ଚାରା ଲାଗାଇ ପାଳିଲେ ଜାତୀୟ ଦିବସ

ରାସୋଳ, ୧୫।୮(ଡି.ଏନ୍‌.ଏ.)-ଦେଶ ପାଳନ କରୁଛି ୭୩ତମ ସ୍ବାଧୀନତା ଦିବସ। ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇଛନ୍ତି ସଭିଁଏ। ତ୍ରିରଙ୍ଗା ପତାକା ତଳେ ନେଇଛନ୍ତି ଦେଶ ପାଇଁ ବଳିଦାନ ଆଉ ଜାତିର ଅଖଣ୍ଡତାକୁ ରକ୍ଷା କରିବାର ଶପଥ। ଏହି ପରିପ୍ରେକ୍ଷୀରେ ଭିନ୍ନ ଢଙ୍ଗରେ ଏହି ଜାତୀୟ ଦିବସକୁ ପାଳନ କରିଛି ଢେଙ୍କାନାଳ ରାସୋଳ ପଞ୍ଚାୟତ ଅନ୍ତର୍ଗତ ପର୍ଶୁରାମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର। ଶିକ୍ଷାନୁଷ୍ଠାନର ରଜତ ଜୟନ୍ତୀ ସମାରୋହ ଉପଲକ୍ଷେ ଛାତ୍ରୀଛାତ୍ରମାନେ ଚାରାରୋପଣ କରି ପରିବେଶକୁ ସବୁଜ ଶ୍ୟାମଳ କରିବାକୁ ନେଇଛନ୍ତି ସଂକଳ୍ପ।
ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟିକା ସୀମାରାଣୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ରାସୋଳ ଥାନା ପରିସରରେ ଗଛ ଲଗାଇଥିଲେ। ବିଦ୍ୟାଳୟ ପରିସରରେ ମଧ୍ୟ ବନୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶିଶୁ ମନ୍ଦିରର ସମସ୍ତ କର୍ମଚାରୀ, ଛାତ୍ରୀଛାତ୍ର ଏଥିରେ ସହଯୋଗ କରିଥିଲେ।


All Right Reserved By Dharitri.Com

ଅନୁଗୋଳରେ ନୀତି ଆୟୋଗ କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ ଟିମ୍‌: କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତା ଉପରେ ଆଲୋଚନା

ଅନୁଗୋଳ ଅଫିସ, ୨୯।୮:  ନୀତି ଆୟୋଗ କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ ଟିମ୍‌ର ଦୁଇ ଜଣିଆ ସଦସ୍ୟ ବୁଧବାର ଅପରାହ୍ନରେ ଅନୁଗୋଳ ଜିଲା ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ...

ବଳରାମ ଖଣି ବନ୍ଦକୁ ନେଇ ବଢ଼ୁଛି ବିବାଦ: ଖଣି କର୍ତ୍ତୃପକ୍ଷଙ୍କୁ ଦୋଷ ଦେଲା ଡଅଁରା ଗ୍ରାମ କମିଟି

ତାଳଚେର,୨୬ା୧୦(ନି.ପ୍ର.) – କୋଇଲା ପରିବହନକୁ ନେଇ ତାଳଚେର ବ୍ଲକ ଡଅଁରା ଓ ସୋଲଡା ଗ୍ରାମ ମଧ୍ୟରେ ଥିବା ବିବାଦ ଯୋଗୁ ତାଳଚେରସ୍ଥିତ ବଳରାମ କୋଇଲା ଖଣି...

କାନପୁରା ହାଇସ୍କୁଲରେ ‘ଅଟଳ ଟିଙ୍କରିଙ୍ଗ’ ଲ୍ୟାବ୍‌ ଉଦ୍‌ଘାଟିତ:ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା ପ୍ରଶିକ୍ଷଣ

କାମାକ୍ଷାନଗର, ୯।୭(ଡି.ଏନ୍‌.ଏ.)ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ ଲକ୍ଷ୍ୟରେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରସ୍ଥିତ ପଞ୍ଚାୟତିରାଜ ହାଇସ୍କୁଲରେ ସୋମବାର ଉଦ୍‌ଘାଟିତ ହୋଇଛି ‘ଅଟଳ...

ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ: ଘରେ ପଶିଲା ପାଉଁଶ, କୋଇଲା ଗୁଣ୍ଡ

ବଅଁରପାଳ/କଣିହାଁ/ଛେଣ୍ଡିପଦା/ପବିତ୍ରନଗର/ପାଲଲହଡ଼ା, ୧ା୬(ଡି.ଏନ.ଏ.): ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଜୋରଦାର ପବନ ଯୋଗୁ ଦୀର୍ଘ ସମୟ ଧରି ନାଲ୍‌କୋ, ଏନ୍‌ଟିପିସି...

ହିନ୍ଦୋଳରେ ସୀମାରାଣୀ ୮୧୯୩ ଭୋଟରେ ଆଗୁଆ

ହିନ୍ଦୋଳ, ୨୩।୫(ଡି.ଏନ୍‌.ଏ.)-ହିନ୍ଦୋଳ ବିଧାନସଭା ଆସନରେ ୨୨ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ତଥା ବିଧାୟିକା ସୀମାରାଣୀ ନାୟକ ୫୧,୦୬୧ ଖଣ୍ଡ ଭୋଟ ପାଇ ଆଗୁଆ ଅଛନ୍ତି।...

ବନ୍ଦ ହେବ ସାଇ ସ୍ପୋଟର୍‌ସ ହଷ୍ଟେଲ

ଢେଙ୍କାନାଳ ଅଫିସ, ୨୪ା୬: ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଢେଙ୍କାନାଳସ୍ଥିତ ସ୍ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ଏବେ ସମସ୍ୟା ଅଳନ୍ଧୁରେ ଘାଣ୍ଟି...

ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି: ସ୍କୁଲରେ ତାଲା ପକାଇ ପ୍ରତିବାଦ

ଭୁବନ, ୨୭।୭(ଡି.ଏନ.ଏ.)- ଭୁବନ ବ୍ଲକ ବାଲିଝାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ପୁଷ୍ପଲତା ହୋତାଙ୍କୁ ବଦଳି ଦାବିରେ ଶୁକ୍ରବାର ସ୍କୁଲ ଫାଟକରେ ତାଲା ପକାଇ...

ବିଦ୍ୟୁତ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, କ୍ଷତିପୂରଣ ଦାବିରେ ଆନ୍ଦୋଳନ

ବଇଣ୍ଡା,୨୩।୭(ଡି.ଏନ.ଏ.)-କିଶୋରନଗର ବ୍ଲକ ସେସୁ କାର୍ଯ୍ୟାଳୟ ଅଧୀନରେ ଥିବା ନାକିଚି ଛେଳିଆଢିପ ବିଦ୍ୟୁତ ସବ୍‌ଷ୍ଟେଶନରେ କାର୍ଯ୍ୟରତ ବଇଣ୍ଡା ଗ୍ରାମର ପ୍ରହଲ୍ଲାଦ ମହାପାତ୍ର(୫୫)ଙ୍କ ମୃତଦେହ ମଙ୍ଗଳବାର ହଣ୍ଡପା ପୋଲିସ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *