ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ୭୩ ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି । ସକାଳ ୭ଟା ୧୫ ରୁ ୮ଟା ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟ ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ସାମୁହିକ ପରେଡକୁ ବିଧାୟକ ପ୍ରଧାନ ଅଭିବାଦନ ଜଣାଇଥିଲେ। ପରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ, ବିଡିଓ ତ୍ରୀଲୋଚନ ପାତ୍ର, ତହସିଲଦାର ନିତିଶ ତ୍ରୀପାଠି, ବିଇଓ ବ୍ରହ୍ମାନନ୍ଦ ରାଉତ ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟ ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଶିକ୍ଷକ ବିଦେଶୀ ନାୟକ ସଂଯୋଜନା କରିଥିଲେ। ଆଇଆଇସି ଅଲେଖ ଗରଡ଼ିଆଙ୍କ ତତ୍ତ୍ୱାଧାନରେ ସବଇନ୍ସପେକ୍ଟର ଗୋପାଳକୃଷ୍ଣ ଆଗୁପାତ୍ର, ସୌମ୍ୟରଞ୍ଜନ ଜେନା ପ୍ରମୁଖ ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖା କରିଥିଲେ ।


All Right Reserved By Dharitri.Com

ମନ ଦୃଢ଼ ଥିଲେ ବୟସ ହାର ମାନେ: ଦୋକାନ ଦେଇଛି ଉଭୟଙ୍କୁ ସ୍ବତନ୍ତ୍ର ପରିଚୟ

କେନ୍ଦୁଝର, ୨୪ା୭ (ସ୍ବ.ପ୍ର.) (ନରେଶ ଚନ୍ଦ୍ର ପଟ୍ଟନାୟକ): ମନ ଦୃଢ ଥିଲେ ବୟସ ମଧ୍ୟ ହାର ମାନିଥାଏ। ପରିଣତ ବୟସରେ ଅନେକ ଘରେ ବିଶ୍ରାମ ନେଇ...

କାଠଭାଡ଼ିରୁ ୧ ନାଗୁଣୀ, ୫୫ ଅଣ୍ଡା ଉଦ୍ଧାର

ଭଣ୍ଡାରିପୋଖରୀ,୧୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଞ୍ଚାୟତ ଡାହାଲା ଗ୍ରାମର ସୂର୍ଯ୍ୟମଣି ରାଉତଙ୍କ ବାଡ଼ିରେ ଥିବା କାଠଭାଡ଼ିରେ ସାପ ଥିବା ଶୁକ୍ରବାର ଜଣାପଡ଼ିଥିଲା। ଖବର...

ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ‘ଫନୀ କ୍ଷତିଗ୍ରସ୍ତଙ୍କୁ ଉଚିତ୍‌ ସହାୟତା ଦିଅ’

ଜଗତ୍‌ସିଂହପୁର ଅଫିସ୍‌, ୪ା୧୨: ଫନୀ ବାତ୍ୟା ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ଅନେକ କ୍ଷତି ହୋଇଛି। ତେଣୁ କ୍ଷତିଗ୍ରସ୍ତଙ୍କୁ ଉଚିତ୍‌ ସରକାରୀ ସହାୟତା ଦିଆଯିବା ଆବଶ୍ୟକ। କିନ୍ତୁ...

ନିସାହା ତୁଳସାକୁଁ ସାହାଯ୍‌ କଲା ଓଁଶ୍ରୀ ଯୁବକ ସଂଘ

  ମୋହନଗିରି,୧୦।୧୨(ଡି.ଏନ.ଏ.)- କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୋହନଗିରି ୨ ନମ୍ବର ଓ୍ବାର୍ଡର ତୁଳସା ନନ୍ଦ(୪୮)। ଆଏଜ୍‌କେ ୧୮ ଦିନ୍‌ ହେଲା ଘରର ପିଁଢ଼ାରୁ ପଡ଼ି...

ଚାଷୀର ମୁଡ଼େ ଚଡକ୍‌: ମକା ଫସଲରେ ବିଦେଶୀ ପୋକ୍‌

ଭବାନୀପାଟଣା,୮।୮(ଡି.ଏନ.ଏ.):  କଳାହାଣ୍ଡି ଜିଲାରେ ଆମେରିକୀୟ ପୋକ୍‌ ଫଲ୍‌ ଆର୍ମି ଓ୍ବର୍ମର (ଏଫ୍‌ଏଡ୍‌ବ୍ଲ୍ୟୁ) ଦେଖାଦେଇଛେ। ଆମେରିକାରେ ଦେଖାଯାଉଥିବାର ଇ ପୋକ୍‌ ଗଲା ବଛର ଦେଶର କେତେ ରାଏଜ୍‌ରେ...

ନକଲି ସାର୍ଟିଫିକେଟ୍‌ରେ ଚାକିରି, ଷ୍ଟାଇପେଣ୍ଡ ଲୁଟ୍‌

ଭଦ୍ରକ ଅଫିସ,୨୭।୧୧- ଭଦ୍ରକ ଜିଲାରେ ନକଲି ସାର୍ଟିଫିକେଟ୍‌ କାରବାର ବୃଦ୍ଧି ପାଇଛି। ଏଭଳି ସାର୍ଟିଫିକେଟ୍‌ ହାତେଇ କେତେକ ଶିକ୍ଷକତା ଭଳି ସରକାରୀ ଚାକିରି କରିଥିବା ଜଣାପଡିବା...

ବିଦ୍ୟୁତ୍‌ କର୍ମଚାରୀଙ୍କୁ ମାଡ଼

ଡୁବୁରୀ, ୨୬।୨ (ଡି.ଏନ୍‌.ଏ.): କଳିଙ୍ଗନଗର ଥାନା ଅଧୀନ ଡୋଲାପଥର ଗ୍ରାମରୁ ବକେୟା ବିଲ ଆଦାୟ କରିବାକୁ ଯାଇଥିବା କେତେଜଣ କର୍ମଚାରୀଙ୍କୁ ଗ୍ରାମର ପ୍ରତାପ କୁମାର ଓଝା...

ଝଲସୁଛି ଗାଁଠୁ ସହର

ଭୁବନ,୨।୯(ଡି.ଏନ.ଏ.) ଆଜି ଧରାବତରଣ କରିବେ ବିଦ୍ୟାଦାତା ଗଜାନନ। ଏହାକୁ ନେଇ ଉତ୍ସବ ମୁଖର ହୋଇଉଠିଛି ଭୁବନ। ସୁଉଚ୍ଚ ତୋରଣ, ଉଜ୍ଜ୍ୱଳ ଆଲୋକମାଳାରେ ସହର ଝଲସି ଉଠିଥିବାବେଳେ...

Leave a comment

Your email address will not be published. Required fields are marked *