ପ୍ରଧାନମନ୍ତ୍ରୀ ଆବାସ, ବିଜୁପକ୍କାଘର ଯୋଜନା:ହିତାଧିକାରୀଙ୍କୁ ମିଳିନି ଶ୍ରମ ଦିବସର ଟଙ୍କା

ଜୁନାଗଡ,୧୭।୮(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କାଲୋପଲା ପଞ୍ଚାୟତରେ ଗତ ୨୦୧୬-୧୭ ଏବଂ ୨୦୧୭-୧୮ ବର୍ଷରେ ବିଜୁପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ କରିଥିବା ହିତାଧିକାରୀଙ୍କୁ ଏ ପର୍ଯ୍ୟନ୍ତ ଶ୍ରମ ଦିବସ ଟଙ୍କା ମିଳିନାହିଁ। ଏହି ସମସ୍ୟା ପଞ୍ଚାୟତ ମୁଖ୍ୟାଳୟ କାଲୋପଲା ଗ୍ରାମ ପ୍ରାୟ ହିତାଧିକାରୀଙ୍କ ପାଖରେ ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ହିତାଧିକାରୀଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଯେ, ଗତ ୨୦୧୬-୧୭ ଏବଂ ୨୦୧୭-୧୮ରେ କାଲୋପଲା ଗ୍ରାମର ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁପକ୍କାଘର କାର୍ଯ୍ୟାଦେଶ ପାଇ ଘର କାମ ଆରମ୍ଭ କରିଥିଲେ। ବର୍ତ୍ତମାନ ହିତାଧିକାରୀଙ୍କ ଘର ନିର୍ମାଣ ଶେଷ ହୋଇ ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କୁ ଶ୍ରମ ଦିବସର ଟଙ୍କା ମିଳି ନ ଥିବା ଅଭିଯୋଗ କରିଛନ୍ତି। ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରିଥିବା ହିତାଧିକାରୀଙ୍କୁ ୯୫ ଶ୍ରମ ଦିବସ ପାଇଁ ପାଖାପାଖି ୧୬ ହଜାର ୫ ଶହ ଟଙ୍କା ମିଳିବାର କଥା। ହେଲେ ଏ ଯାଏଁ ସେମାନଙ୍କୁ ଏହି ଟଙ୍କା ମିଳିନାହଁି। ଏହି ଟଙ୍କାକୁ ସ୍ଥାନୀୟ ଜିଆରଏସ (ଗ୍ରାମ ରୋଜଗାର ସେବକ) ହଡପ କରିଥିବା ଅଭିଯୋଗ କରିଛନ୍ତି। ସେହିପରି ସ୍ଥାନୀୟ ପିଇଓ ମଧ୍ୟ ଏଥିପ୍ରତି ଜାଣିଶୁଣି ଚୁପ୍‌ ରହିବା ସାଧାରଣରେ ଚର୍ଚ୍ଚାର ବିଷୟ। ଏହି ପଞ୍ଚାୟତରେ ଗୃହ ସଂଯୋଗ ଅଧିକାରୀ (ଟେଗ ଅଫିସର) ଭାବେ ସ୍ଥାନୀୟ ପିଇଓ ଓ ଜିଆରଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ଯାହାକୁ ନେଇ ଏହି ଘଟଣା ପରେ ଏବେ ଉଭୟଙ୍କ ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଗତ କିଛି ମାସ ତଳେ ହିତାଧିକାରୀମାନେ ଏ ସମ୍ପର୍କରେ ଧର୍ମଗଡ ଉପଜିଲାପାଳଙ୍କଠାରେ ଫେରାଦ ହୋଇଥିଲେ। ଏହା ପରେ ମଧ୍ୟ କିଛି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି। ଗ୍ରାମର ସୁନ୍ଦର ଲାଲ ମାଝି, ଘନ ସିଂହ, ଅରୁଣି ସିଂହ, ଯୁଗରାଜ ସିଂହ, ସୁରେଶ ସିଂହ, ତ୍ରିନାଥ ସଂହ, ସ୍ବାମନୀ ବେୱା ପ୍ରମୁଖ ହିତାଧିକାରୀ ଘର ନିର୍ମାଣ କରି ଦୀର୍ଘ ମାସ ପରେ ଶ୍ରମ ଦିବସର ଟଙ୍କା ପାଇ ପାରିନାହାନ୍ତି। କେବଳ ଏମାନେ ନୁହଁନ୍ତି ଗ୍ରାମର ଅନେକ ହିତାଧିକାରୀ ମଧ୍ୟ ଘର ନିର୍ମାଣ କରି ଏ ପର୍ଯ୍ୟନ୍ତ ଶ୍ରମ ଦିବସର ଟଙ୍କା ପାଇ ନ ଥିବା ଜଣାପଡିଛି। ଏ ନେଇ କାଲୋପଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶୈଲେଶ ଚନ୍ଦ୍ର ନାଏକଙ୍କୁ ପଚାରିବାରୁ ଏ ବିଷୟରେ ଜିଆରଏସଙ୍କୁ ଡାକି ପଞ୍ଚାୟତ ବୈଠକରେ ଆଲୋଚନା କରାଯାଇଥିଲା। ଏହାସହ ଘଟଣା ସମ୍ପର୍କରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ (ପିଡି)ଙ୍କୁ ମଧ୍ୟ ଜଣାଇଛି ବୋଲି କହିଥିଲେ। ସେହିପରି ସ୍ଥାନୀୟ ଜିଆରଏସ୍‌ ଚୁଡାମଣି ରାଉତଙ୍କୁ ପଚାରିବାରୁ ଠିକ୍‌ ସମୟରେ ଉକ୍ତ ହିତାଧିକାରୀମାନେ କାଗଜ ପତ୍ର ଦେଇ ନ ଥିବାରୁ ଏପରି ହୋଇଛି ବୋଲି କହିଥିଲେ। ସେହିପରି ଟଙ୍କା ହଡପ କରିଥିବା କଥାକୁ ଅସ୍ବୀକାର କରିଥିଲେ। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ତଥା ଭିଜିଲାନ୍ସ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଜୁନାଗଡ ବିଡିଓ ଦୁଲାରାମ ମାରାଣ୍ଡିଙ୍କୁ ପଚାରିବାରୁ ଘଟଣାର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ।


All Right Reserved By Dharitri.Com

ବିପଦ୍‌ ଅବସ୍‌ତାରେ ସ୍କୁଲ କୁଠା: ଭଡ଼ାରେ ଆବାସ ଘରେ ଚାଲିଛେ ପାଠ୍‌ପଢ଼ା

  ଭବାନୀପାଟଣା, ୮ା୧୨ (ଡି.ଏନ.ଏ.)- କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଁଚେତ୍‌ ସାପଚଞ୍ଚଡ଼ା ପ୍ରାଥମିକ ସ୍କୁଲ କୁଠା ବିପଦ୍‌ ଅବସ୍‌ତାରେ ରହିଛେ। ଏନ୍‌ତାଥି ପାଖାପାଖି...

ଆଜି ମହାଷଷ୍ଠୀ : ଝଲସୁଛି ମଣ୍ଡପ

ଭୁବନେଶ୍ୱର,୪।୧୦(ବ୍ୟୁରୋ) : ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସିଲାଣି ପୂଜା ମଣ୍ଡପ। ପ୍ରତୀକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠରେ ଅବତରଣ କରିବେ ମା’ ଜଗଜ୍ଜନନୀ। ପାର୍ବଣ ମହକରେ ପୁରପଲ୍ଲୀ ମହକୁଥିବାବେଳେ...

କରୋନା ମୁକାବିଲାର ଯୋଦ୍ଧା ଏସ୍‌ଆଇ ନାରାୟଣ: ‘ଆଗେ ରାଜସେବା, ପଛେ ପିତୃସେବା’

କଟକ ଅଫିସ,୧୦।୪: ‘ଯଦି କର୍ତ୍ତବ୍ୟକୁ ସମ୍ମାନ ଜଣାଇବ, ତାହେଲେ କାହାକୁ ସାଲ୍ୟୁଟ ମାରିବାକୁ ପଡ଼ିବନି.. କର୍ତ୍ତବ୍ୟରେ ହେଳା କଲେ, ସମସ୍ତଙ୍କୁ ସାଲ୍ୟୁଟ ମାରିବାକୁ ହୁଏ’। ପୂର୍ବତନ...

ମେ ୧ରୁ ୧୦୬ ସହରାଞ୍ଚଳରେ ‘ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ’

ଭୁବନେଶ୍ୱର,୫ା୩(ବ୍ୟୁରୋ): ଆସନ୍ତା ମେ ପହିଲାରୁ ରାଜ୍ୟର ୧୦୬ ସହରାଞ୍ଚଳରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ ବ୍ୟବସ୍ଥା ଲାଗୁ ହେବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫଏସ୍‌ଏ) ଅଧୀନରେ...

ଲକ୍‌ଡାଉନ୍‌ ସତ୍ତ୍ୱେ ମାନିଲେନି

ଭୁବନେଶ୍ୱର,୨୪।୩(ବ୍ୟୁରୋ)/ ପୁରୀ ଅଫିସ/ ଖୋର୍ଦ୍ଧା ଅଫିସ/କଟକ ଅଫିସ୍‌: କରୋନାକୁ ପରାଜିତ କରିବାକୁ ହେଲେ ଲୋକଙ୍କ ମଧ୍ୟରେ ସଚେତନତା ଆବଶ୍ୟକ। ବାହାରେ ନୁହେଁ, ଲୋକେ ଘରେ ରହି ହିଁ...

ବିହାରରୁ ନିଖୋଜ ବୃଦ୍ଧ ଢେଙ୍କାନାଳରୁ ଉଦ୍ଧାର

ଢେଙ୍କାନାଳ ଅଫିସ, ୩୦।୧୦: ବିହାରରୁ ୭ମାସ ତଳେ ନିଖୋଜ ହୋଇଯାଇଥିବା ଜଣେ ବୃଦ୍ଧଙ୍କୁ ଦୀପାବଳି ଦିନ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି।...

ଦରଖଁଡ଼ିଆ ହେଇ ପଡ଼ିଛେ ବାଲସି ଗୋଷ୍ଠୀକେନ୍ଦ୍ର

କେସିଙ୍ଗା,୧୯।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବାଲସି ଗାଁ ଜଗନ୍ନାଥ ଗୁଡ଼ି ପାସେ ତିଆର ହେଉଥିବାର ଗୋଷ୍ଠୀକେନ୍ଦ୍ର କାମ୍‌ ଡେରି ହେଉଥିବାର ଗାଁବାସୀ...

ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ଆକଳନ

ପୁରୀ ଅଫିସ,୧୬ା୫: ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲାରେ ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ବୁଧବାର ଅପରାହ୍ନରେ...

Leave a comment

Your email address will not be published. Required fields are marked *