Posted inଖେଳ

କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟର ସମ୍ମୁଖୀନ ହୋଇପାରନ୍ତି ମେରୀକମ୍‌

ନୂଆଦିଲ୍ଲୀ,୧୬।୮: ଚଳିତବର୍ଷ ବିଭିନ୍ନ ଖେଳ ପୁରସ୍କାର ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଗଠିତ ହୋଇଥିବା ଚୟନ କମିଟି କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି। ଏହି କମିଟିରେ ସ୍ଥାନ ପାଇଛନ୍ତି ଏକମାତ୍ର ସକ୍ରିୟ ଆଥ୍‌ଲେଟ ଏମ୍‌.ସି. ମେରୀକମ୍‌। ଏହି ମହିଳା ଚାମ୍ପିୟନ ବକ୍ସରଙ୍କୁ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଖେଳରତ୍ନ, ଅର୍ଜୁନ, ଧ୍ୟାନଚାନ୍ଦ ଓ ଦ୍ରୋଣାଚାର୍ଯ୍ୟ ସମ୍ମାନ ଲାଗି ଆସିଥିବା ସୁପାରିସକୁ ଚୂଡ଼ାନ୍ତ କରିବା ପାଇଁ କେନ୍ଦ୍ର ମନ୍ତ୍ରଣାଳୟ ଦ୍ୱାରା ୧୨ ଜଣିଆ କମିଟି ଗଠନ ହୋଇଥିଲା। ଏଥିରେ ମେରୀକମଙ୍କ ବ୍ୟତୀତ ପୂର୍ବତନ ଫୁଟ୍‌ବଲ ଅଧିନାୟକ ବାଇଚୁଙ୍ଗ ଭୂତିଆ, ପୂର୍ବତନ ମହିଳା କ୍ରିକେଟର ଅଞ୍ଜୁମ ଚୋପ୍ରା, ପୂର୍ବତନ ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜ ଓ ଟେବୁଲ ଟେନିସ କୋଚ୍‌ କମଲେଶ ମେହେଟ୍ଟା ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି। ତେବେ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ଯୋଜନା (ଟପ୍ସ)ରେ ସାମିଲ ଥିବା ମେରୀକମ୍‌ଙ୍କୁ ମନ୍ତ୍ରଣାଳୟ କମିଟିର ସଦସ୍ୟ ଭାବେ ଚୟନ କରାଯାଇଥିଲା। ଏବେ ୬ ଥର ବକ୍ସିଂ ଚାମ୍ପିୟନଙ୍କ ବ୍ୟକ୍ତିଗତ କୋଚ୍‌ ଛୋଟେ ଲାଲ ଯାଦବ ଦ୍ରୋଣାଚାର୍ଯ୍ୟ ସମ୍ମାନ ଲାଗି ପ୍ରାଥମିକ ତାଲିକାରେ ସ୍ଥାନ ପାଇଛନ୍ତି। ଏଥିଯୋଗୁ ମେରୀକମ୍‌ ସମ୍ଭବତଃ କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ମାମଲାର ସମ୍ମୁଖୀନ ହୋଇପାରନ୍ତି। ମିଳିଥିବା ସୂଚନା ମୁତାବକ ମେରୀକମ୍‌ଙ୍କ ଅନୁରୋଧ କ୍ରମେ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ପକ୍ଷରୁ କୋଚ୍‌ ଛୋଟେଲାଲଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଗି ସୁପାରିସ କରାଯାଇଥିଲା। ନିୟମ ଅନୁସାରେ ମେରୀକମ୍‌ଙ୍କ ନାମ କମିଟିର ସଦସ୍ୟଙ୍କ ମଧ୍ୟରେ ରହିବା ଉଚିତ ନୁହେଁ। କମିଟି ବୈଠକରେ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟର ଜଣେ ଅଫିସିଆଲ କହିଛନ୍ତି। ବିଏଫ୍‌ଆଇ ପକ୍ଷରୁ ବିଶ୍ୱ ଚାମ୍ପିୟନଶିପ ପଦକଧାରୀ ଗୌରବ ବିଧୁରି ଓ ଏସିଆନ ଗେମ୍ସ ଚାମ୍ପିୟନ ଅମିତ ପାଙ୍ଘାଲଙ୍କ ନାମ ଅର୍ଜୁନ ପାଇଁ ପଠାଯାଇଛି। ସେହିଭଳି ଦ୍ରୋଣାଚାର୍ଯ୍ୟ ଲାଗି ଏଲାଇଟ୍‌ କୋଚ୍‌ ସନ୍ଧ୍ୟା ଗୁରୁଙ୍ଗ ଓ ଶିବ ସିଂହଙ୍କ ନାମ ସୁପାରିସ କରାଯାଇଛି। ମନ୍ତ୍ରଣାଳୟର ଅଫିସିଆଲମାନେ ଆଶା କରୁଛନ୍ତି ଯେ, ବକ୍ସର ଓ ବକ୍ସିଂ କୋଚ୍‌ଙ୍କ ସମ୍ପର୍କରେ ଆଲୋଚନା ହେବାବେଳେ ମେରୀକମ୍‌ ବିରତ ରହିବେ। ତେବେ କମିଟିର ସଦସ୍ୟମାନେ ନିଜକୁ ବିରତ ରଖିବା ପରିବର୍ତ୍ତେ ଅନ୍ୟ ସଦସ୍ୟଙ୍କୁ ପ୍ରଭାବିତ କରିବାର ବହୁ ଦୃଷ୍ଟାନ୍ତ ରହିଛି।


All Right Reserved By

Posted inଖେଳ

ଆଇରନ ମ୍ୟାନ୍‌ ସୌଭାଗ୍ୟ

ଦିନେ ସେ ଏକ ସମୟରେ ୨୦ ମିନିଟ୍‌ ଯାଏ ଦୌଡି ପାରୁ ନ ଥିଲେ । ୨୦ ମିନିଟ୍‌ ଧରି ଦୌଡି ସାରିଲା ପରେ ହାଲିଆ...

ନିଜକୁ ଫିଟ୍‌ ରଖିବାକୁ ବିରିୟାନୀ ଖାଇବା ଛାଡ଼ିିଦେଇଛନ୍ତି ଖେଳାଳି

ସାଉଥାମ୍ପଟନ୍‌, ୨୪।୬: ବିଶ୍ୱକପରେ ପ୍ରଥମ ମ୍ୟାଚ ଖେଳି ସଫଳତା ପାଇଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଆହତ ଭୁବନେଶ୍ୱର କୁମାରଙ୍କ...

ଓସିଏକୁ ପୂର୍ଣ୍ଣ ଅନୁମୋଦନ: ଅନୁଦାନ ପାଇଁ ବାଟ ଫିଟିଲା

କଟକ ଅଫିସ,୧।୮- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)କୁ ପୂର୍ଣ୍ଣ ଅନୁମୋଦନ ମିଳିଛି, ଯାହା ଫଳରେ ଆଗାମୀ ଦିନରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବିଭିନ୍ନ ଅନୁଦାନ ପାଇବା...

ଶୀତଦିନେ ଆୟୋଜନ ହେବ ଫିଫା ବିଶ୍ୱକପ

ଦୋହା,୫।୯(ପି.ଟି.)- ୨୦୨୨ ଫିଫା ବିଶ୍ୱକପ୍‌ ଶୀତଦିନରେ ଆୟୋଜନ ହେବା ନେଇ ପ୍ରାକ୍‌ ସୂଚନା ମିଳିଛି। ବିଶ୍ୱକପ୍‌ର ଲୋଗୋ ଉନ୍ମୋଚନରୁ ଏହା ଜଣାପଡୁଛି। କାତାରରେ ଏହି ବିଶ୍ୱକପ୍‌...

କୋପା ଆମେରିକା: କ୍ୱାର୍ଟରରେ ଚିଲି

ସାଲ୍‌ଭାଡର (ବ୍ରାଜିଲ),୨୨।୬(ଏଏଫ୍‌ପି): ଆଲେକ୍ସିସ ସାଞ୍ଚେଜଙ୍କ ଗୋଲ ବଳରେ ଚିଲି ୨-୧ ଗୋଲରେ ଇକ୍ୱେଡରକୁ ହରାଇ ଦେଇଛି। ବିଜୟ ସହ ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର...

ପୁଣି ଥରେ ଆଇଓଏ ବୈଠକ ଡକାଇଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ,୨୪।୮(ପିଟି): କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ଭାରତୀୟ ଅଲିମ୍ପିକ୍‌ ମହାସଂଘ (ଆଇଓଏ)କୁ ଆଉ ଥରେ ବୈଠକ ପାଇଁ ଡକାଇଛନ୍ତି। ବର୍ତ୍ତମାନ ଆଇଓଏ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫେଡେରେଶନ...

ପାଣିରେ ଅତ୍ୟଧିକ ବ୍ୟାକ୍ଟେରିଆ: ଅଲିମ୍ପିକ୍ସ ପାରାଟ୍ରାଇଥଲନ ଟେଷ୍ଟ ବାତିଲ

ଟୋକିଓ,୧୭।୮(ଏଏଫ୍‌ପି): ଟୋକିଓ ଅଲିମ୍ପିକ୍ସର ପାରାଟ୍ରାଇଥଲନର ଟେଷ୍ଟ ଇଭେଣ୍ଟର ସନ୍ତରଣ ରାଉଣ୍ଡ ଶନିବାର ବାତିଲ କରାଯାଇଛି। ଯେଉଁଠାରେ ସନ୍ତରଣ ଇଭେଣ୍ଟ ହେବାକୁ ଥିଲା, ସେଠାକାର ପାଣିରେ ଅତ୍ୟଧିକ...

ଆଇପିଏଲ୍‌ ୧୨: ମୁମ୍ବାଇକୁ ଚତୁର୍ଥ ଟାଇଟଲ

ହାଇଦ୍ରାବାଦ, ୧୩।୫(ପି.ଟି.)- ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୯ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ହାସଲ କରିଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *