଜାଙ୍କ ରିମାଣ୍ଡ ଅବଧି: ମିଳିଲାନି ନୂଆ ତଥ୍ୟ

ଜଗତ୍‌ସିଂହପୁର ଅଫିସ,୨୬ା୯: ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାର ଅଭିଯୁକ୍ତ ତଥା ପ୍ରେମିକ କିଶୋର ଚନ୍ଦ୍ର ଆଞ୍ଚଳ ଓରଫ ରାଜାଙ୍କୁ ବିରିଡ଼ି ପୋଲିସ...

ନର୍ସ ନିହାରିକା ହତ୍ୟା ମାମଲା: ପୋଲିସ ନିକଟରେ ପ୍ରେମିକଙ୍କ ଆତ୍ମସମର୍ପଣ

ଜଗତସିଂହପୁର ଅଫିସ/ବିରିଡ଼ି(ଡି.ଏନ୍‌.ଏ.), ୨୦।୯: ବିରିଡ଼ି ଥାନା କୁଳକଇଜଙ୍ଗା ପଞ୍ଚାୟତ ନୂଆପାରି ଗ୍ରାମ ନିକଟ ବିଲୁଆଖାଇ ନଦୀପଠାରୁ ନର୍ସ ନିହାରିକା ପାତ୍ର ଓରଫ ରୂପାଲୀ(୨୪)ଙ୍କ ମୃତଦେହ ଉଦ୍ଧାର...

ଜାତୀୟ ପ୍ରଦୂଷଣ ନିବାରଣ ଦିବସ

ପାରାଦୀପ,୩ା୧୨(ସ୍ବ.ପ୍ର.): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୋମବାର ଜାତୀୟ ପ୍ରଦୂଷଣ ନିବାରଣ ଦିବସ ପାଳିତ ହୋଇଛି। ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନା...

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଜଗତ୍‌ସିଂହପୁର ଅଫିସ,୧୦ା୧୧: ଜଗତ୍‌ସିଂହପୁର ଥାନା ଅଧୀନ ସିଙ୍ଘାରପୁର ନବାପାଟଣା ଗ୍ରାମର ରାଜୁ ଓରଫ ରାଜେଶ ଗୋଚ୍ଛାୟତ(୩୦)ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ଅଭିଯୋଗକୁ...

ପୁଣି ବେଳାଭୂମିରୁ ଗଳିତ ମୃତଦେହ ଉଦ୍ଧାର

ପାରାଦୀପ,୧।୯(ସ୍ବ.ପ୍ର.): ପାରାଦୀପ ସମୁଦ୍ର ଷଣ୍ଢକୂଦ ବସ୍ତିର ଚର୍ଚ୍ଚ ସୀମା ବେଳାଭୂମିରୁ ପୁଣି ରବିବାର ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ତେବେ ମହିଳାଙ୍କ...

Leave a comment

Your email address will not be published. Required fields are marked *