ହିନାଙ୍କ ଫିଲ୍ମ ‘ଲାଇନ୍ସ’ର ପୋଷ୍ଟର ରିଲିଜ୍‌

ମୁମ୍ବାଇ,୧୮।୫: ଟିଭି ସିରିୟଲ ‘ୟେ ରିସ୍ତା କ୍ୟା କେହେଲତା ହୈ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ହିନା ଖାନ ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ହିନାଙ୍କ ଅପ୍‌ କମିଂ ଫିଲ୍ମ ‘ଲାଇନ୍ସ’ର ପୋଷ୍ଟର ୭୨ତମ କାନ୍‌ସ ଫିଲ୍ମ ଫେଷ୍ଟିଭାଲ ଅବସରରେ ରିଲିଜ୍‌ କରାଯାଇଛି। ହିନା ନିଜ ଇଂଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟରକୁ ଶେୟାର କରିଛନ୍ତି। ଏଥିସହ କ୍ୟାପସନରେ ସେ ଲେଖିଛନ୍ତି, ‘ଲାଇନ୍ସ ବା ବର୍ଡର ପାଇଁ ଲୋକଙ୍କ ଭାବନା ବଦଳିଯାଇଥାଏ’। ପୋଷ୍ଟରରେ ହିନାଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି। ହିନା ଟ୍ରାଡିସ୍‌ନାଲ ଜୁଏଲାରୀ ପରିଧାନ କରିଥିବା ବେଳେ ତାଙ୍କ ସମ୍ମୁଖରେ ଲାଇନ ଟଣାଯାଇଥିବା ନଜର ଆସିଛି। ଏହି ଫିଲ୍ମରେ ହିନା ଜଣେ ସାଧାରଣ ଝିଅ ନାଜିଆ ଚରିତ୍ରରେ ନଜର ଆସିବେ। ଜଣେ ସାଧାରଣ ଝିଅର ସଂଘର୍ଷକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ରାହତ ଫାଜମୀ, ତାରୀକ ଖାନ, ଜେବା ସାଜିଦ ଏହି ଫିଲ୍ମକୁ ପ୍ରଯୋଜନା କରିଥିବା ଜଣାପଡ଼ିଛି। ଚଳିତ ବର୍ଷ ତାଙ୍କ ପାଇଁ ଖାସ୍‌ ରହିଛି। ପ୍ରଥମ ଥର ପାଇଁ କାନ୍‌ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ହିନା ଓ୍ବାକ କରିଥିବା ବେଳେ ଏବେ ବଲିଉଡ୍‌ରେ ତାଙ୍କ ଜଲଓ୍ବା ଦେଖିପାରିବେ ପ୍ରଶଂସକ।


All Right Reserved By

ଅଚଳ ଚଳଚ୍ଚିତ୍ର ଜଗତ

ଓଡ଼ିଆ ଚଳଚ୍ଚିତ୍ର ଅବସ୍ଥା ଏବେ ସଙ୍ଗିନ ଆଡ଼କୁ ଗତିକରୁଛି। କେବଳ ଟିଭି ଚ୍ୟାନେଲଗୁଡ଼ିକ ନିଜ ନିଜର ଚଳଚ୍ଚିତ୍ର ମାଧ୍ୟମରେ ହୋହଲ୍ଲା ଜାରି ରଖିଛନ୍ତି। ଏପରି ଅଚଳ...

୧୩ ବର୍ଷ ପରେ ବଲିଉଡ୍‌ ଫେରିବେ ଶିଳ୍ପା

କିଛିବର୍ଷ ହେବ ଶିଳ୍ପା ଶେଟ୍ଟୀ ବଲିଉଡ୍‌ଠାରୁ ଦୂରେଇ ଯାଇଛନ୍ତି। କେବଳ ରିୟଲିଟି ଶୋ’ରେ ଯାହା ତାଙ୍କୁ ଦେଖିବାକୁ ମିଳୁଛି। ୯୦ ଦଶକରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା...

ଫିଲ୍ମକୁ ଆସିବା ପୂର୍ବରୁ ଏମିତି ଦେଖାଯାଉଥିଲେ ଏହିସବୁ ଅଭିନେତ୍ରୀ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟତାରେ କୌଣସି ତୁଳନା ନାହିଁ। ସୌନ୍ଦର୍ଯ୍ୟକୁ ନେଇ ସେ ସାରା ବିଶ୍ୱରେ ଚର୍ଚ୍ଚିତ। ୪୫ ବର୍ଷରେ ମଧ୍ୟ ଐଶ୍ୱର୍ଯ୍ୟା କୌଣସି...

ଚର୍ଚ୍ଚାରେ ମଲାଇକାଙ୍କ ଫଟୋ ଶୁଟ୍‌

ମୁମ୍ବାଇ: ବଲିଉଡ୍‌ ସେକ୍ସି କୁଇନ୍‌ ମଲାଇକା ଆରୋରା ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ବଲିଉଡ୍‌ର ଏହି ଫିଟ୍‌ ନାୟିକା ଏଥର ତାଙ୍କ ଫଟୋଶୁଟ୍‌କୁ ନେଇ ସମସ୍ତଙ୍କ...

ସ୍ବାମୀଙ୍କ ଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଲେ ଦିୟା

ବି ଟାଉନ୍‌ ଅଭିନେତ୍ରୀ ଦିୟା ମିର୍ଜା ବିବାହର ୫ ବର୍ଷ ପରେ ସ୍ବାମୀ ସାହିଲ ସାହିଲ ସାଂଘାଙ୍କଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୁଇଜଣଙ୍କ...

୫ ହଜାରରୁ ଅଧିକ ଆସିଲାଣି ବିବାହ ପ୍ରସ୍ତାବ, ହେଲେ କାହାକୁ ବିବାହ କରିବେ ବାହୁବଳୀ ପ୍ରଭାସ

‘ବାହୁବଳୀ’ ଷ୍ଟାର ପ୍ରଭାସଙ୍କ ବିବାହକୁ ସବୁବେଳେ ଚର୍ଚ୍ଚା ହୋଇଥାଏ। ସେ କେବେ ଓ କାହାକୁ ବିବାହ କରିବେ ତାହା ଜାଣିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଇଚ୍ଛା।...

ମାୟା ଲଗାଇବ ମାୟା ନଗରୀ

ଆଉ ଏକ ନବଗଠିତ ଅପେରା ପାର୍ଟି ଲଢ଼େଇ ମଇଦାନକୁ ଓହ୍ଲାଉଛି। ଚଳିତ ମାସ ୧୬ରେ ଏହି ପାର୍ଟି ନିଜର ଯାତ୍ରା ଅଭିଯାନ ଆରମ୍ଭ କରିବାକୁ ଯାଉଛି।...

ଇଶାନ-ଜାହ୍ନବୀଙ୍କ ସମ୍ପର୍କକୁ ନେଇ କ’ଣ କହିଲେ ବାପା ବୋନି କପୁର

ମୁମ୍ବାଇ: ବି ଟାଉନରେ ଲଭ୍‌ବାର୍ଡ ଜାହ୍ନବୀ କପୁର ଓ ଇଶାନ ଖଟ୍ଟରଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ। ଫିଲ୍ମ ‘ଧଡକ’ରୁ ଜାହ୍ନବୀ ବଲିଉଡ୍‌ରେ ଡେବ୍ୟୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *