ସ୍ବାଧୀନତା ଦିବସରେ ଗାନ୍ଧିଜୀଙ୍କୁ ଅସମ୍ମାନ

ଚନ୍ଦାହାଣ୍ଡି, ୧୫।୮(ଡି.ଏନ୍‌.ଏ.)-ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ସମସ୍ତେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇଥାନ୍ତି। ଜାତୀୟ ପତାକା ଉତ୍ତୋଳନ ପରେ ସେମାନଙ୍କ ବଳିଦାନର କଥା ଚର୍ଚ୍ଚା ହୋଇଥାଏ। ଏହା ମଧ୍ୟରେ ସ୍ବାଧୀନତା ସଂଗ୍ରାମର ପୁରୋଧା କୁହାଯାଉଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଚନ୍ଦାହାଣ୍ଡିରେ ଅସମ୍ମାନ କରାଯାଉଥିବା ଭଳି ଦୃଶ୍ୟ ନଜରକୁ ଆସିଥିଲା। ଗୁରୁବାର ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ବିଡିଓ ଦେବେନ୍ଦ୍ର ପ୍ରସାଦ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମ ସରିବା ପରେ ସମସ୍ତେ ଘରକୁ ଯାଇଥିଲେ। କିନ୍ତୁ ପତାକା ପାଖରେ ଫୁଲ ଦିଆଯାଇ ପୂଜା କରାଯାଇଥିବା ମହାତ୍ମା ଗାନ୍ଧୀଙ୍କ ଫଟୋ ତଳେ ପଡିଥିବା ଦେଖା ଯାଇଥିଲା। ବ୍ଲକ କଲୋନୀ ମଧ୍ୟରେ ସମସ୍ତ ଷ୍ଟାଫ ରହୁଥିଲେ ମଧ୍ୟ ଏଥିପ୍ରତି କାହାର ନଜର ପଡି ନ ଥିଲା। ପତାକା ଉତ୍ତୋଳନ ବେଳେ ପୂଜା କରାଯାଇଥିବା ମହାତ୍ମା ଗାନ୍ଧୀଙ୍କୁ ପ୍ରଶାସନ ପରେ ଭୁଲି ଯାଇଥିଲା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ପରେ ବିଜେଡିର କିଛି ନେତା ବ୍ଳକକୁ ବୁଲି ଯାଇଥିବାବେଳେ ମହାତ୍ମା ଗାନ୍ଧୀଙ୍କ ଫଟୋ ତଳେ ପଡି ଯାଇଥିବା ଦେଖି ଉଠାଇଥିଲେ। ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।


All Right Reserved By

ଦ୍ୱିତୀୟ ଦିନରେ ବି ଖୋଲିଲାନି ତାଲା, ଗଛ ମୂଳେ ପାଠ ପଢିଲେ ଛାତ୍ରୀଛାତ୍ର

ତଳଗାଁ,୨୫।୭(ଡି.ଏନ.ଏ) ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଗଣ୍ଡାପାଜୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ବେହେରାଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦରେ ଅଭିଭାବକମାନେ ସ୍କୁଲରେ ପକାଇଥିବା ତାଲା...

ଧମକ, ଆକ୍ରମଣ ଘଟଣା, ଜଣେ ଗିରଫ

ଛତ୍ରପୁର,୯ା୯(ଡି.ଏନ.ଏ.): ଏକ କାର ଅଟକାଇ ଧମକ ଦେବା ସହ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଛତ୍ରପୁର ଥାନା ପୋଲିସ ସୋମବାର ଗିରଫ କରିଛି। ସେ ହେଲେ ରାଜେଶ...

ବଡ଼ଦାଣ୍ଡରେ ଗର୍ଜିଲେ ସାଧୁସନ୍ଥ:ବଡ଼ଆଖଡା ମଠ ଉଚ୍ଛେଦ ସାମୟିକ ସ୍ଥଗିତ

ପୁରୀ ଅଫିସ,୪-୯:ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାରେ ଲାଗିଛି ବ୍ରେକ୍‌। କ୍ଷତିଗ୍ରସ୍ତଙ୍କ ଲାଗି ସରକାର ଆକର୍ଷଣୀୟ ପ୍ୟାକେଜ...

ସରୁନି ଯୋଡ଼ା- ଜୁରୁଡ଼ି ରାସ୍ତା ନିର୍ମାଣ କାର୍ଯ୍ୟ

ଯୋଡ଼ା, ୪।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ରାଜ୍ୟ ରାଜପଥ ନଂ ୨ ର ଜୁରୁଡି-ବାମେବାରୀ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଦୈନିକ...

ଆଠମାସ ପରେ ପରିବାରକୁ ଫେରିଲେ ବୃଦ୍ଧ: ସହଯୋଗର ହାତ ବଢ଼ାଇଲା ଆରପିଏଫ୍‌

ପୁରୀ ଅଫିସ, ୧୧-୯:କେନ୍ଦୁଝର ଆନନ୍ଦପୁର ଅଞ୍ଚଳରୁ ଗତ ଜାନୁୟାରୀରେ ନିଖୋଜ ହୋଇଥିବା ବୃଦ୍ଧ ଜୟାନନ୍ଦ ନାଥ (୭୫ବଷ)ଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିିଛି ପୁରୀ ଆରପିଏଫ୍‌...

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା କ୍ରିୟାନୁଷ୍ଠାନ କମିଟି

ବ୍ରହ୍ମପୁର ଅଫିସ୍‌, ୯ା୮-ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ବ୍ରହ୍ମପୁରରୁ ଛତ୍ରପୁରକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ଏବଂ ଜିଲାପାଳଙ୍କ ପ୍ରସ୍ତାବକୁ ନେଇ ବିବାଦ ବଢ଼ିବାରେ ଲାଗିଛି।...

ସୋନପୁର ବସ୍‌ଷ୍ଟାଣ୍ଡରେ ସର୍ବନିମ୍ନ ସୁବିଧା ନାହିଁ: ପ୍ରଚଣ୍ଡ ଖରାରେ ସିଝୁଛନ୍ତି ଯାତ୍ରୀ

ସୋନପୁର, ୨୯।୪(ନି.ପ୍ର.) ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ଥିବା ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କୁ ସର୍ବନିମ୍ନ ସୁବିଧା ମିଳୁନି। ଦୂରଦୂରାନ୍ତରୁ ଆସୁଥିବା ଓ ଏଠାରୁ ବିଭିନ୍ନ ସ୍ଥାନକୁ ବସ୍‌ ଯୋଗେ...

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସୁନାବେଶ : ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାରିପଦା ଅଫିସ,୧୨।୭ : ଦିତୀୟ ଶ୍ରୀକ୍ଷେତ୍ର ବାରିପଦାର ମାଉସୀ ମା’ ମନ୍ଦିରରେ ଶୁକ୍ରବାର ଠାକୁରମାନେ ଜନ୍ମବେଦିରେ ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ଆଡ଼ପମଣ୍ଡପରେ ଠାକୁରମାନଙ୍କ ସୁନାବେଶ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *