ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା, ୧୦ଜଣଙ୍କ ନାମରେ ମାମଲା

ମହାକାଳପଡ଼ା,୧୬।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଳିପାଳ ପଞ୍ଚାୟତ ବାଲିସାହି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ ଘଟିଛି। କିଛି ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ଗ୍ରାମର ଜୟନ୍ତୀ ନାୟକଙ୍କ ଘରେ ନିଆଁ ଲଗାଇଦେବା ଯୋଗୁ ଦୁଇ ବଖରା ଜଳିଯାଇଛି। ତେବେ ଖବର ପାଇ ଗ୍ରାମରେ ମୁତୟନ ଥିବା ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିବାରର ଲୋକଙ୍କୁ ଉଦ୍ଧାର କରିଛନ୍ତି।

ସୂଚନାନୁଯାୟୀ, ଦେଢ଼ ବର୍ଷ ପୂର୍ବେ ଗ୍ରାମରେ ଘଟିଥିବା ଏକ ହତ୍ୟାକାଣ୍ଡକୁ ନେଇ ବିବାଦ ରହିଆସିଛି। ସେବେଠାରୁ ଗ୍ରାମର ରମାକାନ୍ତ ନାୟକଙ୍କ ପରିବାର ନିକଟସ୍ଥ ଛକଠାରେ ଏକ ଦୋକାନ ଘରେ ଆଶ୍ରୟ ନେଉଥିଲେ। ହେଲେ ଗୁରୁବାର ରାତିରେ ପରିବାରଲୋକକୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କ ଘରେ ନିଆଁ ଲଗାଇଦେଇଥିବା କୁହାଯାଉଛି। ଗ୍ରାମରେ ପୂର୍ବରୁ ମୁତୟନ ହୋଇଥିବା ପୋଲିସ ରମାକାନ୍ତଙ୍କ ପରିବାରକୁ ଉଦ୍ଧାର କରିଥିଲେ। ଏନେଇ ସେ ଗ୍ରାମର ୧୦ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। ପୋଲିସ ୯୨/୧୯ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଆଇଆଇସି ସୂଚନା ଦେଇଛନ୍ତି।


All Right Reserved By Dharitri.Com

ରକ୍ତଭଣ୍ଡାର ରକ୍ତ ଶୂନ୍ୟ

ଚମ୍ପୁଆ, ୫ା୬(ଡି.ଏନ.ଏ.)-ଜରୁରିକାଳୀନ ଚିକିତ୍ସାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ରେଡକ୍ରସ ରକ୍ତ ଭଣ୍ଡାରର ସମସ୍ୟା ବଢିବାରେ ଲାଗିଛି। ଅନେକ ସମୟରେ ଏହି...

ବ୍ୟାସନଗର ସ୍ବଂୟଶାସିତ ମହାବିଦ୍ୟାଳୟ ଦୁର୍ନୀତିର ସ୍ବତନ୍ତ୍ର ଅଡିଟ୍‌

ଯାଜପୁର ରୋଡ,୧୧-୯(ନି.ପ୍ର.)- ବ୍ୟାସନଗର ସ୍ବଂୟଶାସିତ ମହାବିଦ୍ୟାଳୟର ଯୁଜିସି ଅନୁଦାନ(ବିଶ୍ୱବିଦ୍ୟାଳୟ ଆୟୋଗ ପାଣ୍ଠି) ଠିକ୍‌ ବିନିଯୋଗ ନ କରାଯାଇ ବ୍ୟାପକ ଦୁର୍ନୀତି ଓ ନିଯୁକ୍ତ କ୍ଷେତ୍ରରେ ଅନିମିୟତା...

ପାଣିଘେରରେ ଅଙ୍ଗନବାଡ଼ି କେନ୍ଦ୍ର, ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ଦାବି

ମାଲକାନଗିରି,୬ା୭(ଡି.ଏନ୍‌.ଏ.) : କୋମଳମତି ଶିଶୁଙ୍କ ଶିକ୍ଷା ଏବଂ ସ୍ବାସ୍ଥ୍ୟରେ ଉନ୍ନତି ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଅନେକ ଯୋଜନା ମାଧ୍ୟମରେ ବିପୁଳ ଅର୍ଥ ବ୍ୟୟ...

ଜନସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା: ଜଣ୍ଡିସ୍‌କୁ ଡାକୁଛି ଗୋଳିଆପାଣି

ବ୍ରହ୍ମପୁର ଅଫିସ୍‌,୨୬ା୭- ସ୍ବଚ୍ଛ ପାଣି ଯୋଗାଇବାରେ ଜନସ୍ବାସ୍ଥ୍ୟ ବିଭାଗର ବିଫଳତାକୁ ନେଇ ଏବେ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି। ଦୁଇ ଦିନ ହେଲା ପାଇପ୍‌ରେ କେବଳ ଗୋଳିଆ...

ବନ୍ଧା ପଡିଛି ମଣିଷ ପଣିଆ: ଆହାରକେନ୍ଦ୍ର ଶେଷ ଠିକଣା

ଚାନ୍ଦବାଲି,୬ା୧୧(ଡି.ଏନ.ଏ.)-ଆଖିକୁ ଭଲ ଦେଖାଯାଉ ନ ଥିବା ଜଣେ ୯୦ ବର୍ଷର ବୃଦ୍ଧାଙ୍କୁ କେହି ଆଣି ଭଦ୍ରକ ଜିଲା ଚାନ୍ଦବାଲି ଏନଏସି ଆହାର କେନ୍ଦ୍ର ବାରଣ୍ଡାରେ ସୋମବାର...

କେନାଲ କୂଅକୁ ଖସିପଡିଲା ବାଇକ, ୩ ମୃତ

ଦିଗପହଣ୍ଡି,୨ା୧(ଡି.ଏନ୍‌.ଏ.)- ନୂଆବର୍ଷ ସନ୍ଧ୍ୟାରେ ଘଟିଛି ଦୁର୍ଘଟଣା। ଦିଗପହଣ୍ଡି ବ୍ଲକ କୋଟିନଡ଼ା-ଦେଉଳପେଡ଼ି କେନାଲ ରାସ୍ତା ବୁଲାଣିରେ ଥିବା ପୋତାଶଙ୍ଖ ନିକଟ କୂଅରେ ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ...

ଦୁଇ ନାବାଳିକାଙ୍କ ସଲିଳ ସମାଧି

ହାଟଡିହୀ,୧୩।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ମଧୁବନ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି ା ଗ୍ରାମର ଦୁଇ ନାବାଳିକାଙ୍କ ପୋଖରୀରେ...

ଅସହାୟ ଭାବେ ବିତୁଛି ଜୀବନ

ଆରଡି, ୨।୧୦ (ଡି.ଏନ.ଏ)-ଦୁର୍ଘଟଣା ବଦଳାଇ ଦେଲା ତାଙ୍କ ଜୀବନର ମୋଡ଼ ା ପାଠପଢି ସୁନେଲି ଭବିଷ୍ୟତର ସ୍ବପ୍ନ ଦେଖୁଥିବା ଜଣେ ଦଳିତ ଯୁବକଙ୍କ ଲାଗି ସବୁକିଛି...

Leave a comment

Your email address will not be published. Required fields are marked *