Posted inଜାତୀୟ

ଦେଶକୁ ମିଳିବ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅବସରରେ ଘୋଷଣା କରିଛନ୍ତି କି ଏବେ ଦେଶକୁ ମିଳିବ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌। ସ୍ଥଳସେନା, ନୌସେନା ଓ ବାୟୁସେନା ମଧ୍ୟରେ ତାଳମେଳ ରକ୍ଷା କରିବାକୁ ଏହି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ନିଯୁକ୍ତ କରାଯିବ। ସୂଚନାଯୋଗ୍ୟ, ୧୯୯୯ କାରଗିଲ ଯୁଦ୍ଧ ସମୟରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ନିଯୁକ୍ତି ଦାବି କରାଯାଇଥିଲା। ଏହାପରେ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ଅଧ୍ୟକ୍ଷତାରେ ଗ୍ରୁପ ଅଫ୍‌ ମିନିଷ୍ଟର୍ସ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ପଦ ପାଇଁ ସୁପାରିଶ କରିଥିଲେ। ହେଲେ ଏହାପରେ ବାୟୁସେନାର ବିରୋଧ ପାଇଁ ବାଜପେୟୀ ସରକାର ଏହା ଉପରେ ନଜର ଦେଇ ନ ଥିଲେ। କୁହାଯାଏ କାରଗିଲ ଯୁଦ୍ଧ ସମୟରେ ୩ ସେନାଙ୍କ ମଧ୍ୟରେ ସମନ୍ବୟ ନ ରହିବାରୁ ବହୁ ପରିମାଣରେ କ୍ଷତି ହୋଇଥିଲା। ଏବେ ୨୦ ବର୍ଷ ପରେ ମୋଦି ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥିରେ ଥିବା ଅଧ୍ୟକ୍ଷଙ୍କର କୌଣସି କ୍ଷମତା ରହିବ ନାହିଁ ସେ କେବଳ ୩ ସେନା ମଧ୍ୟରେ ସମନ୍ବୟ ରକ୍ଷା କରିବେ। ଏବେ ଚିଫ୍‌ ମାର୍ଶଲ୍‌ ବିଏସ୍‌ ଧନଓ୍ବା ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ କମିଟିର ଚେୟାରମ୍ୟାନ୍‌ ରହିଛନ୍ତି।


All Right Reserved By Dharitri.Com

ହିମାଚଳ ପ୍ରଦେଶରେ ଭୂସ୍ଖଳନ

ଶିମଲା,୨୫।୬: ହିମାଚଳ ପ୍ରଦେଶ କିନୌର ଜିଲାର କଶଙ୍ଗ ନାଳ ନିକଟରେ ଭୂସ୍ଖଳନ ଯୋଗୁ ପାହାଡ଼ର ଏକ ଅଂଶ ଧସି ଯାଇଥିଲା। ଫଳରେ ନ୍ୟାସନାଲ ହାଇଓ୍ବେ-୫ରେ ରାସ୍ତା...

ପୋଷ୍ଟପେଡ୍‌ ସେବା ଆରମ୍ଭର କିଛି ସମୟ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ: ଅଗଷ୍ଟ, ସେପ୍ଟେମ୍ବରର ବିଲ୍‌ ମାଗୁଛି କମ୍ପାନୀ

ଶ୍ରୀନଗର,୧୫।୧୦: ଜମ୍ମୁ-କଶ୍ମୀରରେ ଦୀର୍ଘ ଦିନର ଅପେକ୍ଷା ଅର୍ଥାତ୍‌ ୭୨ ଦିନ ପରେ ପୋଷ୍ଟପେଡ୍‌ ସେବା ଆରମ୍ଭ ହୋଇଛି। ସୋମବାରରୁ ଏହାର ଲାଭ ୪୦ ଲକ୍ଷ ପୋଷ୍ଟପେଡ...

ବଳାତ୍କାର, ପୋକ୍ସୋ ମାମଲା ତଦନ୍ତ ୨ ମାସରେ ସାର

ପାଟନା,୯ା୧୨(ପି.ଟି.): ବଳାତ୍କାର ମାମଲା ଏବଂ ପୋକ୍ସୋ ଆଇନରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ତଦନ୍ତ ୨ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ଆଇନମନ୍ତ୍ରୀ...

ଛତିଶଗଡ଼ର ଶିମ୍‌ଲା ମୈନପାଟ

ଛତିଶଗଡ଼ର ସୁର୍‌ଗୁଜା ଜିଲା ଅନ୍ତର୍ଗତ ମୈନପାଟରେ ଶିମ୍‌ଲା ଭଳି ପରିବେଶ ଓ ଜଳବାୟୁ ଅନୁଭୂତ ହେବା ସହିତ ବିଭିନ୍ନ ଆକର୍ଷଣୀୟ ଦର୍ଶନୀୟସ୍ଥାନ ସବୁ ଦେଖିବାକୁ ମିଳିଥାଏ।...

ହଳଦୀ ମିଶା କ୍ଷୀରପାନ ଅବସାଦ ଦୂରକରେ

ନୂଆଦିଲ୍ଲୀ: ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର...

ମହଙ୍ଗା ପଡ଼ିଲା କିନ୍ନରଙ୍କ ସହ ବନ୍ଧୁତା: ଯୁବକଙ୍କୁ ହରାଇବାକୁ ପଡ଼ିଲା ନିଜର ଗୁପ୍ତାଙ୍ଗ

ସାହଜାହଁ।ପୁର,୨୨।୫: ଉତ୍ତରପ୍ରଦେଶ ସାହଜହଁ।ପୁରରେ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଲା କିନ୍ନରଙ୍କ ସହ ବନ୍ଧୁତା କରିବା। କିନ୍ନରମାନେ ତାଙ୍କର ଗୁପ୍ତାଙ୍ଗ କାଟି ଦେଇଥିବା ଜଣାପଡ଼ିଛି। ଯୁବକଙ୍କୁ ଗୁରୁତର...

ସିଏଏ ବିରୋଧୀ ଆନ୍ଦୋଳନ ପଛରେ ପାକିସ୍ତାନ

ନୂଆଦିଲ୍ଲୀ, ୮।୩: ସିଏଏକୁ ନେଇ ଭାରତରେ ଦେଖାଦେଇଥିବା ହିଂସାକାଣ୍ଡ ପଛରେ ପାକିସ୍ତାନର ପ୍ରଚ୍ଛନ୍ନ ହାତ ରହିଥିବା ଖବର ପଦାକୁ ଆସିଛି। ବ୍ୟାପକ ଅର୍ଥ ଓ ନିର୍ଦ୍ଦେଶ...

ବାଡ଼ ଖାଉଛି କ୍ଷେତ: ହାଫିଜ୍‌ ସଇଦ୍‌ଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୩ ଏନ୍‌ଆଇଏ ଅଧିକାରୀଙ୍କ ବିରୋଧରେ କୋଟି କୋଟି ଟଙ୍କାର ଲାଞ୍ଚ ଅଭିଯୋଗ

ନୂଆଦିଲ୍ଲୀ,୨୦।୮: ଦେଶର ଆଇନ ବ୍ୟବସ୍ଥା ନେଇ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି। ବାଡ଼ କ୍ଷେତକୁ ଜଗିବା ବଦଳରେ ଖାଇ ଚାଲିିଛି। ଏବେ ଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କୁ...

Leave a comment

Your email address will not be published. Required fields are marked *