ପାକିସ୍ତାନ- ଚାଇନାକୁ ଝଟକା: ୟୁଏନଏସସିରେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ୯ଟି ଭୋଟ ସପକ୍ଷରେ ଆଣିପାରିଲେ ନାହିଁ ଦୁଇଦେଶ

ନ୍ୟୁୟର୍କ/ନୂଆଦିଲ୍ଲୀ, ୧୬।୮: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନଏସସି)ରେ ପାକିସ୍ତାନକୁ ପୁଣି ଝଟକା। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଠିବା ପରେ ବିଚଳିତ ପାକିସ୍ତାନକୁ ୟୁଏନଏସସିରେ କେବଳ ଚାଇନାକୁ ଛାଡି କୌଣସି ଦେଶ ସମର୍ଥନ ଦେଇନାହିଁ। ପାକିସ୍ତାନର ବାରମ୍ବାର ଅନୁରୋଧ ପରେ ଜାତିସଂଘ ସୁରକ୍ଷା ପରିଷଦ ଶୁକ୍ରବାର ଏହା ଉପରେ ବନ୍ଦ କୋଠରୀରେ ଚର୍ଚ୍ଚା କରିବାକୁ ନିଷ୍ପତ୍ତି ନେଇଥିଲା। ଚାଇନା ମଧ୍ୟ ଏଥିରେ ପାକିସ୍ତାନକୁ ସମର୍ଥନ କରି ଜାତିସଂଘ ସୁରକ୍ଷା ପରିଷଦଙ୍କୁ ବୈଠକ ଡାକିବା ପାଇଁ ଦାବି ଜଣାଇଥିଲା। ଏହି ବୈଠକରେ ଭାରତ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ଉପରେ ଆଲୋଚନା କରାଯାଇଥିଲା। ୟୁଏନଏସସିରେ ୧୫ଟି ଦେଶ ସଦସ୍ୟ ଅଛନ୍ତି। ୫ଟି ସ୍ଥାୟୀ ଏବଂ ୧୦ଟି ଅସ୍ଥାୟୀ ଦେଶ ରହିଛନ୍ତି। ସ୍ଥାୟୀ ସଦସ୍ୟଙ୍କ ମଧ୍ୟରେ ଆମେରିକା, ରୁୁଷ, ବ୍ରିଟେନ, ଚାଇନା ଏବଂ ଫ୍ରାନ୍ସ ଅଛନ୍ତି। କେବଳ ଚାଇନାକୁ ଛାଡିଦେଲେ ଅନ୍ୟ ଦେଶମାନେ ପାକିସ୍ତାନକୁ ସମର୍ଥନ ଦେଉନାହାନ୍ତି।


All Right Reserved By Dharitri.Com

୨୯ ବର୍ଷୀୟ ଯୁବକଙ୍କ ପେଟରୁ ବାହାରିଲା ଗର୍ଭାଶୟ: କେବେବି ହୋଇ ପାରିବେନି ପିତା

ମୁମ୍ବାଇ,୧୨।୭: ମୁମ୍ବାଇର ଜେଜେ ହସ୍ପିଟାଲରେ ଜଣେ ୨୯ ବର୍ଷୀୟ ଯୁବକ ବନ୍ଧ୍ୟାତ୍ୱ ଚିକିତ୍ସା ପାଇଁ ଆସିଥିବା ସମୟରେ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ...

କର୍ମକର୍ତ୍ତାଙ୍କୁ ମାଡ଼ ମାରିଲେ କମଲନାଥଙ୍କ ମନ୍ତ୍ରୀ

ଭୋପାଳ,୩୧।୧୨: କଂଗ୍ରେସରେ କନ୍ଦଳ। ନିଜ ଦଳର କର୍ମକର୍ତ୍ତାଙ୍କୁ ମାଡ଼ ମାରି ଏବେ ଚର୍ଚ୍ଚାକୁ ଆସିଛନ୍ତି ମନ୍ତ୍ରୀ। କମଲନାଥ ସରକାରରେ ଥିବା ଯୁବ ମନ୍ତ୍ରୀ ତଥା କ୍ରୀଡା...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୨ ଯବାନ ଶହୀଦ

ପୁଞ୍ଚ,୧୦।୧: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ପାକିସ୍ତାନ ବହୁ ପରିମାଣରେ ଗୁଳିଗୋଳା ବର୍ଷଣ କରିଥିଲା। ପୁଞ୍ଚ ଜିଲାର ଗୁଲପୁର ସେକ୍ଟରରେ ହୋଇଥିବା ମୋର୍ଟାର ମାଡରେ...

ପାକିସ୍ତାନୀ ଡାକ୍ତରଙ୍କୁ ଦେଶ ଛାଡ଼ିବାକୁ ଆଦେଶ ଦେଲା ସୌଦି

ରିୟାଦ୍‌,୮।୮: ପାକିସ୍ତାନୀ ଡାକ୍ତରଙ୍କୁ ଦେଶ ଛାଡ଼ିବାକୁ ସୌଦି ସରକାର ଆଦେଶ ଦେଇଛନ୍ତି। ପାକିସ୍ତାନୀ ଡାକ୍ତର ଚିକିତ୍ସା କ୍ଷେତ୍ରରେ ସଫଳ ହୋଇପାରୁ ନ ଥିବା ସୌଦି ଅଭିଯୋଗ...

ପୁଣି ଚର୍ଚ୍ଚାକୁ ଆସିଲେ ହଳଦିଆ ଶାଢି ପିନ୍ଧା ମହିଳା: ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୫।୬: ଲୋକ ସଭା ନିର୍ବାଚନ ସମୟରେ ସୋସିଆଲ ମିଡିଆ ସେନସେଶନ ପାଲଟିଥିବା ପିଡବ୍ଲୁଡି ଅଧିକାରୀ ରୀନା ଦ୍ୱିବେଦୀ ଏବେ ପୁଣି ଚର୍ଚ୍ଚାରେ। ଏଥର ତାଙ୍କ ଫଟୋ...

ମାନେକା ପଛରେ, ସୋନିଆ, ବରୁଣ ଆଗରେ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ସବୁଠି ରାଜନୀତି ସରଗରମ ଥିବା ବେଳେ ଭାଜପା ନେତ୍ରୀ ମାନେକା ଗାନ୍ଧୀ ସୁଲତାନପୁର ଆସନରୁ ପଛରେ ଥିବା...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରଖେ ଏହି ପରିବା…

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ନିୟମିତ କଲରା ଖାଇବା ଦ୍ୱାରା ଅନେକ ଉପକାର...

ଆରମ୍ଭ ହେଲା ସିନ୍ଦୁର ଖେଳ

କୋଲକତା,୫।୧୦: ବିଜୟା ଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ସିନ୍ଦୁର ଖେଳ। ଏଥିରେ ବିବାହିତ ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୁର ଲଗାଇବା ପରେ...

Leave a comment

Your email address will not be published. Required fields are marked *