Posted inଜାତୀୟ

ପୁଅ କଲେ ଗାଡି ଦୁର୍ଘଟଣା, ପୋଲିସକୁ ଫୋନ୍‌ କରି ଡାକିଲେ ଏମ୍‌ପି

କୋଲକାତା, ୧୬।୮: ଭାଜପା ଏମ୍‌ପି ରୂପା ଗାଙ୍ଗୁଲୀଙ୍କ ପୁଅ ଆକାଶ ମୁଖାର୍ଜୀ ପୋଲିସ୍‌ ଅଟକ ରଖିଛି। ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ପଚରାଉଚୁରା କରୁଥିବା ଜଣାପଡିଛି। ୨୧ ବର୍ଷୀୟ ଆକାଶଙ୍କ ନାଁରେ ଧାରା ୪୨୭, ୨୭୯ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ଆକାଶ କୋଲକତାର ଏକ କ୍ଲବରୁ ନିଜ ଗାଳିରେ ଫେରୁଥିବାବେଳେ ତାଙ୍କ ଘର ପାଖାପାଖି ଥିବା ଏକ ଘର ପାଖରେ ଥିବା ଏକ ଘର କାନ୍ଥ ବାଡେଇ ଦେଇଥିଲେ। କାନ୍ଥର କିଛି ଭାଗ ଭାଙ୍ଗି ତାଙ୍କ କାର୍‌ ଉପରେ ପଡିଯାଇଥିଲା। ଫଳରେ ସେ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ। ତାଙ୍କ ମା’ ରୂପା ଗାଙ୍ଗୁଲୀ ତୁରନ୍ତ ପୋଲିସକୁ ଡକାଇଥିଲେ। ଏନେଇ ସେ ଟୁଇଟ କରି କହିଛନ୍ତି, ମୁଁ ମୋ ପୁଅକୁ ବହୁତ ଭଲ ପାଏ, କିନ୍ତୁ ଆଇନକାନୁନ ତା’ ବାଟରେ କାମ କରିବ। ଦୟାକରି ଏହାକୁ ରାଜନୀତିକରଣ ନ କରାଯାଉ ବୋଲି ସେ କହିଛନ୍ତି। ନିଜ ଟୁଇଟ୍‌ରେ ସେ ପ୍ରଧାନମନ୍ତନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍‌ କରିଛନ୍ତି।


All Right Reserved By Dharitri.Com

ଟ୍ରମ୍ପଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ତାଜମହଲ: ପ୍ରଥମଥର ହେଉଛି ମଡ୍‌ ଥେରାପି

ନୂଆଦିଲ୍ଲୀ,୨୨।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଧର୍ମପତ୍ନୀ ମେଲାନିଆ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ପ୍ରେମର ନିଦର୍ଶନ ତାଜମହଲ ଗସ୍ତ...

ପରାଜୟରେ ମୋଦି ନିରାଶ

ନୂଆଦିଲ୍ଲୀ, ୧୧।୭ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ହାଇଭୋଲଟେଜ ସେମିଫାଇନାଲ ମ୍ୟାଚ୍‌ରେ ବୁଧବାର ଭାରତୀୟ ଦଳ ୧୮ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇ...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍‌କାଉଣ୍ଟରରେ ୨ ଲଶ୍କର ଆତଙ୍କବାଦୀ ମୃତ

ଶ୍ରୀନଗର,୧୨।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଅପରେଶନ୍‌ ଅଲ୍‌ଆଉଟ୍‌ ଜାରି ରହିଛି। ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗାନ୍ଦରବଲର ଗୁଣ୍ଡ୍‌...

କରୋନାରେ ସଂକ୍ରମିତ ହେଲେ ଆଇସିଏମ୍‌ଆର୍‌ର ବରିଷ୍ଠ ବୈଜ୍ଞାନିକ

ନୂଆଦିଲ୍ଲୀ,୧।୬: ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସେ ଗତ ୨...

ସବୁ ଜଳିଗଲା ପରେ…

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀରେ ଜାରି ରହିଥିବା ହିଂସାକାଣ୍ଡ ଏବେ ଥମିବାରେ ଲାଗିଛି। ୩ ଦିନ ପରେ ପ୍ରଶାସନର ଚେତା ପଶିଛି। ହିଂସାକାଣ୍ଡ ଘଟିଥିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ...

ପାନ୍‌ କାର୍ଡ ନୁହେଁ ନାଗରିକତ୍ୱର ପ୍ରମାଣ

ଗୁଆହାଟୀ,୨୧।୨: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) କାର୍ଡ ଓ ବ୍ୟାଙ୍କ ଦସ୍ତାବିଜଗୁଡ଼ିକୁ ନାଗରିକତ୍ୱର ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ସେହିପରି ‘ଗାଓଁ ବୁରା’...

ବିଷ ପିଇଥିବା ମହିଳାଙ୍କ ପାଟିରୁ ବାହାରିଲା ନିଆଁ: ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ଆଲିଗଡ଼,୧୭।୫: ଆଲିଗଡ ମୁସଲିମ ୟୁନିଭର୍ସିିଟିର ଜେଏନ୍‌ ମେଡିକାଲ କଲେଜରେ ଗତ ବୁଧବାର ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଜଣେ ମହିଳା ବିଷ...

ସିଆଚେନ୍‌ରେ ସେନାମୁଖ୍ୟ ନରାଓ୍ବଣେ: ଯବାନଙ୍କୁ କଲେ ପ୍ରଶଂସା

ଲେହ,୯।୧: ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଗୁରୁବାର ସିଆଚେନ୍‌ରେ ପହଞ୍ଚିଛନ୍ତି। ସେଠାରେ ମୁତୟନ ଥିବା ଯବାନଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହିତ ସୁରକ୍ଷା...

Leave a comment

Your email address will not be published. Required fields are marked *