Posted inଜାତୀୟ

ପୋଖରାନ୍‌ରୁ ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ: ବଦଳିବ ଆଣବିକ ଅସ୍ତ୍ର ପ୍ରୟୋଗ ନୀତି

ଜୟପୁର/ନୂଆଦିଲ୍ଲୀ,୧୭ା୮(ପି.ଟି.) : ଭାରତ କୌଣସି ରାଷ୍ଟ୍ର ଉପରେ ପ୍ରଥମେ ଆଣବିକ ଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଅଦ୍ୟାବଧି ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଏହି ‘ନୋ ଫାଷ୍ଟ ୟୁଜ୍‌’ (ଏନ୍‌ଏଫ୍‌ୟୁ) ନୀତିରେ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଭାରତ ଆଗକୁ ପ୍ରଥମେ ଆଣବିକ ଅସ୍ତ୍ର ବ୍ୟବହାର କରିବ କି ନାହିଁ ତାହା ପରିସ୍ଥିତି ଉପରେ ନିର୍ଭର କରେ ବୋଲି ଶୁକ୍ରବାର ପୋଖରାନ୍‌ରୁ ରାଜନାଥ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି।
ରାଜସ୍ଥାନର ପୋଖରାନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ସରକାରଙ୍କ ଅମଳରେ ଭାରତ ୫ଟି ପରମାଣୁ ବୋମା ପରୀକ୍ଷା କରିଥିଲା। ଶୁକ୍ରବାର ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୋଖରାନ ଆଣବିକ ପରୀକ୍ଷଣ ସ୍ଥଳ ପରିଦର୍ଶନ କରି ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି, ପୋଖରାନ୍‌ ହେଉଛି ସେହି ସ୍ଥାନ ଯେଉଁଠି ପ୍ରଥମେ ଆଣବିକ ଅସ୍ତ୍ର ପ୍ରୟୋଗ ନ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ବାଜପେୟୀ କହିଥିଲେ। ତାଙ୍କର ଏହି ନୀତି ବର୍ତ୍ତମାନ ଯାଏ ବଜାୟ ରହିଥିବାବେଳେ ଆଗକୁ କ’ଣ ହେବ କହିହେବ ନାହିଁ।


All Right Reserved By Dharitri.Com

ଯୌନ ନିର୍ଯାତନା ମାମଲା: ମେଜର ଜେନେରାଲ ବହିଷ୍କୃତ

ନୂଆଦିଲ୍ଲୀ,୧୭ା୮ (ପି.ଟି.): ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ସମ୍ପୃକ୍ତ ଜଣେ ମେଜର ଜେନେରାଲଙ୍କୁ ସେନା ବହିଷ୍କାର କରିଛି। କୋର୍ଟ ମାର୍ଶାଲ ବେଳେ ସେ ଦୋଷୀସାବ୍ୟସ୍ତ ହେବାରୁ...

ଜେଟଲୀଙ୍କ ଅନ୍ତିମ ସଂସ୍କାରରେ ବାବୁଲ ସୁପ୍ରିଓଙ୍କ ସମେତ ୧୧ଜଣଙ୍କ ମୋବାଇଲ୍‌ ଚୋରି

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀର ନିଗମବୋଧ ଘାଟ ଶ୍ମଶାନରେ ଗତ ରବିବାର ସମ୍ପନ୍ନ ହୋଇଥିଲା। ଏଥିରେ ଯୋଗ ଦେଇଥିବା ୧୧...

ଭାଜପାର ରାତ୍ର ଅଭିଯାନ ବିରୋଧରେ ଶରଦ ପାଓ୍ବାରଙ୍କ ରାଜନୀତି

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଶେଷରେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନବିସ ଶପଥ ଗ୍ରହଣ କରିଛନ୍ତି। ତାଙ୍କ...

ଜଷ୍ଟିସ ଲୋକୁର ଫିଜି ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୧୭।୫(ପି.ଟି.):ଅବସରପ୍ରାପ୍ତ ବିଚାରପତି ମଦନ ବି. ଲୋକୁର ଫିଜି ସୁପ୍ରିମକୋର୍ଟର ଅଣଆବାସିକ ପ୍ୟାନେଲ୍‌ରେ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସେ ୨୦୧୮ ଡିସେମ୍ବର ୩୧ରେ ସୁପ୍ରିମକୋର୍ଟରୁ ଅବସର...

୩୨ ଶହ ଏକର ଜଙ୍ଗଲ ବଞ୍ଚାଇବା ପାଇଁ ୩ ଲକ୍ଷ ଲୋକ ଏକଜୁଟ: ସରକାରଙ୍କ ଚିନ୍ତା ବଢ଼ିଲା

ମୁମ୍ବାଇ,୧୬।୯: ମହାରାଷ୍ଟ୍ରରେ ୩୨ ଶହ ଏକର ଜଙ୍ଗଲ ବଞ୍ଚାଇବା ପାଇଁ ୩ ଲକ୍ଷ ଲୋକ ଏକଜୁଟ ହୋଇଛନ୍ତି। ମେଟ୍ରୋ ପ୍ରୋଜେକ୍ଟ ଅନ୍ତର୍ଗତ ଏଠାକାର ୨୭ ଶହ...

ପିଆଜ ପରେ ଏବେ ଟମାଟୋ ପାଳି: କିଲୋ ୬୦ ଟପିଲା

ନୂଆଦିଲ୍ଲୀ,୨୯।୯: ପାର୍ବଣ ଋତୁ ଆସିବା ପୂର୍ବରୁ ପନିପରିବା ଦର ଆକାଶଛୁଆଁ ହୋଇଛି। ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ସହରରେ ପିଆଜ କିଲୋ ପିଛା ୮୦...

ପରସ୍ପର ମଧ୍ୟରେ ଲଢିଲେ ହେବ ଉଭୟଙ୍କର କ୍ଷତି: ଭାଗବତ

ମୁମ୍ବାଇ,୧୯।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଏବେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ଜଣା ସ୍ବାର୍ଥରେ...

ଉଦ୍ଧବ ସରକାରଙ୍କ ଅଗ୍ନିପରୀକ୍ଷା ପୂର୍ବରୁ ଭାଜପା ସହ କଥା ହେଲେ ଅଜିତ

ମୁମ୍ବାଇ,୩୦।୧୧: ଶିବସେନା ନେତା ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ ହୋଇଛି। ମେଣ୍ଟ କରି ଶିବସେନା ସରକାର ଗଠନ କରିଥିବାରୁ ତା’ମନରେ ସବୁବେଳେ ଦ୍ୱନ୍ଦ୍ୱ...

Leave a comment

Your email address will not be published. Required fields are marked *