କେବିସିରେ ଭାଗ ନେଇ ପାରିବେ ନାହିଁ ଅମିତାଭଙ୍କ ପରିବାର

ଅମିତାଭ ବଚ୍ଚନ ଖୁବ୍‌ଶୀଘ୍ର ଲୋକପ୍ରିୟ ରିଅଲିଟି ଶୋ’ ‘କୌନ୍‌ ବନେଗା କରୋଡ଼ପତି’(କେବିସି) ସିଜିନ୍‌ ୧୧ରେ ପୁଣି ଟିଭି ପରଦାକୁ ଫେରିବେ। ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶୋ’ ସହିତ ଜଡ଼ିତ କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି ଅମିତାଭ। ସେ କହିଛନ୍ତି, ତାଙ୍କ ପରିବାରର କୌଣସି ସଦସ୍ୟ ଏହି ଶୋ’ରେ ଭାଗ ନେବାର ଅନୁମତି ନାହିଁ। ସେ ଏକ ପ୍ରୋଜେକ୍ଟକୁ ପ୍ରମୋଟ କରିବାକୁ ଆସିପାରନ୍ତି କିନ୍ତୁ ଜଣେ ପ୍ରତିଯୋଗୀଙ୍କ ପରି ଏହି ଖେଳ ଖେଳିପାରନ୍ତି ନାହିଁ। ଅମିତାଭ ଏକଥା ବି କହିଛନ୍ତି କି, ତାଙ୍କୁ ହଟ୍‌ ସିଟ୍‌ରେ ବସିଲେ ବହୁତ ଡର ଲାଗେ। କାରଣ ତାଙ୍କର ସାଧାରଣ ଜ୍ଞାନ ଏତେ ଭଲ ହୁଏ ନାହିଁ। ଯେତେବେଳେ ୨୦୦୦ ମସିହାରେ ‘କୌନ ବନେଗା କରୋଡ଼ପତି’ଆରମ୍ଭ ହୋଇଥିଲା ସେତେବେଳେ କିଛି ଲୋକ ମୋତେ ଏହି ଶୋ’ କରିବାକୁ ମନା କରିଥିଲେ। ଏମିତିକି ମୋ’ ପରିବାର ସଦସ୍ୟ ମଧ୍ୟ ମୋତେ ମନା କରିଥିଲେ। କିନ୍ତୁ ଶୋ’ ସହିତ ଜଡ଼ିତ ଲୋକମାନେ ବହୁତ ଦାୟିତ୍ୱସମ୍ପନ୍ନ ଥିଲେ। ସେମାନେ ଚାହୁଁଥିଲେ ମୁଁ ଏହି ଶୋ’ କରେ ବୋଲି। ଶୋ’ ଆରମ୍ଭ ହେବା ପରେ ମୋତେ ଏମିତି ପରିବେଶ ମିଳିଲା ଯାହାକୁ ନେଇ ଆଜି ମୁଁ ଗର୍ବ ଅନୁଭବ କରୁଛି।


All Right Reserved By Dharitri.Com

ନୂତନ ବର୍ଷ ଆରମ୍ଭ ନ ହେଉଣୁ ଅକ୍ଷୟ-ଜାହ୍ନବୀଙ୍କ ହାତରେ ଗୋଟିଏରୁ ବଳି ଗୋଟିଏ ଫିଲ୍ମ

ବମ୍ବେ: ବର୍ଷ ଆରମ୍ଭ ନ ହେଉଣୁ ବଲିଉଡ୍‌ ଅଭିନେତା ତଥା ଅଭିନେତ୍ରୀମାନେ ଗୋଟିଏ ପରେ ଗୋଟିଏ ଫିଲ୍ମ ସାଇନ୍‌ କରିଚାଲିଛନ୍ତି। ଫଳରେ ଏବେ ସେମାନଙ୍କ ହାତରେ...

ଟାଇଗରଙ୍କ କୁନି ପ୍ରଶଂସକ

ବମ୍ବେ: ଜଣେ କୁନି ପ୍ରଶଂସକଙ୍କୁ ନେଇ ଚର୍ଚ୍ଚାରେ ହିରୋପନ୍ତିର ଅଭିନେତା ଟାଇଗର ଶ୍ରଫ୍‌। ପ୍ରଶଂସକ ହେଉଛନ୍ତି ଆମେରିକାରେ ରହୁଥିବା ହିବା। ବୟସ ଏବେ ତାଙ୍କୁ ପାଞ୍ଚ...

ତୈମୁର-ଇନାୟାଙ୍କ ଫଟୋ ଭାଇରାଲ

ମୁମ୍ବାଇ: ଶିଶୁ ଦିବସ ଅବସରରେ ସୋହା ଆଲ୍ଲି ଖାଁ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର ହେବାର କିଛି ସମୟ ମଧ୍ୟରେ ଭାଇରାଲ...

ବିଗ୍‌ବସ୍‌ ମଞ୍ଚରେ ଗୁତ୍ଥିଙ୍କୁ ବିବାହ କଲେ ସଲମାନ !

ବମ୍ବେ: ଦବଙ୍ଗ ଖାନ୍‌ ସଲମାନ କେବେ ବିବାହ କରିବେ ତାହା ଏବେ ବି ପ୍ରଶ୍ନ ହୋଇ ରହିଛି। ତାଙ୍କୁ ଏନେଇ ଅନେକ ଥର ପଚରା ଯାଇଥିଲେ...

ଶାହାରୁଖ କି ଅମୀର ନୁହନ୍ତି, ଏହି ଖାନ୍‌ଙ୍କୁ ଅଧିକ ପସନ୍ଦ କରନ୍ତି କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ପ୍ରାୟ ସମସ୍ତ ବଡ଼ ଆକ୍ଟରଙ୍କ ସହିତ କାମ କରିଛନ୍ତି। କିନ୍ତୁ ଜଣେ ଖାନ୍‌ଙ୍କୁ ସେ ବହୁତ ପସନ୍ଦ କରନ୍ତି।...

ଚାରୁ ଅସୋପାଙ୍କୁ ବିବାହ କରିବେ ସୁଷ୍ମିତା ସେନଙ୍କ ଭାଇ ରାଜୀବ, ପ୍ରି-ଓ୍ବେଡିଂ ଫଟୋ ଭାଇରାଲ

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ସୁଷ୍ମିତା ସେନଙ୍କ ଭାଇ ରାଜୀବ ସେନ। ଭାରତୀୟ ରୀତିନୀତି ଅନୁଯାୟୀ ଗୋଆରେ ବିବାହ ଅନୁଷ୍ଠିତ ହେବ। ରାଜୀବ ପ୍ରେମିକା...

ଶୁଟିଂ ସେଟ୍‌ରେ କାନ୍ଦି ପକେଇଥିଲି

ମ୍ୟୁଜିକ ଭିଡ଼ିଓ ଜଗତରେ ରାଜା ଡି ଏବେ ବେଶ୍‌ ପରିଚିତ ଓ ଚର୍ଚ୍ଚିତ ଚେହେରା। କ୍ରମାନ୍ବୟରେ ରାଜା ଡିଙ୍କ ନିର୍ଦ୍ଦେଶିତ ଗୋଟିଏ ପରେ ଗୋଟିଏ ମ୍ୟୁଜିକ...

୪ଶହ ସୁନା ମୁଦି ବାଣ୍ଟିଲେ ସାଉଥ୍‌ ସୁପରଷ୍ଟାର

ଚେନ୍ନାଇ: ସାଉଥ୍‌ ସୁପରଷ୍ଟାର ବିଜୟ ଥାଲାପତି ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ବିଗିଲ’ ପାଇଁ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମର ଶୁଟିଂ ସରିଥିବା ବେଳେ...

Leave a comment

Your email address will not be published. Required fields are marked *