ଗଞ୍ଜାମ ଜିଲାପରିଷଦ ବୈଠକ: ଫସଲ କ୍ଷତି ନେଇ ବୀମା କମ୍ପାନୀଙ୍କୁ ନୋଟିସ

ଛତ୍ରପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପରିଷଦ ବୈଠକ ଶୁକ୍ରବାର ଛତ୍ରପୁର ସ୍ଥିତ ଜିଲାପରିଷଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ସୋନମ ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚାଷୀଙ୍କୁ ଫସଲ ବୀମା ସହାୟତା ମିଳୁ ନ ଥିବା ନେଇ ବିଧାୟକ, ଜିଲାପରିଷଦ ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ।
ଗତବର୍ଷ ଜିଲାର ୧ ଲକ୍ଷ ୪୬ ହଜାର ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ ଦେଇ ବୀମାଭୁକ୍ତ ହୋଇଥିଲେ। ସେଥିରୁ ୩୭ ହଜାର ଚାଷୀଙ୍କୁ ବୀମା ସହାୟତା ମିଳିଛି। ତିତ୍‌ଲିରେ ବହୁ ଚାଷୀଙ୍କ ଫସଲ କ୍ଷତି ହୋଇଥିଲା। ବୀମା କମ୍ପାନୀ ରୟାଲ ସୁନ୍ଦରମକୁ ସିଆର୍‌ପିସିର ନୋଟିସ ଦିଆଯାଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି। ଏହା ସହ ବୈଠକରେ ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ ଉପରେ ଆଲୋଚନା ହୋଇଥିଲା।
ଏଥିରେ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜିଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଜିଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଡିଆରଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ


All Right Reserved By Dharitri.Com

ବନ୍ଦ ଘରୁ ଅଧ୍ୟାପକଙ୍କ ଗଳିତ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ

ହଞ୍ଜିଳିକାଟୁ, ୮ା୮(ଡ଼ି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ମାଣିକନଗର ଅଞ୍ଚଳର ଏକ ବନ୍ଦ ଘରୁ ଗୁରୁବାର ପୂର୍ବାହ୍ନରେ ଜଣେ ଅଧ୍ୟାପକଙ୍କ ଗଳିତ ଶବକୁ ହିଞ୍ଜିଳି ପୋଲିସ ଝୁଲନ୍ତା...

ତିନି ରଥର ୪ ନାହାକା ଉଠିଲା

ପୁରୀ ଅଫିସ, ୧୮।୬: ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନିରଥର ୪ ନାହାକ ଉଠିଛି। ଅକ୍ଷୟତୃତୀୟା ଠାରୁ ଶ୍ରୀନଅର ସମ୍ମୁଖ ରଥଖଳାରେ ତିନି ମୁଖ୍ୟ ବିଶ୍ୱକର୍ମାଙ୍କ...

କଟକରେ ୩ ଜଣଙ୍କ ଗଳାକାଟି ହତ୍ୟା ମାମଲା: ନାରାୟଣଙ୍କ ସ୍ତ୍ରୀଙ୍କ ପକ୍ଷରୁ ମାମଲା ରୁଜୁ

କଟକ ଅଫିସ, ୮ା୮: କଟକରେ କିଛିଦିନ ତଳେ ୨୪ଘଣ୍ଟା ମଧ୍ୟରେ ୩ଜଣଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ନୟାଗଡ଼ ଅଞ୍ଚଳର ନାରାୟଣ ସାହୁଙ୍କୁ...

ଇସ୍ପାତ ଶିଳ୍ପର ଚିନ୍ତନ ଶିବିର କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ: ପୂର୍ବ ଭାରତ ହେବ ଇସ୍ପାତ୍‌ ହବ୍‌: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୪।।୯(ବ୍ୟୁରୋ): ଭାରତର ମୁଣ୍ଡ ପିଛା ଇସ୍ପାତ ବ୍ୟବହାର ଆଗାମୀ ଦିନରେ ଦ୍ରୁତଗତିରେ ଅଭିବୃଦ୍ଧି ହେବାକୁ ଯାଉଛି ା ଏହି ପୃଷ୍ଠଭୂମିରେ ଦେଶର ଇସ୍ପାତ ଶିଳ୍ପ ପାଇଁ...

ପରମ୍ପରା ଭାଙ୍ଗିପାରନ୍ତି ମତଦାତା

ଭୁବନେଶ୍ୱର, ୨୦ା୪:  ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଲୋକ ସଭା ଆସନରେ ନିର୍ବାଚନ ହେବ। ଏହାକୁ ନେଇ ସାରା ରାଜ୍ୟରେ ଉତ୍କଣ୍ଠା ରହିଛି। ୧୯୯୮ରୁ ବିଜେଡି...

୫ ଦିନରେ ବି ସରିଲାନି ଶ୍ରୀଲିଙ୍ଗରାଜଙ୍କ ଜମି ଚିହ୍ନଟ ପ୍ରକ୍ରିୟା: ଚିହ୍ନଟ ହୋଇପାରୁନି ମୁଖ୍ୟସ୍ଥାନ

ଭୁବନେଶ୍ୱର/ପୁରୁଣା ଭୁବନେଶ୍ୱର,୨୦ା୧୦(ବ୍ୟୁରୋ/ଡି.ଏନ୍‌.ଏ.): ଶ୍ରୀ ଲିଙ୍ଗରାଜଙ୍କ ଜମି ଚିହ୍ନଟ ସର୍ଭେ କାର୍ଯ୍ୟ ଚାଲିଛି। କିନ୍ତୁ ମନ୍ଦିର ପ୍ରଶାସନର ଆନ୍ତରିକତା ମନୋଭାବ ଅଭାବ ଯୋଗୁ ୫ଦିନ ବିତିଥିଲେ ମଧ୍ୟ...

ବାଲୁକାକଳାରେ ସୁଦର୍ଶନଙ୍କ ବାର୍ତ୍ତା: ‘ମହିଳାଙ୍କୁ ସମ୍ମାନ ଦିଅ’

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ଦେଶ ତଥା ରାଜ୍ୟରେ ଏବେ ନାରୀ ନିର୍ଯାତନା, ବଳାତ୍କାର, ହତ୍ୟା ଭଳି ଘଟଣା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ମହିଳାମାନଙ୍କୁ ସମ୍ମାନ ଦେବାକୁ...

ଆରମ୍ଭ ହେଲା ଭୁବନେଶ୍ୱର-ସୁରଟ ବିମାନ ଟିକେଟ ବୁକିଂ

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ଭୁବନେଶ୍ୱରରୁ ସୁରଟ ବିମାନ ଯାତ୍ରା ପାଇଁ ଏୟାର ଇଣ୍ଡିଆ ଟିକେଟ ବୁକିଂ ଆରମ୍ଭ କରିଛି। ଜାନୁୟାରୀ ୨୦ରୁ ଏହି ବିମାନ ସେବା ଆରମ୍ଭ...

Leave a comment

Your email address will not be published. Required fields are marked *