ପାକିସ୍ତାନରୁ ଫେରି ଓ୍ବାଘା ବର୍ଡରରେ ମିକାଙ୍କ ଭାରତମାତାର ଜୟଗାନ, ଟ୍ରୋଲ କଲେ ଫ୍ୟାନ୍‌

ବଲିଉଡ୍‌ ସିଙ୍ଗର ମିକା ସିଂ ପାକିସ୍ତାନରୁ ଇଣ୍ଡିଆ ଫେରିଆସିଛନ୍ତି। କେବେ ଫେରିଛନ୍ତି ସେ ସମ୍ପର୍କରେ ଜଣାନାହିଁ। ମାତ୍ର ମିକାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି ମିକା ଓ୍ବାଘା ବର୍ଡରରେ ଭାରତ ମାତାର ଜୟଗାନ କରୁଛନ୍ତି। ଭିଡିଓଟିକୁ ମିକା ସ୍ବାଧୀନତା ଦିବସରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ମିକା କ୍ୟାପଶନ ଲେଖିଛନ୍ତି, ଭାରତ ମାତାର ଜୟ। ଆମର ଦେଶର ଯବାନମାନଙ୍କୁ ସାଲୁଟ୍‌ କରୁଛି। କିନ୍ତୁ ମିକାଙ୍କର ଏପରି ଲେଖାରେ ୟୁଜରମାନେ ଖୁସି ନାହାନ୍ତି। ଜଣେ ୟୁଜର ଲେଖିଛନ୍ତି, ଏବେ କ’ଣ ଲାଭ? ପାକିସ୍ତାନରେ ସଂଗୀତ ପରିବେଷଣ କରି ତୁମ କ୍ୟାରିୟର ତ ଗଲା। ଆଉ ଜଣେ ୟୁଜର ଲେଖିଛନ୍ତି, ନଷ୍ଟ ହୋଇସାରିଛନ୍ତି। କହିରଖୁଛୁ, ଅତୀତରେ ମିକା ସିଂଙ୍କ ଏକ ଭିଡିଓ ନଜର ଆସିଥିଲା। ସେଥିରେ ପୂର୍ବତନ ରାଷ୍ଟ୍ରପତି ଜେନେରାଲ (ଅବସରପ୍ରାପ୍ତ) ପରଭେଜ୍‌ ମୁଶାରଫ୍‌ଙ୍କ ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ମିକା ସଂଗୀତ ପରିବେଷଣ କରିଥିଲେ। ଏହା ପରେ ଲୋକେ ମିକାଙ୍କୁ ପ୍ରବଳମାତ୍ରାରେ ବିରୋଧ କରିଥିଲେ। ଫ୍ୟାନ୍‌ମାନେ ମିକାଙ୍କୁ ଟ୍ରୋଲ୍‌ କରିବା ସହ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ବାଦ୍‌ ଦେବାକୁ ଦାବି କରିଥିଲେ। ଫଳରେ ଅଲ୍‌ ଇଣ୍ଡିଆ ସିନେ ଓ୍ବାର୍କର୍ସ ଆସୋସିଏଶନର (AICWA) ସିଙ୍ଗରଙ୍କ ସହିତ ମିକା କାମ ନ କରିବା ପାଇଁ ଘୋଷଣା କରାଯାଇଥିଲା।


All Right Reserved By Dharitri.Com

ନୂଆବର୍ଷରେ ବଡ଼ ପରଦାକୁ ଫେରି ପାରନ୍ତି ଶାହାରୁଖ

ମୁମ୍ବାଇ: ବେଶ୍‌ କିଛି ଦିନ ବଡ ପରଦାରୁ ଦୂରେଇ ରହିଥିବା ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାଁ ଖୁବ୍‌ଶୀଘ୍ର ବଡ ପରଦାକୁ ଫେରି ପାରନ୍ତି ବୋଲି ଶୁଣିବାକୁ...

‘ରାଧେ’ର ଶୁଟିଂ ଆରମ୍ଭ

ମୁମ୍ବାଇ:ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ରାଧେ’ର ଶୁଟିଂ ଆରମ୍ଭ ହୋଇଛି। ଏହି ଫିଲ୍ମ ଆସନ୍ତା ବର୍ଷ ଇଦ୍‌ ଅବସରରେ ମୁକ୍ତିଲାଭ କରିବ। ସଲମାନ୍‌...

ସିଦ୍ଧାନ୍ତଙ୍କ ସହ ରୋମାନ୍ସ କରିବେ ଦୀପିକା

ବମ୍ବେ: ନୂଆ ନାୟକଙ୍କ ସହ ରୋମାନ୍ସ କରିବେ ଦୀପିକା। ସେ ବି ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମରେ। ଚଳଚ୍ଚିତ୍ରର ନାମ ଏଯାଏ ଫାଇନାଲ୍‌ ହୋଇ...

୨୦୨୦ର ଫିଲ୍ମ କ୍ୟାଲେଣ୍ଡର: ରିଲିଜ୍‌ ଅପେକ୍ଷାରେ ରହିଛି ବିଗ୍‌ ବଜେଟ୍‌ର ୨୨ରୁ ଅଧିକ ଫିଲ୍ମ

ବମ୍ବେ: ଆଉ ଦିନ କେଇଟାରେ ଶେଷ ହେବ ବର୍ଷ ୨୦୧୯। ଆଗାମୀ ବର୍ଷକୁ ସ୍ବାଗତ କରିବା ଲାଗି ଏବେଠୁ ସଜବାଜ ହେବାକୁ ଲାଗିଲେଣି ଅନେକେ। ଏସବୁରେ...

ଏକାଠି ହେବାକୁ ଯାଉଛନ୍ତି ୩ ଖାଁ

ମୁମ୍ବାଇ: ବଲିଉଡ୍‌ର ୩ ଖାନ୍‌ କହିଲେ ବୁଝାଏ ଆମିର, ସଲମାନ ଓ ଶାହରୁଖ। କେବେ ଏମାନଙ୍କ ମଧ୍ୟରେ ଭଳ ସମ୍ପର୍କ ନ ଥିବା ବେଳେ ଏବେ...

ଷ୍ଟାରଙ୍କ ପାଇଁ ନୁହେଁ କୁକୁୁର ପାଇଁ ଫଟୋ ହେଉଛି ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ରଣବୀର କପୁର ଓ ଶାହାରୁଖ ଖାଁ ନିଜ ନିଜ ଷ୍ଟାଇଲ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ହେଲେ ନିକଟରେ...

ସଲମାନଙ୍କୁ ଏଭଳି ସ୍ଥିତିରେ ଦେଖି କାନ୍ଦିଥିଲେ ପିତା ସଲିମ୍‌ ଖାଁ

ବଲିଉଡ୍‌ ଦବଙ୍ଗ ଷ୍ଟାର୍‌ ସଲମାନ ଖାଁଙ୍କ ପିତା ତଥା ସଲିମ ଖାଁ ଆଜି ୮୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସଲମାନ ତାଙ୍କ ଖାସ୍‌...

ବିଶ୍ୱ ଦରବାରରେ ଲାସ୍ୟମୟୀ ଅଭିନେତ୍ରୀ ମାତନ

ଯାତ୍ରା ଜଗତର ଜଣେ ଲାସ୍ୟମୟୀ ଅଭିନେତ୍ରୀ ହେଉଛନ୍ତି ମାତନ। ରୂପ ଯେମିତି ଗୁଣ ବି ସେମିତି। ଡ୍ୟାନ୍ସରେ ଯେମିତି ଡାଏଲଗ୍‌ରେ ସେମିତି। ଚେହେରା ଯେମିତି ଅଭିନୟ...

Leave a comment

Your email address will not be published. Required fields are marked *